Top 10 News Headlines: ସକାଳର 10 ବଡ଼ ଖବର
Advertisement
Article Detail0/zeeodisha/odisha2000002

Top 10 News Headlines: ସକାଳର 10 ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10 ବଡ଼ ଖବର

ଟ୍ରକରେ ବୁହାହେଲା ବସ୍ତାବସ୍ତା ଟଙ୍କା
ଖୋଲୁଛି କଳା ସାମ୍ରାଜ୍ୟର କଳା କାରନାମା । ଟଙ୍କା ଗଣତି ସରିନଥିବାରୁ ଏଯାଏ ସୁନାଗହଣାର ପୂରା ହିସାବ ହୋଇପାରୁନି। ବୁଧବାର ଠାରୁ ଟଙ୍କା ଗଣିଗଣି ହାଲିଆ ହେଲେଣି ଅଧିକାରୀ । ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ସ୍ଥିତି ସାମ୍ନା କରିଛି ଆୟକର ବିଭାଗ । ଆୟକର ଟିକସ ଫାଙ୍କି ଅଭିଯୋଗରେ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ମଗ ପ୍ରସ୍ତୁତି ସଂସ୍ଥାର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢଉ ପରେ ଚକିତ କରିବା ଭଳି ତଥ୍ୟ ପଦାକୁ ଆସିଛି।   ସେହିପରି ଦୁଇଦିନ ମଧ୍ୟରେ ୨୫୨ କୋଟି ଟଙ୍କା ନଗତ ଜବତ ହୋଇଥିବା ବେଳେ ସୁନାଗହଣା ହିସାବ ଆରମ୍ଭ ହେଲେ ଏହା ୩୦୦ କୋଟି ପାର୍ ହେବ ବୋଲି କୁହାଯାଉଛି । ସେପଟେ ଏହି ରେଡ୍ ପରେ ରାଜନୈତିକ ଲିଙ୍କ ନେଇ ଖୋଳତାଡ ଆରମ୍ଭ ହୋଇଛି।

ଶୂନମୃତ୍ୟୁ ସପ୍ତାହରେ ୭୧ ଜଣଙ୍କ ମୃତ୍ୟୁ 
ରାଜ୍ୟରେ ଚାଲିଥିବା ଶୂନମୃତ୍ୟୁ ସପ୍ତାହରେ ୭୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୬ଦିନର ତଥ୍ୟ ଅନୁଯାୟୀ ୭୧ ଜଣ ପ୍ରାଣ ହରାଇଥିବା ବେଳେ ହାରାହାରି ଭାବେ ପ୍ରତ୍ୟେକ ଦିନ ୧୨ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜ୍ୟ ପରିବହନ ବିଭାଗ ପକ୍ଷରି ରାଜ୍ୟବ୍ୟାପୀ ଚାଲିଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ସମୟରେ ଯାଞ୍ଚ, ସଚେତନତା କାର୍ଯ୍ୟକ୍ରମ, ଜରିମାନା ଆଦାୟ ଭଳି ପଦକ୍ଷେପ ସତ୍ତ୍ୱେ ପ୍ରତ୍ୟେକ ଦିନ ହାରାହାରି ଭାବେ ୧୨ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବା ଉଦବେଗଜନିତ ପରିସ୍ଥିତି ଉପୁଜାଇଛି। 

ଆଜି ବି ୮ ଜିଲ୍ଲାରେ ବର୍ଷା 
ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ୮ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ତେବେ ଏହି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମଧ୍ୟାହ୍ନ ପରେ ଏସବୁ ଜିଲ୍ଲା ସମେତ ପୁରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି। 

ବରଯାତ୍ରୀ ମସ୍ତିବେଳେ ଜଳିଗଲା ଶିଶୁ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡା ଗାଁରେ ଅଘଟଣ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ । ବରପକ୍ଷଙ୍କୁ ପେଟ୍ରୋଲ ବଣ୍ଟାଯାଇଥିଲା । ଏହି ସମୟରେ ଜଣେ ଲୋକ ସିଗାରେଟ୍ ଟାଣୁଥିବାବେଳେ ପ୍ରଥମେ ଘରେ ନିଆଁଲାଗିଯାଇଥିଲା । ଦୁଇ ବଖରା ଘର ଜଳିବା ସହ ୫ ବର୍ଷର ନାବାଳକ ଜୀବନ୍ତ ଜଳିଯାଇଥିଲା । ଏହି ଘଟଣା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବିଜେପି ସାଂସଦଙ୍କୁ ହ୍ୱିପ୍ 
ଆଜି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଦିନ ।  ଗୃହରେ ଉପସ୍ଥିତ ରହିବାକୁ ନିଜ ସାଂସଦଙ୍କୁ ହ୍ୱିପ ଜାରି କରିଛି ବିଜେପି। ଦଳ ପକ୍ଷରୁ ତିନି ଲାଇନ ବିଶିଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ନେଇ ଗୃହରେ ଆଲୋଚନା ହେବା ନେଇ ଆକଳନ କରାଯାଉଛି।

ପର୍ଯ୍ୟବେକ୍ଷକ ବାଛିବେ ମୁଖ୍ୟମନ୍ତ୍ରୀ
କିଏ ହେବେ ତିନି ହିନ୍ଦି ହାର୍ଟ ଲ୍ୟାଣ୍ଡର ମୁଖ୍ୟମନ୍ତ୍ରୀ । ଏନେଇ ଛିଡିପାରୁନି ଅଙ୍କ । ନିର୍ବାଚନ ଫଳାଫଳ ବାହାରିବାର ୫ ଦିନ ହୋଇଯାଇଥିଲେ ମଧ୍ୟ ତିନି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପିରୁ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଚାଲିଛି ଅଙ୍କକଷା । ଗୁରୁବାର ବିଳମ୍ବିତ ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ମଧ୍ୟରେ ଆଲୋଚନା । ତିନିରାଜ୍ୟର ରିପୋର୍ଟ ପର୍ଯ୍ୟବେକ୍ଷକ ପ୍ରଦାନ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେତାଙ୍କୁ ଦିଲ୍ଲୀରେ ଡେରା ପକାଇଥିବାର ଦେଖିବାକୁ ମିଳିଛି। 

ଚେନ୍ନାଇରେ ହେବ ବନ୍ୟା ପ୍ରଶମନ ପ୍ରକଳ୍ପ
ସାମୁଦ୍ରିକ ଝଡ଼ ମିଗଜୋମ୍‌ ଫଳରେ ଚେନ୍ନାଇ ମହାନଗରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ସହରରେ ଏକ ବନ୍ୟା ପ୍ରଶମନ ପ୍ରକଳ୍ପ ନିର୍ମାଣ ପାଇଁ ୫୬୧.୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦେଶରେ ଏହା ପ୍ରଥମ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପ। ଚେନ୍ନାଇ ସହର ବାରମ୍ବାର ପ୍ରତିକୂଳ ପାଣିପାଗ ଜନିତ ବିପର୍ଯ୍ୟୟର ସାମ୍ନା କରୁଛି। ପ୍ରବଳ ବର୍ଷା ଫଳରେ ସହରରେ ବନ୍ୟା ଭଳି ସ୍ଥିତି ଉପୁଜୁଛି। ଏଭଳି ସ୍ଥିତିର ଜରୁରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚାଭିଳାଷୀ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି।

ଆନ୍ଧ୍ରରୁ ଆସି ବାରଣାସୀରେ ଆତ୍ମହତ୍ୟା 
ଗୋଟିଏ ପରିବାରର ଏକାସାଙ୍ଗେ ୪ ଜଣ କଲେ ଆତ୍ମହତ୍ୟା । କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଉତ୍ତରପ୍ରଦେଶର ବାରଣାସୀରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଖବର । ଆତ୍ମହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବାବେଳେ ଜଣେ ମହିଳା ରହିଛନ୍ତି । ସମସ୍ତେ ରଶି ଲଗାଇ ପ୍ରାଣ ହରାଇଛନ୍ତି । ତେବେ ସେମାନେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ । ତଥାପି ଜବତ ସୁଇସାଉଡ ନୋଟରେ ଆର୍ଥିକ ସଙ୍କଟ ଉଲ୍ଲେଖ ରହିଥିବା ବେଳେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଯୌତୁକ ଜୁଇରେ ମହିଳା ଡାକ୍ତର
କେରଳର ତିରୁଅନନ୍ତପୁରମ୍ ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ଅପମୃତ୍ୟୁ ନେଇ ପୋଲିସ ମେଡିକାଲ ପିଜି ଆସୋସିଏସନର ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ରୁୱାଇଜ୍ ଇଏଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ଯୌତୁକ ନିଷେଧ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ତିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜରେ ସର୍ଜରୀ ବିଭାଗର ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ ୨୬ ବର୍ଷିୟ ଶାହାନାଙ୍କ ମୃତଦେହ ମଙ୍ଗଳବାର ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ସାହାନାଙ୍କ ସହ ରୁୱାଇଜଙ୍କ ବିବାହ ସ୍ଥିର ହୋଇଥିଲା। ଯୌତୁକରେ ବିଏମ୍‌ଡବ୍ଲୁ, ୧୫୦ ଭରି ସୁନା ଓ ୧୫ ଏକର ଜମି ଦାବି କରିବାକୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ମହିଳା ଡାକ୍ତର। 

ଜୁନିଅର ମେହମ୍ମୁଦଙ୍କ ନିଧନ 
ଜଣାଶୁଣା ଅଭିନେତା ଜୁନିଅର ମେହମୁଦଙ୍କର ଆଜି ଦେହାନ୍ତ ହୋଇଛି । ଏହି ଅଭିନେତା ଦୀର୍ଘ ସମୟ ଧରି ଷ୍ଟୋମାକ୍ କ୍ୟାନସରରେ ପୀଡିତ ଥିଲେ। ଏହି ସମୟ ମଧ୍ୟରେ ଜିତେନ୍ଦ୍ର ଏବଂ ଜନି ଲିଭର ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ। ତେବେ ଜୁନିୟର ମେହମ୍ମୁଦଙ୍କ ଦେହାନ୍ତ ପରେ ଶୋକରେ ବୁଡିଛି ସାରା ବଲିଉଡ । ମୃତ୍ୟୁ ବେଳକୁ ଅଭିନେତାଙ୍କ ୬୭ ବର୍ଷ ହୋଇଥିଲା ।