Top 10 News Today: ସନ୍ଦେଶଖଲି ମାମଲାରେ ତଦନ୍ତ କରିବ CBI, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ସନ୍ଦେଶଖଲି ମାମଲାରେ ତଦନ୍ତ କରିବ CBI, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines from 10th April 2024: ବୁଧବାର ଦିନ କଲିକତା ହାଇକୋର୍ଟ ସନ୍ଦେଶଖଲିରେ ମହିଳାମାନଙ୍କ ସହ ଅସଦାଚରଣ ତଥା ଜବରଦସ୍ତ ଜମି ଦଖଲ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

10th April 2024 Afternoon Bulletin Top News Headlines

Afternoon Bulletin Top News Headlines: H1. Calcutta HC orders court: କଲିକତା ହାଇକୋର୍ଟ ବୁଧବାର ଦିନ ସନ୍ଦେଶଖଲିରେ ମହିଳାମାନଙ୍କ ସହ ଅସଦାଚରଣ ତଥା ଜବରଦସ୍ତ ଜମି ଦଖଲ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାରଠାରୁ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଆରମ୍ଭ କରିବାକୁ କୁହାଯାଇଛି। କୋର୍ଟ କହିଛନ୍ତି ଯେ ସିବିଆଇକୁ ଏକ ନୂତନ ଇମେଲ ଆଇଡି ଖୋଲିବାକୁ ପଡ଼ିବ ଓ ସନ୍ଦେଶକଲି ଘଟଣା ସମ୍ପର୍କିତ ଅଭିଯୋଗ ସଂଗ୍ରହ କରିବାକୁ ପଡ଼ିବ। ଗତ ଗୁରୁବାର ଦିନ ହାଇକୋର୍ଟ ସାନ୍ଦେଶଖଲି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ।

H2. Supream Court On Patanjali: ଝକମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ପତଞ୍ଜଳି ପ୍ରତିଷ୍ଠାତା ରାମଦେବ ଓ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ଉଦାରବାଦୀ ହେବାକୁ ଚାହୁଁନାହୁଁ। ଏହି ପ୍ରସଙ୍ଗରେ କେନ୍ଦ୍ରର ପ୍ରତିକ୍ରିୟାରେ ସନ୍ତୁଷ୍ଟ ନୁହେଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନୁଲ୍ଲା କହିଛନ୍ତି ଯେ କ୍ଷମା ପ୍ରାର୍ଥନା କାଗଜରେ ଅଛି। ଆମେ ଏହାକୁ ଗ୍ରହଣ କରିବାକୁ ମନା କରୁଛୁ, ଆମେ ଏହାକୁ ପ୍ରତିଶ୍ରୁତିର ଉଦ୍ଦେଶ୍ୟମୂଳକ ଉଲ୍ଲଂଘନ ବୋଲି ବିବେଚନା କରୁ।

H3. BJP Candidates List 2024: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଏକ ନୂଆ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୧୦ ନାମ ଘୋଷଣା କରାଯାଇଛି, ଯେଉଁଥିରେ ମେନ୍ପୁରୀ, ଗାଜୀପୁର ସମେତ ୟୁପିର ଅନେକ ଗୁରୁତ୍ୱପୂର୍ଣ୍ଣ ଆସନ ଅନ୍ତର୍ଭୁକ୍ତ। ବିଜେପି ଏହାର ନୂଆ ତାଲିକାରେ ୟୁପିରୁ ୭ଟି ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। 

H4. America On PM Modi: ଆମେରିକାର ସାଂସଦ ବ୍ରାଡ ଶେର୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୪ ମସିହାରୁ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ଅର୍ଥନୈତିକ ଅଗ୍ରଗତି ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଚେହେରା ପାଲଟିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଶକ୍ତି ବୃଦ୍ଧି ପାଇଛି।

H5. Blow To Congress MLA Mohammed Moquim: କଟକ-ବାରବାଟି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‍ଙ୍କୁ ଆଇନଗତ ଝଟକା ଲାଗିଛି। ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ (ଓଏଚଆରଡିସି) ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ରାୟ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନିର୍ବାଚନ ମୁହାଁ ମୋକିମ୍‍ଙ୍କୁ  ଶକ୍ତ ଧକ୍କା ଦେଇଛନ୍ତି। ନିମ୍ନ ଅଦାଲତଙ୍କ ରାୟ ଅନୁସାରେ ମୋକିମ୍‍ଙ୍କୁ ତିନିବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ।  

H6. Odisha Police Tattoos derogatory: ଟାଟୁ କରିବା ଦ୍ୱାରା ଓଡ଼ିଶା ପୁଲିସର ଭାବମୂର୍ତ୍ତି ହାନି ହେଉଥିବାରୁ ଏହାକୁ ହଟାଇବାକୁ ଏକ ନିର୍ଦ୍ଦେଶନାମା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଜାରି କରିଛି। ବେକ କିମ୍ବା ହାତରେ କେହି ଟାଟୁ କରିପାରିବେ ନାହିଁ। ଯଦି ଉକ୍ତ ବାଟାଲିୟନର କୌଣସି ପୁଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି କାହାପ ଟାଟୁ ଦେଖାଯାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

H7. Supream Court On Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ହେବ ନାହିଁ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସୋମବାର ପୂର୍ବରୁ ଶୁଣାଣି ହେବାର କୌଣସି ସମ୍ଭାବନା ନାହିଁ। ବର୍ତ୍ତମାନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ କୌଣସି ସ୍ୱତନ୍ତ୍ର ବେଞ୍ଚ ଗଠନ କରିବେ ନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ସୋମବାର ପୂର୍ବରୁ ଶୁଣାଣି ହେବ ନାହିଁ, କାରଣ କୋର୍ଟ ଆସନ୍ତା ଚାରି ଦିନ ଛୁଟିରେ ଅଛନ୍ତି।

H8. Chhattisgarh Durg Accident: ଛତିଶଗଡର ଦୁର୍ଗରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଗା ଜିଲ୍ଲାର କୁମହରୀରେ ଏକ ବସ୍ ୫୦ ଫୁଟ ଗଭୀର ଘାଟରେ ଖସି ପଡିଥିଲା। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅନ୍ତର୍ଭୁକ୍ତ। ୧୫ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। କହିରଖୁଛୁ ଯେ ମଙ୍ଗଳବାର ରାତିରେ ଡ୍ୟୁଟିରୁ ଫେରୁଥିବାବେଳେ କର୍ମଚାରୀଙ୍କ ଭରପୂର ଏକ ବସ୍ ଖାଲରେ ପଡ଼ିଯାଇଥିଲା। କେଡିଆ ଡିଷ୍ଟିଲେରୀ କାରଖାନାର ପ୍ରାୟ ୪୦ କର୍ମଚାରୀ ବସ୍‌ରେ ଯାତ୍ରା କରୁଥିଲେ।

H9. IPL 2024 RR VS GT: ଆଇପିଏଲ-୧୭ ସିଜିନର ୨୪ତମ ମ୍ୟାଚ୍ ବୁଧବାର ଦିନ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲସ୍ ଓ ଗୁଜୁରାଟ ଟାଇଟାନସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୋଟିଏ ପଟେ ଅପରାଜୟ ରାଜସ୍ଥାନ ବିଜୟ ଧାରା ବଜାୟ ରଖିବା ନେଇ ମଇଦାନ ଓହ୍ଲାଇବ, ଅନ୍ୟପଟେ ଗୁଜୁରାଟ ଟାଇଟନ୍ସ ମଧ୍ଯ ବିଜୟ ଲକ୍ଷ୍ୟ ନେଇ ଲଢ଼ିବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲସ୍ ୪ଟି ମ୍ୟାଚ୍ ରୁ ୪ଟି ବିଜୟ ସହ ୮ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

H10. Jack Alabaster dies at 93: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଲେଗ ସ୍ପିନର ଜ୍ୟାକ୍ ଆଲାବାଷ୍ଟରଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ରାତିରେ ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ସର୍ବୋତ୍ତମ ଲେଗ୍ ସ୍ପିନରମାନଙ୍କ ମଧ୍ୟରୁ ଜ୍ୟାକ୍ ଆଲାବାଷ୍ଟର ଅନ୍ୟତମ ଥିଲେ। ସେ ୧୯୫୫ ରୁ ୧୯୭୨ ମଧ୍ୟରେ ମୋଟ ୨୧ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଓ ଏହି ସମୟ ମଧ୍ୟରେ ୪୯ ୱିକେଟ୍ ନେଇଥିଲେ।