Earthquake News Today: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଦୋହଲି ଉଠିଲା ଉତ୍ତର ଭାରତ
Advertisement
Article Detail0/zeeodisha/odisha1943540

Earthquake News Today: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଦୋହଲି ଉଠିଲା ଉତ୍ତର ଭାରତ

Earthquake Just Now: ଶୁକ୍ରବାର ରାତି ୧୧.୩୨ ସମୟରେ ଅନୁଭୂତ ହୋଇଯାଇଛି ଏକ ଶକ୍ତିଶାଳୀ ଭୂକମ୍ପ ଝଟକା। 

 

Earthquake News Today: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଦୋହଲି ଉଠିଲା ଉତ୍ତର ଭାରତ

strong earthquake shakes north india today: ନଭେମ୍ବର ୩ ତାରିଖ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପିଉଠିଛି ଉତ୍ତର ଭାରତ। ଯାହାର ଝଟକା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ବିହାର ସମେତ ଦେଶର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଆକସ୍ମିକ ଭୂକମ୍ପ କାରଣରୁ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ।

ଶୁକ୍ରବାର ରାତି ୧୧.୩୨ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଦୀର୍ଘ ସମୟ ଧରି ଏହାର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଏପରି ଏକ ସମୟରେ ଅନୁଭୂତ ହୋଇଥିଲା ​​ଯେତେବେଳେ ଲୋକେ ରାତ୍ରୀ ଭୋଜନ ସାରି ଶୋଇବାକୁ ଯାଉଥିଲେ। ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ଶୁକ୍ରବାର ଅନୁଭୂତ ହୋଇଥିବା ଭୂମିକମ୍ପ ସହ ଜଡ଼ିତ ଫଟୋ  ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ଘରର ଛାତରେ ଲାଗିଥିବା ଲାଇଟ୍ ଫ୍ୟାନ୍ ଝୁମର ଆଦି ଦୋହଲିବାରେ ଲାଗିଛି। ଦୀର୍ଘ ସମୟ ଧରି ଲୋକେ ଭୂମିକମ୍ପ ଝଟକା ଅନୁଭବ କରିଥିଲେ।

ଶୁକ୍ରବାର ରାତିରେ ଅନୁଭୂତ ହୋଇଥିବା ଭୂକମ୍ପ ସମ୍ପର୍କରେ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର। ଏନେଇ କୁହାଯାଇଛି ଯେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳରେ ରହିଥିଲା। ରିକ୍ଟର ସ୍କେଲ ଅନୁସାରେ ଏହାର ତୀବ୍ରତା ୬.୪ ରହିଥିବାର ଜଣାପଡ଼ିଛି। ଭୂକମ୍ପ କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା।

ନେପାଳ ଠାରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ
ଏଥର ଅନୁଭୂତ ହୋଇଥିବା ଭୂକମ୍ପ ଝଟକା ଦେଶର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ର ନେପାଳ ଠାରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ କରିଥିଲେ ଲୋକ। ଏନେଇ କୁହାଯାଉଛି ଯେ ଶୁକ୍ରବାର ରାତି ୧୧.୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କମ୍ପନ ଦୀର୍ଘ ସମୟ ଧରି ଅନୁଭୂତ ହୋଇଥିଲା। ଏହି ଝଟକା ଏପରି ଏକ ସମୟରେ ହୋଇଥିଲା ​​ଯେତେବେଳେ ଲୋକ ରାତ୍ରୀ ଭୋଜନ ସାରି ଶୋଇବାକୁ ଯାଉଥିଲେ।  

ଗତ ଥର ଅପେକ୍ଷା ଏଥର ଅନୁଭୂତ ହୋଇଥିଲା ଅଧିକ ଶକ୍ତିଶାଳୀ ଝଟକା
ଏହା ପୂର୍ବରୁ ଅକ୍ଟୋବର ମାସରେ ଭୂକମ୍ପ କମ୍ପନ ଶେଷ ଥର ପାଇଁ ଅନୁଭୂତ ହୋଇଥିଲା। ଏପରିକି ସେହି ସମୟରେ ଭୂକମ୍ପ ପୃଥିବୀର କିଛି ଅଂଶକୁ ଥରାଇ ଦେଇଥିଲା। ଦିଲ୍ଲୀ-ଏନସିଆର ଠାରେ ଏହାର ପ୍ରବଳ ପ୍ରକୋପ ଅନୁଭୂତ ହୋଇଥିଲା। ଏହାର କମ୍ପନ ଦୀର୍ଘ ସମୟ ଧରି ଅନୁଭୂତ ହୋଇଥିଲା। କୁହାଯାଇଥିଲା ଯେ ସେହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା। ନେପାଳରେ ମାତ୍ର କିଛି କିଲୋମିଟର ଗଭୀରତାରେ ୪.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭଊତ ହୋଇଥିଲା।

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ?
ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଟେକ୍ଟୋନିକ୍ ପ୍ଲେଟଗୁଡିକର ସ୍ଥିତିରେ ପରିବର୍ତ୍ତନ ଆସିବା ହେଉଛି ଭୂକମ୍ପ ଅନୁଭୂତ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ପୃଥିବୀରେ ପ୍ରାୟ ୧୨ ଟେକ୍ଟୋନିକ୍ ପ୍ଲେଟ୍ ରହିଛି। ଯେତେବେଳେ ଏହି ପ୍ଲେଟ ପରସ୍ପର ସହିତ ଧକ୍କା ହୁଏ ସେତେବେଳେ ମୁକ୍ତ ହୋଇଥିବା ଶକ୍ତିକୁ ଭୂକମ୍ପ କୁହାଯାଏ। ଏହି ପ୍ଲେଟ ଅତି ମନ୍ଥର ଗତିରେ ଘୂର୍ଣ୍ଣନ କରେ। ପ୍ରତିବର୍ଷ ଏହି ପ୍ଲେଟ ନିଜ ସ୍ଥାନରୁ ପ୍ରାୟ ୪-୫ ମିଲିମିଟର ସ୍ଥାନାନ୍ତରିତ ହୋଇଥାଏ। ଏପରି ପରିସ୍ଥିତିରେ ଗୋଟିଏ ପ୍ଲେଟ ଅନ୍ୟ ଠାରୁ ଦୂରେଇ ଯାଏ ଏବଂ ଅନ୍ୟଟି ଅନ୍ୟ ତଳେ ଖସିଯାଏ। ଏହି ପ୍ରକ୍ରିୟା ସମୟରେ ପ୍ଲେଟ ପରସ୍ପର ସହ ଧକ୍କା ହେବା କାରଣରୁ ଭୂକମ୍ପ ହୋଇଥାଏ।