Top 10 News Headlines: ଆଜିଠୁ ସଂସଦର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ଏବଂ ଅନ୍ୟନ୍ୟ ଖବର
Advertisement
Article Detail0/zeeodisha/odisha2305447

Top 10 News Headlines: ଆଜିଠୁ ସଂସଦର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ଏବଂ ଅନ୍ୟନ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଆଜିଠୁ ସଂସଦର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ଏବଂ ଅନ୍ୟନ୍ୟ ଖବର
1. ଆଜିଠାରୁ ଅଧିବେଶନ
ଆଜିଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଧିବେଶନ ଆରମ୍ଭ ହେବ। ଏହା ଏକ ସ୍ୱଥନ୍ତ୍ର ଅଧିବେଶନ ରହିବ। ଏଥିରେ ନବ ନିର୍ବାଚିତ ସଦସ୍ୟମାନେ ଶପଥପାଠ କରିବେ। ପରମ୍ପରା ଅନୁସାରେ  ପ୍ରଥମେ ପ୍ରଧାନମନ୍ତ୍ରୀ ତଥା ଗୃହର ନେତା ଶପଥପାଠ କରିବେ। ଏହାପରେ ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିବେ।  ସେମାନଙ୍କୁ ଲୋକସଭାର ଅସ୍ଥାୟୀ ବାଚସ୍ପତି ଶପଥ ପାଠ କରାଇବା ବ୍ୟବସ୍ଥା ରହିଛି। 
 
2. ଭର୍ତ୍ତୃହରି ଅସ୍ଥାୟୀ ବାଚସ୍ପତି
ପ୍ରଥମ ଥର ପାଇଁ କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଜି ରାଷ୍ଟ୍ରପତି ଭବନରେ ଶପଥ ନେବେ। ସମସ୍ତ ସଦସ୍ୟ ଶପଥପାଠ କରିବା ପରେ ସ୍ଥାୟୀ ବାଚସ୍ପତି ନିର୍ବାଚନ ହେବ। ବାଚସ୍ପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତିଙ୍କ ଦାୟିତ୍ୱ ସମ୍ପନ୍ନ ହେବ। 
 
3. ପ୍ରଥମ ଅଧିବେଶନରେ ୯ଟି କାର୍ଯ୍ୟ ଦିବସ
ଏହି ଅଧିବେଶନରେ ସମୁଦାୟ ୯ଟି କାର୍ଯ୍ୟ ଦିବସ ସ୍ଥିର କରାଯାଇଛି। ପ୍ରଥମ ଦୁଇଦିନ ଶପଥପାଠ ପରେ ତୃତୀୟ ଦିନରେ ବାଚସ୍ପତି ନିର୍ବାଚନ ଏବଂ ତାଙ୍କୁ ଶୁଭେଚ୍ଛା ପ୍ରଦାନ ଏବଂ ଚତୁର୍ଥ ଦିନ ଅର୍ଥାତ୍‍ ୨୭ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହିଦିନ ସଂସଦର ଉଭୟ ଗୃହର ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟସଭାର ଅଧିବେଶନ ମଧ୍ୟ ଏହିଦିନ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ତାଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। 
 
4. ପ୍ରସ୍ତୁତି ଚୂଡ଼ାନ୍ତ
ଲୋକସଭାର ନୂତନ ସଭାକକ୍ଷରେ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିଛିଦିନ ପୂର୍ବରୁ ଲୋକସଭାରେ ଲାଗିଥିବା ସମସ୍ତ ଯନ୍ତ୍ରାଂଶକୁ ପୁନଃ ପରୀକ୍ଷା କରଯାଇଛି। ଏହା ସହ କର୍ମଚାରୀମାନେ ଗୃହରେ ସମସ୍ତ କାର୍ଯ୍ୟର ଅଭ୍ୟାସ ମଧ୍ୟ କରିଛନ୍ତି। ଏଥର ଲୋକସଭାରେ ପ୍ରଥମଥର ପାଇଁ ନୂତନ ସଦସ୍ୟମାନଙ୍କୁ ଯେକୌଣସି ଭାଷାରେ ଚାହିଁଲେ ଶପଥପାଠ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁଣି ଅଧିବେଶନରେ ଆଳଷାଚନା ସମୟରେ ସଦସ୍ୟମାନେ ନିଜ ଭାଷାରେ କହିଲେ ତାହାର ଏକସମୟରେ ଭାଷାନ୍ତରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। 
 
5. ଭିନ୍ନ ଭିନ୍ନ ଭାଷାରେ ପ୍ରସାରଣ ହେବ ଲୋକସଭାର କାର୍ଯ୍ୟ
ପ୍ରଥମଥର ପାଇଁ ସଂସଦ ଟିଭିରେ ଲୋକସଭାର କାର୍ଯ୍ୟକୁ ଭିନ୍ନ ଭିନ୍ନ ଭାଷାରେ ପ୍ରସାରଣ କରିବା ପାଇଁ ବ୍ୟବସ୍ଥା ହୋଇଛି। ସଦସ୍ୟ କହୁଥିବା ସମୟରେ ଦର୍ଶକ ଚାହିଁଲେ ସମାନଙ୍କ ଭାଷାରେ ବା ହିନ୍ଦି ଓ ଇଂରାଜୀରେ ଏହାକୁ ଶୁଣିବା ବ୍ୟବସ୍ଥା ହୋଇଛି। ଏଥିଲାକି ୨୨ଟି ଭାଷାରୁ ପ୍ରଥମେ ୫ଟି ଭାଷାରେ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। 
 
6. ସ୍ୱଭାବିକ ହେଉଛି ବାଲେଶ୍ୱର
ବାଲେଶ୍ୱରରେ ଧୀରେ ଧୀରେ ଅବସ୍ଥା ସ୍ବଭାବିକ ହେଉଛି। ଇଦ ପର୍ବ ପାଳନ ବେଳେ ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଗର୍ଷ ଏବଂ ଏହା ପରବର୍ତ୍ତୀ ସମୟର ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ କର୍ତ୍ତୃପକ୍ଷ କର୍ଫ୍ୟୁ ଲଗାଇଥିଲେ। ଆଜି ଏହି କର୍ଫ୍ୟୁ କୋହଳ କରାଯିବା ସହ ସ୍କୁଲ୍‍ କଲେଜ ଖୋଲି ଦିଆଯାଇଛି। ପୁଣି ଇଣ୍ଟରନେଟ ଉପର କଟକଣାକୁ ବାଦ ଦିଆଆଯାଇଛି। କିନ୍ତୁ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ। କଡ଼ଧା ପହରା ବି ସହରରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 
 
7. ବିଦ୍ୟୁତ ଆଘାତରେ ଗାଈଙ୍କ ମୃତ୍ୟୁ ମାମଲା: କ୍ଷତିପୁରଣ ଦେବ ଟିପିସିଓଡିଏଲ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ବିଦ୍ୟୁତ ଆଘାତ ହେତୁ ୬ଜଣ ଗୋପାଳକଙ୍କ ଗାଈ ଓ ବାଛୁରୀଙ୍କ ଅକାଳ ମୃତ୍ୟୁ ହେବା ପ୍ରସଙ୍ଗରେ ବିଜୁଳି ସରବରାହ ସଂସ୍ଥା ଟିପିସିଓଡିଏଲ୍‍ କ୍ଷତିପୂରଣ ଦେବ। ୬ଜଣ ଗୋପାଳକଙ୍କୁ ସମୁଦାୟ ୧ ଲକ୍ଷ ୪୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କ ନିୟମ ଅନୁସାରେ ଏହି କ୍ଷତିପୂରଣ ତୁରନ୍ତ ଦେବାକୁ କୁହାଯାଇଛି। 
 
8. କୋଝିକୋଡ଼କୁ ୟୁନେସ୍କୋ ପକ୍ଷରୁ ଦେଶର ପ୍ରଥମ ସାହିତ୍ୟ ନଗରୀ ମାନ୍ୟତା
କେରଳର ଉତ୍ତର ଭାଗରେ ଥିବା କୋଝିକୋଡ୍‍ ସହରକୁ ୟୁନେସ୍କୋ ପକ୍ଷରୁ ଦେଶର ପ୍ରଥମ ‘ସାହିତ୍ୟ ନଗରୀ’ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏହା ସୃଜନଶୀଳତା, ବାକ୍‍ ସ୍ୱାଧୀନତା ସର୍ବୋପରି ମାନବିକତାକୁ ପ୍ରଶ୍ରୟ ଦେଇଥିବା ଏକ ସହର ଭାବେ ପରିଚୟ ସୃଷ୍ଟି କରିଛି। କୋଝିକୋଡ୍‍ ପ୍ରଶାସନ ଏହାକୁ ନେଇ ଉତ୍ସାହିତ ରହିବା ସହ ପ୍ରତିବର୍ଷ ଜୁନ୍‍ ୨୩କୁ ଏଠାରେ ‘ସାହିତ୍ୟ ନଗରୀ’ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି। 
 
9. ମାତୃତ୍ୱ ଛୁଟି ୧୮୦ ଦିନକୁ ବୃଦ୍ଧି
ସରୋଗାସୀ ସୂତ୍ରରୁ ଛୁଆ ଗ୍ରହଣ କରୁଥିବା ମା’ ମାନଙ୍କୁ ଏଣିକି କେନ୍ଦ୍ର ସରକାର ୧୮୦ ଦିନର ମାତୃତ୍ୱ ଛୁଟି ପ୍ରଦାନ କରିବେ। ଏନେଇ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଜୁନ୍‍ ୧୮ ତାରିଖରେ ବିଜ୍ଞପ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କର୍ତମଚାରୀଙ୍କ ପାଇଁ ଏହା କାର୍ଯ୍ୟକାରୀ ହୋଇଛି। ଭାରତରେ ସରୋଗାସୀ ବା ଗର୍ଭଦାନକୁ ୨୦୨୨ରେ ଆଇନଗତ ମାନ୍ୟତା ଦିଆଯାଇଥିଲା। ୨୦୨୩ରେ ଏଥିପାଇଁ ନିୟନ୍ତ୍ରକ ଅଧିନିୟମ ଅଣାଯାଇଥିଲା। 
 
10. ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ
ଏବେ ସମ୍ପୂର୍ଣ୍ଣ ଓଡ଼ିଶାର ଭୌଗୋଳିକ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୀ ଦ୍ୱାରା ଆଚ୍ଛାଦିତ ହୋଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି।