• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ଆଜି ବାହୁଡ଼ା ଯାତ୍ରା ଏବଂ ଅପରାହ୍ଣର ୧୦ ବଡ଼ ଅପଡେଟ

Top 10 News Today: ଆଜି ବାହୁଡ଼ା ଯାତ୍ରା ଏବଂ ଅପରାହ୍ଣର ୧୦ ବଡ଼ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଅପଡେଟ

Written ByPrabhudatta Moharana
Published: Jul 15, 2024, 03:59 PM IST|Updated: Jul 15, 2024, 03:59 PM IST
joinshare
Top 10 News Today: ଆଜି ବାହୁଡ଼ା ଯାତ୍ରା ଏବଂ ଅପରାହ୍ଣର ୧୦ ବଡ଼ ଅପଡେଟ

About the Author

    Prabhudatta Moharana

    Prabhudatta Moharana

    Trending

    • News
    • Photos
    • Videos
    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    2

    ଓଡ଼ିଶା ଡିଜିପି ନିଯୁକ୍ତି ନେଇ ଆସନ୍ତାକାଲି ହେବ ସୁପ୍ରିମକୋର୍ଟରେ ଶୁଣାଣି !

    3

    Odisha Cabinet: ଏହି ଦଶଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

    4

    Top 10 News: କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବ ବାଜିଲା ମୋହର, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    5

    ନୂତନ ଅବତାରରେ ଜୀ ଭାରତ: ଯୁବ ଭାରତର ସ୍ୱର ହେବ...

    H1. ଆଜି ବାହୁଡା, ୪ଟାରେ ରଥ ଟଣା
    ଲକ୍ଷ୍ମୀସାଆନ୍ତାଣି ଗୁଣ୍ଡିଚାଘରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡ଼ଦେଉଳକୁ ଫେରିବାକୁ ମନ କରିଛନ୍ତି କାଳିଆସାଆନ୍ତେ। ଦଶମୀ ତିଥିରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଯିବେ। ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ। ଆଜି ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ଆଡ଼ପ ମଣ୍ଡପରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରଥ ଟଣା ଆରମ୍ଭ ହେଲା ବେଳକୁ ଅପରାହ୍ନ ୪ଟା। ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି।

    H2. ପୋଡ଼ପିଠା ଖାଇବେ ମହାପ୍ରଭୁ
    ଶ୍ରୀମନ୍ଦିରକୁ ବାହୁଡିବା ସମୟରେ ବାଟରେ ମାଉସୀମାଙ୍କ ହାତରୁ ପୋଡପିଠା ଖାଇବେ ଠାକୁରେ। ରାଜାନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହେବେ। ଗଜପତି ମହାରାଜ ମହାଲକ୍ଷ୍ମୀଙ୍କୁ ସ୍ୱହସ୍ତରେ ଧରି ମହାପ୍ରଭୁଙ୍କୁ ଭେଟ କରାଇବେ। ରଥଟଣା ସରିବା ପରେ ରଥ ଉପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ। ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

    H3. ରଥ ଉପରୁ ଅଣସେବାୟତଙ୍କୁ ବାହାର କରିଦେଲେ ମୁଖ୍ୟ ପ୍ରଶାସକ
    ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଅଣସେବାୟତ। ରଥରୁ ଅଣସେବାୟତଙ୍କୁ ବାହାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ରଥ ଉପରୁ ହାତ ଧରି ଟାଣିଟାଣି ବାହାର କରି ଦେଇଛନ୍ତି ନିଜେ ମୁଖ୍ୟ ପ୍ରଶାସକ। କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁଯାୟୀ, ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଯଦି କିଛି ବିଶୃଙ୍ଖଳା ଦେଖାଯାଏ ସେମାନଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    H4. ବଢିଲା ବଜାର ଦର
    ପନିପରିବା, ଡାଲି, ଫଳ ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ହେତୁ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ପୁଣି ପାଞ୍ଚ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଖୁଚୁରା ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ହାର ଜୁନ୍ ମାସରେ ୫.୦୮ ପ୍ରତିଶତ ରହିଥିଲା। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ ଏହା ପାଞ୍ଚ ପ୍ରତିଶତରୁ ଅଧିକରେ ପହଞ୍ଚିଛି। ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୦ ପ୍ରତିଶତ, ଏପ୍ରିଲରେ ୪.୮୩ ପ୍ରତିଶତ ଏବଂ ମାର୍ଚ୍ଚରେ ୪.୮୫ ପ୍ରତିଶତ ଥିଲା। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରେ କୁହାଯାଇଛି ଯେ ଜୁନ୍ ମାସରେ ପନିପରିବାର ଖୁଚୁରା ମୁଦ୍ରାସ୍ଫୀତି ହାର ୨୯.୩୨ ପ୍ରତିଶତ ଥିଲା। ସେହିଭଳି ଗତ ବର୍ଷ ଜୁନ୍ ତୁଳନାରେ ଡାଲି ଏବଂ ସେମାନଙ୍କ ଉତ୍ପାଦର ମୂଲ୍ୟ ୧୬.୦୭ ପ୍ରତିଶତ ବୃଦ୍ଧି ପାଇଛି। ଶସ୍ୟ ମୂଲ୍ୟରେ ୮.୭୫ ପ୍ରତିଶତ ଏବଂ ଫଳର ମୂଲ୍ୟରେ ୭.୧୫ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ତୈଳ ଏବଂ ଚର୍ବିଜାତ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର -୨.୬୮ ପ୍ରତିଶତ ରହିଥିଲା।

    H5. ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷା ସମ୍ଭାବନା
    ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି। ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ କେଉଁ ଜିଲ୍ଲାରେ ବର୍ଷା ଓ ପବନ ହେବ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

    H6. ଜଗନ୍ନାଥ ମହାପ୍ରଭୁ ଟ୍ରମ୍ପଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଦେଲେ: ଇସ୍କନ
    ପ୍ରଭୁ ଜଗନ୍ନାଥଙ୍କ ପାଇଁ ବଞ୍ଚିଗଲା ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇସ୍କନ ପକ୍ଷରୁ ଏଭଳି କୁହାଯାଇଛି। ପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହ ହେତୁ ଏହି ବଡ ଆକ୍ରମଣରେ ଟ୍ରମ୍ପଙ୍କ ଜୀବନ ବଞ୍ଚିପାରିଛି ବୋଲି ଇସ୍କନ ପକ୍ଷରୁ ଦାବି କରାଯାଇଛି।

    H7. ଚାଙ୍ଗଡା ଘରକୁ ସ୍ଥାନାନ୍ତର ହେଲା ରତ୍ନଭଣ୍ଡାର ସାମଗ୍ରୀ
    ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। 

    H8. ଗୌରବ ଗୋଗୋଇ ଲୋକସଭାରେ ହେବେ କଂଗ୍ରେସର ଉପମୁଖ୍ୟ
    କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାଚସ୍ପତିଙ୍କୁ ପତ୍ର ଲେଖି ଲୋକସଭାରେ କଂଗ୍ରେସର ଉପନେତା, ମୁଖ୍ୟ ହୁଇପ୍‌ ଓ ୨ ଜଣ ହୁଇପ୍‌ ନିଯୁକ୍ତି ସମ୍ପର୍କରେ ଜଣାଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। କେରଳରୁ ଲୋକ ସଭାକୁ ୮ ଥର ନିର୍ବାଚିତ ହୋଇଥିବା କୋଡିକୁନିଲ ସୁରେଶଙ୍କୁ କଂଗ୍ରେସର ମୁଖ୍ୟ ହୁଇପ୍‌ ଭାବେ ନିଯୁକ୍ତି ଦିଆଯିବାକୁ ଥିବାବେଳେ ବିରୁଧୁନଗର ଏମ୍‌ପି ମନିକମ୍‌ ଟାଗୋର ଏବଂ କିଶନଗଞ୍ଜ ଏମ୍‌ପି ମହମ୍ମଦ ଜାଓ୍ବେଦଙ୍କୁ ହୁଇପ୍‌ ନିଯୁକ୍ତି କରାଯିବ। ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରାଯାଇଛି।

    H9. କେଜ୍ରିୱାଲ୍‌ କୋମାକୁ ଯାଇପାରନ୍ତି: ଆପ୍‌ 
    ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସୋମବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିବୃତିକୁ ଖଣ୍ଡନ କରିଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ କହିଥିଲେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭଲ ଅଛନ୍ତି ଏବଂ ତାଙ୍କର ମୌଳିକ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଅଛି। ଏହାକୁ ସଞ୍ଜୟ ସିଂ ଖଣ୍ଡନ କରି କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘କୋମା’କୁ ଯାଇପାରନ୍ତି।

    H10. ନେପାଳରେ ରାଜନୈତିକ ହଲଚଲ
    ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ୍ । ଆସ୍ଥା ଭୋଟରେ ହାରିଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ । ରବିବାର ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ । ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ତେବେ ଆସ୍ଥା ଭୋଟ ହାରିବା ପରେ ଆଜି ଶପଥ ନେବେ କେପି ଶର୍ମା ଓଲି। 

    Add Zee News as a Preferred Source
    TAGS:
    top 10 news today
    Odisha afternoon Top 10 News Headlines
    Top 10 News Headlines
    Top 10 News Headlines in odisha
    Top 10 News Headlines Today
    odisha latest news
    odisha news today
    odisha update news
    Odisha Trending News