Top 10 News Headlines : ଦ୍ୱିତୀୟ ଦିନିକିଆରେ ଭାରତ ୩୨ ରନରେ ପରାସ୍ତ ହୋଇଛି। ଶ୍ରୀଲଙ୍କା ୨୪୦ ରନ୍ ଜବାବରେ ଭାରତୀୟ ଦଳ ମାତ୍ର ୨୦୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 4 Augsut 2024: H1. Hirakud Dam Discharging Excess Floodwater: ରବିବାର ଦିନ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିବା ସହ ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଅନ୍ୟପଟେ ଆଜି ହୀରାକୁଦ ଡ୍ୟାମ୍ ଜଳ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।
H1. Odia Journalism Day: ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି ଯେ, ୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଓଡ଼ିଆ ଭାଷାରେ ସମ୍ବାଦ ପରିବେଷଣ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ସାଧୁବାଦ।
H3. IIT Bhubaneswar: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ନୂତନ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆଡମିସନ୍ ପ୍ରକ୍ରିୟା ପରେ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ପୃଥକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଦ୍ୱାରା ଏକ ପ୍ରେରଣାଦାୟକ ସେମିନାର ଆୟୋଜିତ ହୋଇଛି।
H4. Nine children killed as wall collapses: ମଧ୍ୟପ୍ରଦେଶର ସାଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ମନ୍ଦିର କାନ୍ଥ ଭୁଶୁଡ଼ିବା କାରଣରୁ ୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସାଗର ଜିଲ୍ଲାର ଶାହପୁର ସହରରେ ଏହି ଘଟଣା ଘଟିଛି ଯେଉଁଠାରେ ଆଜି ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୯ ନିରୀହ ପିଲାଙ୍କର ମୃତ୍ୟୁ ହୋଇଛି ।
H5. Visakhapatnam Train Fire: ଦେଶରେ ରେଳ ଦୁର୍ଘଟଣା ବନ୍ଦ ହେବାକୁ ନାମ ନେଉନାହିଁ। ରବିବାର ଦିନ ବିଶାଖାପାଟନମ୍ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ତିନିଟି ବଗି ନିଆଁରେ ହୁ-ହୁ ଜଳି ଉଠିଥିଲା। ଏହି ଦୁର୍ଘଟଣା କୋରବା ଏକ୍ସପ୍ରେସ (18517) ରେ ଘଟିଛି। ଘଟଣା ସମୟରେ ଟ୍ରେନ୍ ଚାରି ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା।
H6. Bangladesh Violence: ରବିବାର ଦିନ ଶାସକ ଆୱାମୀ ଲିଗର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶରେ ରହୁଥିବା ନାଗରିକମାନଙ୍କୁ ଯୋଗାଯୋଗରେ ରହିବାକୁ ଏବଂ ସତର୍କ ରହିବାକୁ ଭାରତ କହିଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ହେଲ୍ପଲାଇନ ନମ୍ବର + 88-01313076402 ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
H7. Novak Djokovic First Olympic Gold Medal: ଭେଟେରାନ୍ ଟେନିସ୍ ଖେଳାଳି ନୋଭାକ ଜୋକୋଭିକଙ୍କ ଅଧୁରା ସ୍ୱପ୍ନ ପୂରା ହୋଇଛି। ସେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଛନ୍। ଜୋକୋଭିକ୍ ରବିବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ।
H8. Rohit Sharma Records: ଅଧିନାୟକ ରୋହିତ ଶର୍ମା ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଭାରତ ପାଇଁ ODI କ୍ରିକେଟ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ସଚିନ, ବିରାଟ ଓ ଗାଙ୍ଗୁଲି ରୋହିତଙ୍କଠାରୁ ଆଗରେ ଅଛନ୍ତି।
H9. India vs Great Britain Hockey: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ହକିର କ୍ୱାର୍ଟର ଫାଇନାଲ ରବିବାର ଦିନ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ବ୍ରିଟେନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। କ୍ୟାପଟେନ ହରମାନପ୍ରୀତ ସିଂ ପୁଣି ଥରେ ଚତ୍ମକାର ଖେଳ ଦେଖାଇଥିଲେ।
H10. IND vs SL 2nd ODI Update: ରବିବାର ଦିନ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ନଅ ୱିକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନିକିଆରେ ଭାରତ ୩୨ ରନରେ ପରାସ୍ତ ହୋଇଛି। ଶ୍ରୀଲଙ୍କା ୨୪୦ ରନ୍ ଜବାବରେ ଭାରତୀୟ ଦଳ ମାତ୍ର ୨୦୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।