Top 10 News: ଶ୍ରୀମନ୍ଦିରରେ ମାଗଣା ମିଳିବ ମହାପ୍ରସାଦ; ରାଜ୍ୟରେ ଆଜି ବଜ୍ରପାତ ନେଇଗଲା ୬ ଜୀବନ, ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2390151

Top 10 News: ଶ୍ରୀମନ୍ଦିରରେ ମାଗଣା ମିଳିବ ମହାପ୍ରସାଦ; ରାଜ୍ୟରେ ଆଜି ବଜ୍ରପାତ ନେଇଗଲା ୬ ଜୀବନ, ୧୦ ବଡ଼ ଖବର

Top 10 News Headlines: ରାଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା। ଏନେଇ ଆଇନ ମନ୍ତ୍ରୀ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 18 August 2024

Top 10 News Headlines 18 August 2024: H1. Devotees to get free Mahaprasad at Jagannath Temple: ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା। ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ମାଗଣା ପ୍ରସାଦ ବଣ୍ଟନ ପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି। ଏନେଇ ଆଇନ ମନ୍ତ୍ରୀ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। 

H2. Vigilance Arrests CT-GST Enforcement Asst Commissioner: ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ। ବିନୟ ଭୂଷଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ ରେଡ୍ କରାଯାଇଥିଲା। ତେବେ ତେବେ ସରକାରୀ ଟିକସ ହେରଫେର ଅଭିଯୋଗରେ ଶନିବାର ବିନୟଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

H3. 6 killed in lightning strikes in Odisha: ଆଜି ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।  

H4. Tara Prasad Bahinipati makes explosive statement: କଂଗ୍ରେସ ଉପରେ ବର୍ଷିଲେ ତାରା ବାହୀନୀପତି। ଦଳରେ ଅଣଦେଖା ପରେ ଦଳରେ ବିଭାଜନ ସୃଷ୍ଟି ହେଉଛି। କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି। ଏଥିପାଇଁ ଲୋକ କେବେ କ୍ଷମା ଦେବେନି ବୋଲି ତାରା କହିଛନ୍ତି। 

H5. Odisha weather update: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଥିବା ବେଳେ ୧୯ ତାରିଖ ବେଳକୁ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ଆଉ ଏହାର ପ୍ରଭାବରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରବିବାର ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ଓ ୧୯ ସୋମବାର ଦିନ ପାଇଁ ମଧ୍ୟ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

H6. Coast Guard DG Rakesh Pal dies of heart attack: ଚେନ୍ନାଇରେ ହୃଦଘାତରେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ମୃତ୍ୟୁ ହୋଇଛି। ରାଜେଶ ପାଲ ଭାରତୀୟ ତଟରକ୍ଷୀ ବାହିନୀର ୨୫ ତମ ମହାନିର୍ଦ୍ଦେଶକ ଥିଲେ। ଜାନୁଆରୀ ୧୯୮୯ ରେ ଭାରତୀୟ ନାଭାଲ ଏକାଡେମୀର ଆଲୁମନାସ ରାକେଶ ପାଲ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ଚେନ୍ନାଇରେ ରାକେଶ ପାଲଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

H7. Supreme Court Takes Up Doctor's Rape-Murder Case: କୋଲକାତାର ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ସ୍ୱତଃ ସଜ୍ଞାନ ନେଇଛନ୍ତି। ୨୦ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତର ୱେବସାଇଟରେ ଅପଲୋଡ୍ ହୋଇଥିବା ସୂଚୀ ଅନୁଯାୟୀ ପ୍ରଧାନ ବିଚାରପତି  ଡି.ୱାଇ. ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ମଙ୍ଗଳବାର ଦିନ କୋଲକାତାର ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିବେ।

H8. Champai Soren News: ପୂର୍ବତନ ଝାଡଖଣ୍ଡ ସିଏମ ଚମ୍ପାଇ ସୋରେନ ବିଜେପିରେ ଯୋଗଦେବା ପୂର୍ବରୁ ନିଜର ଭାବନା ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅନେକ ଭାବପ୍ରବଣ କଥା ଲେଖିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ଚମ୍ପାଇ ସୋରେନଙ୍କ ଜେଏମଏମରୁ ବିଜେପିରେ ଯୋଗଦେବା ଖବର ଆସିଲା, ସେତେବେଳେ ରାଜନୈତିକ ମହଲରେ ଅନେକ କଳ୍ପନା ଜଳ୍ପନା ଚାଲିଥିଲା। ରବିବାର ଦିନ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଛେଦ ପଡିଛି।

H9. Mohanlal Hospitalised: ସାଉଥର ଏକ ବଡ ସୁପରଷ୍ଟାରଙ୍କୁ ନେଇ ଖବର ଆସୁଛି ଯେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଆମେ ଅଭିନେତା ମୋହନଲାଲଙ୍କ ବିଷୟରେ କହୁଛୁ। ସେ ମାଲାୟାଲମ୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା। ଉଚ୍ଚ ଜ୍ୱର ଓ ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

H10. U19 Women's T20 World Cup 2025: ଆସନ୍ତା ବର୍ଷ ଜାନୁଆରୀ A ଫେବୃଆରୀ ମାସରେ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ଏଥର ଏହି ବିଶ୍ୱକପ ମାଲେସିଆରେ ଖେଳାଯିବ। ଏହି ବିଶ୍ୱକପରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିବେ। ୧୮ ଜାନୁଆରୀରୁ ବିଶ୍ୱକପ୍ ଆରମ୍ଭ ହୋଇଥିବାବେଳେ ଫାଇନାଲ୍ ମ୍ୟାଚ୍ ଫେବୃଆରୀ ୨ ରେ ଖେଳାଯିବ। ଏହାକୁ ନେଇ ଆଇସିସି ଏକ କାର୍ଯ୍ୟସୂଚୀ ଜାରି କିରିଛି।

Also Read: Rakhi Purnima 2024: ରାକ୍ଷୀ ପୂର୍ଣ୍ଣିମାରେ ଭାଇକୁ ମିଳୁନାହିଁ କି ଛୁଟି? ୧୦ ମିନିଟରେ ଏପରି ପଠାନ୍ତୁ ରାକ୍ଷୀ

Also Read: Jio ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଦେଲା ଏକ ବଡ ଉପହାର! ଆପଣ ଘରେ ବସି ପାଇପାରିବେ VIP ଫୋନ୍ ନମ୍ବର; ଜାଣନ୍ତୁ ପ୍ରେସେସ୍