Jio ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଦେଲା ଏକ ବଡ ଉପହାର! ଆପଣ ଘରେ ବସି ପାଇପାରିବେ VIP ଫୋନ୍ ନମ୍ବର; ଜାଣନ୍ତୁ ପ୍ରେସେସ୍
Advertisement
Article Detail0/zeeodisha/odisha2390050

Jio ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଦେଲା ଏକ ବଡ ଉପହାର! ଆପଣ ଘରେ ବସି ପାଇପାରିବେ VIP ଫୋନ୍ ନମ୍ବର; ଜାଣନ୍ତୁ ପ୍ରେସେସ୍

Jio Choice Number: ବର୍ତ୍ତମାନ ଆପଣ ଆପଣଙ୍କର ଲକି ନମ୍ବର କିମ୍ବା ସ୍ୱତନ୍ତ୍ର ତାରିଖର ଏକ ମୋବାଇଲ୍ ନମ୍ବର ପାଇପାରିବେ। ଏହି ସେବା ର jio ତରଫରୁ ମିଳୁଛି। ତେବେ ଆସନ୍ତୁ ଜିଓର Choice Number ସେବା ବିଷୟରେ ଆପଣଙ୍କୁ ଜଣାଉଛୁ।

 

Jio Choice Number

Jio Choice Number:  ଆପଣ ଏପରି ମୋବାଇଲ ନମ୍ବର ଚାହୁଁଛନ୍ତି କି ଯାହା ଆପଣଙ୍କ ପାଇଁ ସ୍ୱତନ୍ତ୍ର? ଯଦି ହଁ, ତେବେ Jio ର ନୂଆ ସର୍ଭିସ୍ “Choice Number” ଆପଣଙ୍କ ଏହି ଇଚ୍ଛାକୁ ପୂରଣ କରିବ। ବର୍ତ୍ତମାନ ଆପଣ ନିଜ ପସନ୍ଦିତ ସଂଖ୍ୟା ସହିତ ମୋବାଇଲ୍ ନମ୍ବର ବାଛିପାରିବେ। ତାହା ଆପଣଙ୍କର ଜନ୍ମଦିନ ହେଉ କିମ୍ବା ଲକି ନମ୍ବର ବା କୌଣସି ବିଶେଷ ତାରିଖ, ଆପଣ ନିଜ ପସନ୍ଦର ମୋବାଇଲ୍ ନମ୍ୱର ବର୍ତ୍ତମାନ ପାଇପାରିବେ। Jio ର ନୂଆ ସର୍ଭିସ୍ ମାଧ୍ୟମରେ ଆପଣ ମନ ପସନ୍ଦର ଏକ ନମ୍ୱର ପାଇ ପାରିବେ। ତେବେ ଆସନ୍ତୁ ଆପଣଙ୍କୁ ଜଣାଉଛୁ ଯେ କିପରି ଆପଣଙ୍କ ପ୍ରିୟ Jio ନମ୍ବର ପାଇପାରିବେ।

କିପରି କାମ କରେ  “Choice Number” ସର୍ଭିସ୍?
Jio ର Choice Number ସର୍ଭିସ୍ ବ୍ୟବହାର କରିବା ବହୁତ ସହଜ। ତେବେ ଜାଣନ୍ତୁ ମନପସନ୍ଦ ନମ୍ୱର ପାଇବାର ପ୍ରୋସେସ।

ଆପଣ ପ୍ରଥମେ ନିଜ MyJio ଆପ୍ ଓପନ୍ କରନ୍ତୁ:
ମେନୁ ସେକ୍ସନକୁ ଯାଆନ୍ତୁ ଏବଂ “Choose Number” ଚୟନ କରନ୍ତୁ।
ଏହାପରେ “Let’s book now” ଉପରେ କ୍ଲିକ୍ କରନ୍ତୁ।
ବର୍ତ୍ତମାନ ନିଜ ପସନ୍ଦର ୪ ରୁ ୫ ଅଙ୍କ, ନିଜର ପିନ୍ କୋଡ୍ ଓ ଆପଣଙ୍କ ନାମ ଏଣ୍ଟ୍ରି କରିବାକୁ ପଡିବ।
ଏହାପରେ “Show available numbers” ଉପରେ କ୍ଲିକ୍ କରନ୍ତୁ।
ବର୍ତ୍ତମାନ ଆପ୍ ଆପଣଙ୍କୁ ଉପଲବ୍ଧ ନମ୍ବର ଗୁଡ଼ିକର ଏକ ତାଲିକା ଦେଖାଇବ।
ଆପଣ ଏଥିରୁ ନିଜର ପ୍ରିୟ ନମ୍ବର ବାଛିପାରିବେ।
ମନୋନୀତ ନମ୍ୱର ପାଇଁ ଦେୟ ପ୍ରଦାନ କରନ୍ତୁ (ବର୍ତ୍ତମାନ ₹୪୯୯)।
ଦେୟ ସମାପ୍ତ ହେବା ପରେ ଆପଣଙ୍କର ନୂତନ ଜିଓ ସିମ୍ କାର୍ଡ ବିନା ମୂଲ୍ୟରେ ଆପଣଙ୍କ ଘରେ ପହଂଚିବ।

ଜରୁରୀ ସର୍ତ୍ତାବଳୀ
ଏହି ସେବା କେବଳ Jio ପୋଷ୍ଟପେଡ୍ ପ୍ଲସ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।
ଆପଣ ରହୁଥିବା ପିନ୍ କୋଡ୍ ପାଇଁ କେବଳ ଏହି ନମ୍ବର ବାଛିପାରିବେ।
ଜିଓ କୌଣସି ନିର୍ଦ୍ଦିଷ୍ଟ ନମ୍ୱରର ଗ୍ୟାରେଣ୍ଟି ଦିଏ ନାହିଁ।
ଆପଣ କେବଳ ଉପଲବ୍ଧତା ଆଧାରରେ ନମ୍ବର ପାଇପାରିବେ।

Also Read: Bengaluru: ରିଲ୍ ତିଆରି କରିବା ପଡିଲା ଭାରୀ, ସ୍କୁଟରକୁ ଉଠାଇ ଫ୍ଲାଏଓଭର ତଳକୁ ଫୋପାଡି ଦେଲେ ଲୋକେ, ଦେଖନ୍ତୁ ଭିଡିଓ

Also Read: U19 Women's T20 World Cup 2025: ବିଶ୍ୱକପ୍‌ରେ ହେବ ନାହିଁ ଭାରତ-ପାକିସ୍ତାନ ମ୍ୟାଚ୍, ଆଇସିସି ନେଲା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି