Archana Nag Case: ଆଜି କୋର୍ଟକୁ ଆସିବେ, ନଚେତ୍ ଫସିବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି
Advertisement

Archana Nag Case: ଆଜି କୋର୍ଟକୁ ଆସିବେ, ନଚେତ୍ ଫସିବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

Archana Nag Case In Odia: ନିଜର ନାଗ ଫାଶରେ ପ୍ରମୁଖ ଦଳର ବଡ଼ ବଡ଼ ନେତା, ବ୍ୟବସାୟୀ,ପୋଲିସ, ଅଫିସର, ସିନେ ଦୁନିଆର ହସ୍ତୀଙ୍କ ସମେତ ସମାଜର ଆଗଧାଡ଼ିର ଲୋକଙ୍କୁ ଫସାଇଥିବା ଅର୍ଚ୍ଚନା ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି । ହନି ଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା (shradhanjali behera) । ହାଜର ହୋଇ ସତ ଓଗାଳିବେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag Case In Odia: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag)ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ହନି ଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ (shradhanjali behera) ନିର୍ଦ୍ଦେଶ ଦିଆଯାଇଛି ।  ସେ ହାଜର ହେଲେ ହନି ଟ୍ରାପ  (Archana Nag Honey Trap Case) ଓ ବ୍ଲାକମେଲିଂ (Archana Nag black mailing case)ମାମଲାରେ ବହୁ ସତ ସାମ୍ନାକୁ ଆସିବ । ବ୍ୟକ୍ତିଗତ ହାଜର ନ ହେବା ପାଇଁ ଶ୍ରଦ୍ଧାଞ୍ଜଳୀ ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଥିଲେ । ଆଜି ହାଜର ନହେଲେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି ହୋଇପାରେ । ଅର୍ଚ୍ଚନା ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଭାବେ ଚାର୍ଜସିଟରେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ed) ।  ଗିରଫଦାରୀ ଭୟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି ବେହେରା ।ଅର୍ଚ୍ଚନା ନାଗ ମନି ଲଣ୍ଡରିଂ (Archana Nag Money Laundering Case) ଫସିଥିବା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଏବେ ପର୍ଯ୍ୟନ୍ତ ଗିରଫ ହୋଇ ନାହାଁନ୍ତି । ତାଙ୍କୁ ଗିରଫ କରିବା ପାଇଁ ଅର୍ଚ୍ଚନା ଦାବି କରୁଛନ୍ତି । 

ନିକଟରେ କୋର୍ଟରେ ହାଜର ହୋଇଥିବା ସମୟରେ ଅର୍ଚ୍ଚନା କହିଥିଲେ ଯେ, କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି (shradhanjali behera)। କାହା ଛତ୍ରଛାୟା ତଳେ ରହିଛି ଶ୍ରଦ୍ଧାଞ୍ଜଳି ବେହେରା ,ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି । ତାକୁ ଜାଣିଶୁଣି ଘଣ୍ଟ ଘୋଡା  ଯାଉଛି । ଭୁବନେଶ୍ବର ଓଲଡ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ତାକୁ ହନିମୁନ୍ ପ୍ୟାକେଜରେ ପଠାଯାଇଥିଲା । କେବଳ ସୌଭାଗ୍ୟ ମିଶ୍ର ମିଶ୍ର ନୁହେଁ,  ବହୁ ରାଜନେତାଙ୍କ ସହ ଶ୍ରଦ୍ଧାଞ୍ଜଳି ଲିଙ୍କରେ ଥିବା ମଧ୍ୟ କହିଛନ୍ତି ଅର୍ଚ୍ଚନା । 

ଏହାବି ପଢନ୍ତୁ : Road Accident: ବିବାହ ଭୋଜି ଖାଇ ଫେରୁଥିଲା ବେଳେ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ

ଏହାବି ପଢନ୍ତୁ : Mangal Gochar 2023 Effects: କର୍କଟ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହି ୭ ରାଶି ଉପରେ ମାଡି଼ ଆସିବ ବିପଦ!

ଚଳିତ ବର୍ଷ, ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଗୋଟିଏ ମାମଲାରେ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ(Odisha high court) ।  (Odia Film Maker Akshay Parija )ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି ।  ତେବେ ଅର୍ଚ୍ଚନାଙ୍କ (Archana Nag) ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି । ଅର୍ଚ୍ଚନାଙ୍କ (Archana Nag) ବିରୋଧରେ ଆଉ ଦୁଇଟି ମାମଲା ରହିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ତଦନ୍ତ ମାମଲା ଏବେବି କୋର୍ଟରେ ବିଚାରାଧୀନ ଅଛି । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । 

ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ରେ ତାଙ୍କର ଜାମିନକୁ ଏସଡିଜେଏମ କୋର୍ଟ ନାମଞ୍ଜୁର କରିଥିଲେ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଗତ ମାର୍ଚ୍ଚମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଛି । ହେଲେ ଏଯାଏଁ ଜେଲରୁ ବାହାରି ପାରିନି ଜଗବନ୍ଧୁ । ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।