Air India: ଉଡନ୍ତା ବିମାନରେ ଗାର୍ଲଫ୍ରେଣ୍ତକୁ କକ୍ ପିଟ୍କୁ ଡ଼ାକି ଫସିଲେ ପାଇଲଟ, ତଦନ୍ତ ଆରମ୍ଭ କଲା ଡିଜିସିଏ
Advertisement
Article Detail0/zeeodisha/odisha1662097

Air India: ଉଡନ୍ତା ବିମାନରେ ଗାର୍ଲଫ୍ରେଣ୍ତକୁ କକ୍ ପିଟ୍କୁ ଡ଼ାକି ଫସିଲେ ପାଇଲଟ, ତଦନ୍ତ ଆରମ୍ଭ କଲା ଡିଜିସିଏ

Air India: ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନର ପାଇଲଟଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ବିମାନ ଉଡ଼ାଣ ବେଳେ ପାଇଲଟ୍ ଜଣଙ୍କ ତାଙ୍କ ବାନ୍ଧବୀ ବିମାନର କକ୍ ପିଟ୍କୁ ଆଣିବା ସହ ପ୍ରାୟ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।

ସୌ(ସୋସିଆଲ ମିଡିଆ)

Air India: ବିମାନରେ ଉଡ଼ାଣ ସମୟରେ ପାଇଲଟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । କାରଣ ନିଜ ଜୀବନ ସହ ବିମାନରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ତାଙ୍କ ହାତରେ ରହିଥାଏ। ଏହି ପାଇଲଟଙ୍କ (Pilot) ଉପରେ ଭରସା କରି ଯାତ୍ରୀମାନେ ଆରମରେ ବିମାନ ଯୋଗେ ଉଡ଼ାଣ ଭରି ଥାଆନ୍ତି । କିନ୍ତୁ ଯଦି ପାଇଲଟ୍ ବିମାନ ଉଡ଼ାଣ ସମୟରେ ନିଜ ଦାୟିତ୍ବରେ ଅବହେଳା କରନ୍ତି ତାହାଲେ କଣ ହେବ? ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନର ପାଇଲଟଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ବିମାନ ଉଡ଼ାଣ ବେଳେ ପାଇଲଟ୍ (Pilot) ଜଣଙ୍କ ତାଙ୍କ ବାନ୍ଧବୀ ବିମାନର କକ୍ ପିଟ୍କୁ (Cockpit) ଆଣିବା ସହ ପ୍ରାୟ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଏହି ଘଟଣା ପରେ “ଡିଜିସିଏ” (DGCA) କଡା଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ଏହି ଘଟଣା ଗତ ଫେବୃଆରୀ ମାସ ୨୭ ତାରିଖରେ ଘଟିଥିଲା । ​​ଯେତେବେଳେ ଏୟାର ଇଣ୍ଡିଆର ଏକ ବିମାନ ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ସେ ସମୟରେ ଏହି ଘଟଣାଟି ଘଟିଥିଲା । ଏହି ପ୍ରସଙ୍ଗରେ ପାଇଲଟଙ୍କ ବିରୋଧରେ ଡାଇରେକ୍ଟୋରେଟ ଜେନେରାଲ ସିଭିଲ ଏଭିଏସନ୍ (DGCA) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । “ଡିଜିସିଏ “ଏହି ଘଟଣାର ଯାଞ୍ଚ କରିବା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ “ଡିଜିସିଏ”ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଡିଜିସିଏ” (Directorate General of Civil Aviation) ଏହି ଘଟଣାର ତଦନ୍ତ କରୁଛି। ଅନୁସନ୍ଧାନକାରୀ ଦଳ ସମ୍ପୃକ୍ତ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।" ଅଧିକାରୀ ଆଉ ମଧ୍ଯ କହିଛନ୍ତି ଯେ, ଏହି କାର୍ଯ୍ୟ ବିମାନ ଚଳାଚଳ ନିୟନ୍ତ୍ରକ ‘ଡିଜିସିଏ’ (Directorate General of Civil Aviation) ସୁରକ୍ଷା ନିୟମକୁ ଉଲ୍ଲଂଘନ କରୁଛି। ପାଇଲଟଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିସିଏ ପ୍ରସ୍ତୁତ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ପାଇଲଟ କକ୍ ପିଟ୍କୁ ଲିଭିଙ୍ଗ ରୁମ ଭାବେ ସଜାଇଥିଲେ । ବିମାନ ଉଡ଼ାଣର ଅଳ୍ପ ସମୟ ପରେ କକ୍ ପିଟ୍କୁ (Cockpit) ଭିତରକୁ ଚାଲିଆସିବାକୁ ଯାତ୍ରୀ ଭାବେ ଥିବା ତାଙ୍କ ବାନ୍ଧବୀଙ୍କୁ ଆଗୁଆ କହିଥିଲେ । ବିମାନ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୩ ଘଣ୍ଟା ଧରି ମହିଳା ଜଣଙ୍କ ସହ କକ୍ ପିଟ୍କୁ (Cockpit) ଥିଲେ । ଖାଲି ଏତିକି ନୁହେଁ ପାଇଲଟ ତାଙ୍କ ଗାର୍ଲଫ୍ରେଣ୍ତ ବ୍ୟବସାୟ ଶ୍ରେଣୀରେ ଥିବା ଖାଦ୍ୟ ମଧ୍ଯ ଖାଇବାକୁ ଦେଇଥିଲେ। ତେବେ ଏନେଇ କ୍ୟାବିନ କ୍ରୁ ସଦସ୍ୟମାନେ ପାଇଲଟଙ୍କ (Pilot) ବିରୋଧରେ ଅଭିଯୋଗ କରିଛନ୍ତି।

 

ତେବେ ପାଇଲଟ (Pilot) ଏକାଦୃଶ କାର୍ଯ୍ୟ ବେଳେ କେବଳ ନିରାପତ୍ତା ଉଲ୍ଲଂଘନ କରିଛନ୍ତି ତାହା ନୁହେଁ ବିମାନରେ ଥିବା  ଯାତ୍ରୀମାନଙ୍କ ସୁରକ୍ଷା ସହ ମଧ୍ଯ ସାଲିସ କରିଛନ୍ତି । ତେବେ ଏପରି ଅପରାଧ ଲାଗି ପାଇଲଟ ଲାଇସେନ୍ସ ରଦ୍ଦ କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ଏୟାର ଇଣ୍ତିଆ (Air India) ଏଯାବତ୍ କୌଣସି ମତ ଦେଇନାହିଁ ।

ଏହା ବି ପଢନ୍ତୁ-Twitter Blue Tick: ଯୋଗୀ, ଶାହାରୁଖ, କୋହଲି ଓ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲେ ମସ୍କ