Top 10 News Today:ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ଏବଂ ଅନ୍ୟ ୧୦ ଖବର
Advertisement
Article Detail0/zeeodisha/odisha2417140

Top 10 News Today:ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ଏବଂ ଅନ୍ୟ ୧୦ ଖବର

Today Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ଏବଂ ଅନ୍ୟ ୧୦ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା
ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ୧୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ଏହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯାଇଛି। 

କାଲିଠୁ ଗଡ଼ିବ 'ସୁଭଦ୍ରା' ରଥ
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ
ଆୟ ବହିର୍ଭୁତ ସମ୍ପତି ମାମଲାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାର ର ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ କେନ୍ଦୁଝର ଅଫିସ ଓ ସରକାରୀ ବାସଭବନ ସମେତ  ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦୁଝର ରେ ଅଫିସ ସହ ସରକାରୀ ବାସଭବନ, ଲଷ୍ମୀସାଗର ରେ ଥିବା   ନିଜ ବାସଭବନ ଓ ଶ୍ୱଶୁର ଘର , ଜାଗମରା ବାସଭବନ ଝାରପଡା ଜେଲ ପୁରୁଣା କ୍ୱାଟର ସହ  ଭଦ୍ରକର ପୌତ୍ରିକ ଘରେ ଚାଲିଛି ଚଢ଼ାଉ ଜାରି। 

Weather Update: ଲଘୁଚାପ ପ୍ରଭାବ, ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ରାଜ୍ୟରେ ଜାରି ରହିଛି ବର୍ଷା। କାହିଁକିନା,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ  କରିଛି। ଆଜି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼,  କଟକ, ରାୟଗଡ଼ା, ଗଞ୍ଜାମ, ଗଜପତି, ଜଗତସିଂହପୁର,କୋରାପୁଟ କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି । ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି। କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପରାମର୍ଶ ଦେଉଛନ୍ତି।  ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

ଭୟାବହ ଅଗ୍ନିକାଣ୍ଡ, ୪ଟି ପରିବାରର ୮ବଖରା ଘର ଜଳିପୋଡ଼ି ପାଉଁଶ
ଜଳିଗଲା ୮ ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ୮ବଖରା ଚାଳଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । କିଛି ସମୟ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ପାଉଁଶ ହୋଇଯାଇଛି।

ପରିବାରରେ କମୁଛି ଖାଦ୍ୟ ଖର୍ଚ୍ଚ, ଭିଟାମିନଯୁକ୍ତ ଖାଦ୍ୟ ଖାଇବାରେ ଓଡ଼ିଶା ପଛୁଆ
ଭାରତୀୟଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ ଦିନକୁ ଦିନ କମିବାରେ ଲାଗିଛି। ଏପରିକି ଏହା ଅଧାରୁ ମଧ୍ୟ ଅଧିକ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା କମିଟି ଏହି ତଥ୍ୟ ଉନ୍ମୋଚନ କରିଛି, ଯାହା କେବେ ସ୍ୱାଧୀନତା ପରଠାରୁ ହୋଇ ନଥିଲା। ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ଲୋକଙ୍କୁ ଖାଦ୍ୟ ବାବଦୀୟ ସହାୟତା ମିଳିବା ତଥା ଖାଦ୍ୟ ସାଗ୍ରୀ ସହାୟତା ମିଳିବା କାରଣରୁ ଏପରି ସମ୍ଭବ ହୋଇଥିବା ଦର୍ଶାଯାଇଛି। ଖାଦ୍ୟପାଇଁ ଖର୍ଚ୍ଚ କମୁଥିବାରୁ ଲୋକେ ଅଧିକ ଭିଟାମିନଯୁକ୍ତ ଖାଦ୍ୟ ଖାଇବା କଥା। ହେଲେ ଓଡ଼ିଶା ଏକ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛି। ଏଣୁ ଲୋକେ ରକ୍ତହୀନତା ଭଳି ରୋଗର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। 

ପ୍ରତି ପଞ୍ଚାୟତ‌ରେ ହେବ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁଦିବସ ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ। ଶିକ୍ଷକତାରୁ ରାଜନୀତିକୁ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଶିକ୍ଷକତା କରିବା ସମୟରେ ମାତ୍ର ୩୦୦ ଟଙ୍କା ଦରମା ପାଉଥିଲେ।

ବିଜେଡି ନେତାଙ୍କ ନାଁରେ ମାମଲା
ରେଭେନ୍ସାରେ ମଶାଲ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣା ୩ ବିଜେଡି ନେତାଙ୍କ ନାମରେ ମାମଲା ରୁଜୁ ବିଜେଡି ନେତା ବ୍ୟୋମକେଶ ରାୟ, ଲେନିନ ମହାନ୍ତି, ଆକ୍ରମ ଖାନଙ୍କ ନାଁରେ ମାମଲା ରୁଜୁ ହୋଇଛି ବୁଧବାର ଅନୁଷ୍ଠିତ ହୋଇଥିବା ମଶାଲ ଶୋଭାଯାତ୍ରାରେ ଗଣ୍ଡଗୋଳକୁ ନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି ଅଭିଯୋଗ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ବିରୋଧ କରି ପୁରାତନ ଛାତ୍ରଙ୍କ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବ୍ୟୋମକେଶ ରାୟ, ଲେନିନ ମହାନ୍ତି, ବବି ଖାନ୍ ପ୍ରମୁଖ ଏବିଭିପିର ସଦସ୍ୟ ତଥା ଛାତ୍ର ଶ୍ୟାମ ସୁନ୍ଦର ସାହୁଙ୍କୁ ମାଡ଼ ମାରିବା ସହ ଗାଲିଗୁଳଜ କରିଥିବା ଅଭିଯୋଗ ହୋଇଛି । ବିଶ୍ଵବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରି ଏବିଭିପି ପକ୍ଷରୁ ରେଭେନ୍ସା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି କୁହାଯାଇଛି । ଅନ୍ୟପଟେ ଛାତ୍ର ସିଦ୍ଧାର୍ଥ ଷଡ଼ଙ୍ଗୀଙ୍କ ପକ୍ଷରୁ ଦାୟର ପାଲଟା ଅଭିଯୋଗକୁ ନେଇ ମଧ୍ୟ ପୁଲିସ ଆଉ ଏକ ମାମଲା ରୁଜୁ କରିଛି।

ବିଜେପିରେ ମିଶିଲେ କ୍ରିକେଟର ରବୀନ୍ଦ୍ର ଜାଡେଜା
ଟି-୨୦ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଜାଡେଜା କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିଛନ୍ତି। ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଥିବା ତାଙ୍କ ପତ୍ନୀ ସମସ୍ତଙ୍କୁ ଅବଗତ କରାଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ହେଉଛନ୍ତି ବିଜେପିର ଗୁଜରାଟ ବିଧାୟକ। ତାଙ୍କ ପରେ ଏବେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରବୀନ୍ଦ୍ର ଜାଡେଜା ବିଜେପିର ନୂଆ ସଦସ୍ୟ ହୋଇଥିବା ଫଟୋକୁ ଶେୟାର କରିଛନ୍ତି।

ପ୍ୟାରିସ୍ ପାରାଅଲିମ୍ପିକ୍ସ: ଜୁଡୋରେ କାଂସ୍ୟ ଜିତି ଇତିହାସ ରଚିଲେ କପିଲ ପରମାର
ଭାରତର ପାରା ଜୁଡୋ ଖେଳାଳି କପିଲ ପରମାର ଚମତ୍କାର ପ୍ରଦର୍ଶନ କରି ପଦକ ନିଜ ନାଁରେ କରିଛନ୍ତି । କପିଲ ପୁରୁଷ ୬୦ କେଜି ଜେ୧ ପ୍ରତିଯୋଗିତାରେ କାଂସ୍ୟ ପଦକ ମୁକାବିଲାରେ ବ୍ରାଜିଲର ଏଲିନଲଟନ୍ ଡି ଓଲୋଭେରାଙ୍କୁ ୧୦-୦ରେ ପରାସ୍ତ କରିଛନ୍ତି । କପିଲ୍ ଏହି ପଦକ ଜିତିବା ସହ ଇତିହାସ ରଚିଛନ୍ତି । ପାରାଅଲିମ୍ପିକ୍ସ ଏବଂ ଅଲିମ୍ପିକ୍ସ ଇତିହାସରେ ଜୁଡୋରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ୨୦୨୨ ଏସିଆନ୍ ଖେଳରେ ପରମାର ଏହି ବର୍ଗରେ ରୌପ୍ୟ ଜିତିଥିଲେ । ପରମାରଙ୍କ ବିଜୟ ସହ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫ରେ ପହଞ୍ଚିଛି । ଭାରତ ପାଖରେ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ କାଂସ୍ୟ ପଦକ ରହିଛି ।