Agra Para Jumping Accident: ପାରାଜମ୍ପିଂ ବେଳେ ହାଇଟେନସନ୍ ତାରରେ ଅଟକିଗଲା ପାରାଚ୍ୟୁଟ, କମାଣ୍ଡୋ ଶହୀଦ
Advertisement
Article Detail0/zeeodisha/odisha1692416

Agra Para Jumping Accident: ପାରାଜମ୍ପିଂ ବେଳେ ହାଇଟେନସନ୍ ତାରରେ ଅଟକିଗଲା ପାରାଚ୍ୟୁଟ, କମାଣ୍ଡୋ ଶହୀଦ

Agra Parachute Accident: ଗତ କାଲି ରାତି ପ୍ରାୟ ୧୧: ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଇଛି। ପାରାଚୁଟ ଜମ୍ପିଂ କରିବା ବେଳେ ଦୁର୍ଘଟଣାର ଶୀକର ହୋଇଥିଲେ ଜଣେ କମାଣ୍ଡୋ। ତାଙ୍କୁ ଗ୍ରାମବାସୀ ନିଜ କାନ୍ଧରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

Agra Para Jumping Accident: ପାରାଜମ୍ପିଂ ବେଳେ ହାଇଟେନସନ୍ ତାରରେ ଅଟକିଗଲା ପାରାଚ୍ୟୁଟ, କମାଣ୍ଡୋ ଶହୀଦ

Army Commando Death in Agra: ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାର ମଲପୁରା ଅଞ୍ଚଳରେ ଘଟିଯାଇଛି ଏକ ଭୟାନକ ଦୁର୍ଘଟଣା। ସ୍ଥାନୀୟ ଡ୍ରପିଂ ଜୋନ୍ ଠାରେ ପାରାଜମ୍ପିଂ କରିବା ସମୟରେ ଜଣେ ଆର୍ମୀ କମାଣ୍ଡୋ ପ୍ରାଣ ହରାଇଥିବାର ଖବର ଆସିଛି। କମାଣ୍ଡୋ ଜଣଙ୍କ ଅବତରଣ କରିବା ସମୟରେ ତାଙ୍କର ପାରଚୁଟ୍ ହାଇଟେନସନ୍ ଲାଇନ ମଧ୍ୟରେ ଫସି ଯାଇଥିଲା। ଯାହା ଫଳରେ ନିଆଁ ଲାଗିଯିବା ସହ ବେଲୁନ ଉଚ୍ଚ କ୍ଷମତା ସମ୍ପନ୍ନ ତାରରେ ଅଟକି ଯାଇଥିଲା। ଏହି ଘଟଣାରେ ଆହତ କମାଣ୍ଡୋଙ୍କୁ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗୁରୁବାର ରାତି ପ୍ରାୟ ୧୧: ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଇଛି। ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ ଫୌରନ ସିଂହ କହିଛନ୍ତି ଯେ ସେ ତାଙ୍କ ଚାଷ ଜମିରେ ଶୋଇଥିଲେ। ରାତି ସମୟରେ ମୁଁ ନିକଟରେ ରହିଥିବା ହାଇଟେନସନ୍ ଲାଇନ ମଧ୍ୟରେ ଏକ ପାରାଚ୍ୟୁଟ୍ ଅଟକି ରହିଥିବାର ଦେଖିବାକୁ ପାଇଥିଲି। କିଛି ସମୟ ପରେ ସେହି ପାରାଚୁଟ ମଧ୍ୟରୁ ଜଣେ ତଳେ ପଡ଼ିଯାଇଥିବାର ଦେଖିବାକୁ ପାଇଥିଲି। ହେଲେ ପ୍ରାୟ ଅଧ ଘଣ୍ଟା ପରେ ଯେତେବେଳେ ସେ କ'ଣ ପଡ଼ିଛି ବୋଲି ଦେଖିବାକୁ ପାଇଲେ ସେତେବେଳେ ଅଙ୍କୁଶ ଶର୍ମା ନାମକ ଜଣେ କମାଣ୍ଡୋ ଆହତ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ଏହି ଦୃଶ୍ୟ ଦେଖିବା ପରେ ଫୌରନ ସିଂହ ତୁରନ୍ତ ସେନାରେ କାର୍ଯ୍ୟରତ ତାଙ୍କ ଭାଇ ଏବଂ ଥାନାକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କ ଭାଇ ସେନାରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଥିଲେ। ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା, ସେତେବେଳେ ଗ୍ରାମବାସୀ ନିଜେ ତାଙ୍କୁ କାନ୍ଧରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହା ପରେ ବାୟୁସେନା ଏବଂ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚିକିତ୍ସା ସମୟରେ କମାଣ୍ଡୋ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି।

ଡ୍ରପିଂ ଜୋନ୍ ବାହାରକୁ ବାହାରି ଆସିଥିଲେ କମାଣ୍ଡୋ
ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାର ମଲପୁରା ଅଞ୍ଚଳରେ ଅବସ୍ଥିତ ଡ୍ରପିଂ ଜୋନ୍ ନିକଟସ୍ଥ ନଗଲା ବଘେଲ ଠାରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି। କମାଣ୍ଡୋ ଅଙ୍କୁଶ ଶର୍ମା ଭାରତୀୟ ବାୟୁସେନାର AN-32 ବିମାନରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରୁ ପାରାଚ୍ୟୁଟ୍ ଜମ୍ପିଂ କରୁଥିଲେ। ହେଲେ କମାଣ୍ଡୋ ଜଣଙ୍କ ଡ୍ରପିଂ ଜୋନ୍ ଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ ବାହାରକୁ ବାହାରି ଯାଇଥିଲେ। ଏହା ପରେ କମାଣ୍ଡୋ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରେ ଅଟକି ଯାଇଥିଲେ। ଏହି ଦୁର୍ଘଟଣା ବାବଦରେ ବାୟୁସେନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନାହାଁନ୍ତି।

ଜାମୁ କାଶ୍ମୀର ବାସିନ୍ଦା ହେଉଛନ୍ତି କମାଣ୍ଡୋ ଅଙ୍କୁଶ ଶର୍ମା 
କମାଣ୍ଡୋ ଅଙ୍କୁଶ ଶର୍ମା ହେଉଛନ୍ତ ମୂଳତଃ ଜାମୁ କାଶ୍ମୀର ବାସିନ୍ଦା। ଯିଏ ଭାରତୀୟ ନୈସେନାରେ କାର୍ଯ୍ୟରତ ଥିଲେ। କମାଣ୍ଡ ଜଣଙ୍କ ବାୟୁସେନା ଷ୍ଟେସନ ସ୍ଥିତ ପାରାଟ୍ରୁପର୍ ଟ୍ରେନିଂ ସ୍କୁଲ ଠାରେ ପାରା ଜମ୍ପିଂ ଟ୍ରେନିଂ ପାଇଁ ଆସିଥିଲେ। ମଲପୁରା ଡ୍ରପିଂ ଜୋନ୍ ଠାରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏପରି ଅନେକ ଘଟଣା ଘଟିଛି। ବିଗତ ଦେଢ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା।