Top 10 News: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ, ଜମ୍ମୁ କାଶ୍ମିରରେ ଦୁଇ ଯବାନ ସହିଦ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2378191

Top 10 News: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ, ଜମ୍ମୁ କାଶ୍ମିରରେ ଦୁଇ ଯବାନ ସହିଦ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଅସୁସ୍ଥ। ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 10 Augsut 2024

Top 10 News Headlines 10 Augsut 2024: H1. Odisha revenue Minister Suresh Pujari unwell: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଅସୁସ୍ଥ। ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଚିକିତ୍ସା ଚାଲିଛି।

H2. OBCC Additional Chief Engineer Pradeep Kumar Rath Suspended: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ୧୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗତ ୬ତାରିଖରେ ଗିରଫ କରାଯାଇଥିଲା

H3. Lightning claims 2 lives in Odisha's Balasore: ବାଲେଶ୍ୱର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ବଜ୍ରପାତ ଯୋଗୁଁ ୨ ଜଣ ଚାଷୀ ନଜି ଜୀବନ ହରାଇଛନ୍ତି। ଏହି ଅଘଟଣ ସୋର ବ୍ଲକ ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ଘଟିଛି। ୨ ମୃତକ ନାମ ନରେନ୍ଦ୍ର ବିଶ୍ୱାଳ ଏବଂ ବସନ୍ତ ଦାସ ବୋଲି ଜଣା ପଡ଼ିଛି। ଏଥିସହ ଅନ୍ୟଜଣେ ଚାଷୀ ସୁରେନ୍ଦ୍ର ସାହୁ ଏହି ବଜ୍ରପାତରେ ଯୋଗୁଁ ଗୁରୁତର ଆହାତ ହୋଇଛନ୍ତି।

H4. Modi Govt sanctions six new rail projects for Odisha: ଶୁକ୍ରବାର ଦିନ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ  ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି।

H5. TV Somanathan appointed as Cabinet Secretary: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିଭି ସୋମନାଥନଙ୍କୁ ଦେଶର ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଟିଭି ସୋମନାଥନ୍ ଚଳିତ ମାସ ଶେଷ ସୁଦ୍ଧା ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଶନିବାର ଦିନ କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ ଦ୍ୱାରା ଏକ ସର୍କୁଲାର ଜାରି କରାଯାଇଛି।

H6. Bangladeshis on Indian Border: ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି। ବେଙ୍ଗଲ କୁଚବିହାରର ସୀତାଲୁଚି ଠାରେ ପ୍ରାୟ ୧୦୦୦ ବାଂଲାଦେଶୀ ଜଳାଶୟରେ ଠିଆ ହୋଇଛନ୍ତି ଓ ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଏସଏଫକୁ ଲଗାତାର ଅନୁରୋଧ କରୁଛନ୍ତି।

H7. Jammu-Kashmir Anantnag Encounter: ଜମ୍ମୁ କାଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି, ଯେଉଁଥିରେ ଦୁଇ ସୌନିକ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଭାରତୀୟ ସେନା ସମଗ୍ର ଅଞ୍ଚଳକୁ ଘେରି ରହିଛି। ଶନିବାର ଦିନ ଅନନ୍ତନାଗ ଜିଲ୍ଲାର ଅହଲାନ ଗାଡୋଲ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା।

H8. Bangladesh Chief Justice Resigns: ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓବୈଦୁଲ ହାସନ ନ୍ୟାୟପାଳିକାର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଶନିବାର ଦିନ ଢାକାରେ ସୁପ୍ରିମକୋର୍ଟଙ୍କୁ ଘେରି ରହିଥିଲେ। ଏହା ପରେ ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କୁ ଅପରାହ୍ନ ୧ ଟା ସୁଦ୍ଧା ଇସ୍ତଫା ଦେବାକୁ କୁହାଯାଇଥିଲା।

H9. Vinesh Phogat CAS Hearing: ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିବା ବିନେଶ ଫୋଗାଟଙ୍କୁ ଆଜି ପଦକ ମିଳିବ କି ନାହିଁ ତାହା ସ୍ଥିର ହେବ। ଅଲିମ୍ପିକ୍ସରେ କୁସ୍ତି ପ୍ରତିଯୋଗିତାରେ ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଥିବା ବିନେଶ ଫୋଗାଟଙ୍କ ଓଜନ ୧୦୦ ଗ୍ରାମ ଅଧିକ ହୋଇଥିଲା, ଏହା ପରେ ତାଙ୍କୁ ଅଯୋଗ୍ୟ କରାଯାଇଥିଲା।

H10. Danish Kaneria On Bangladeshi hindus: ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ୍ ପୋଷ୍ଟ ସେୟାର କରିବାବେଳେ ଦାନିଶ କାନେରିଆ ଲେଖିଛନ୍ତି, 'ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖିବା ପରେ ମୋର ରକ୍ତ ଫୁଟୁଛି। ମିଳିତ ଜାତିସଂଘ, ମିଳିତ ଜାତିସଂଘ ମାନବ ଅଧିକାର ଓ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନର ନିରବତା ଲଜ୍ଜାଜନକ ବିଷୟ।'