Ayodhya Ram Mandir: ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ଦିବସର ଆଜି ତୃତୀୟ ଦିନ। ଅପରାହ୍ଣ ପ୍ରାୟ ୧ଟା ବେଳେ ଶ୍ରୀରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଶ୍ରୀ ରାମଲାଲାଙ୍କ ପ୍ରତିମୂର୍ତ୍ତିକୂ ଗତ ରାତିରେ ମନ୍ଦିର ପ୍ରବେଶ କରାଯାଇଛି।
Trending Photos
Ayodhya Ram Mandir: ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ଦିବସର ଆଜି ତୃତୀୟ ଦିନ। ଅପରାହ୍ଣ ପ୍ରାୟ ୧ଟା ବେଳେ ଶ୍ରୀରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଶ୍ରୀ ରାମଲାଲାଙ୍କ ପ୍ରତିମୂର୍ତ୍ତିକୂ ଗତ ରାତିରେ ମନ୍ଦିର ପ୍ରବେଶ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟବିଧି ଅନୁସାରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିର ଚାରିପାର୍ଶ୍ୱରେ ପ୍ରଦକ୍ଷଣ କରାଯାଇ ଗର୍ଭଗୃହରେ ପ୍ରବେଶ କରାଯାଇଥାଆନ୍ତା। ଏଥିଲାଗି ଆଜି ସକାଳେ ପ୍ରଦକ୍ଷଣ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋ ହୋଇଥିବାରୁ ଏହାକୁ ମନ୍ଦିର ପରିକ୍ରମା କରାଇବା ସମ୍ଭବ ହୋଇ ନଥିଲା। ଏଣୁ ସକାଳୁ ଶ୍ରୀ ରାମଲାଲାଙ୍କ ପୂଜିତ ୧୦ କିଲୋ ଓଜନର ପ୍ରତିମୂର୍ତ୍ତିକୁ ପରିକ୍ରମା କରାଯାଇଥିଲା।
ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କର୍ତ୍ତା ହେବେ। ଏଥିଲାଗି ୫୫ ଦେଶ ଏବଂ ବିଭିନ୍ନ ପ୍ରଦେଶରୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଦେଶରେ ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଥମିବାର ନାଁ ଧରୁ ନାହିଁ। ଗତକାଲି କଂଗ୍ରେସ ପକ୍ଷରୁ ଜୟରାମ ରମେଶ ଏହି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିବା ପରେ ତୃଣମୂଳଳ କଂଗ୍ରେସ ନେତା ମମତା ବାନାର୍ଜୀ, ଶିବ ସେନା (ୟୁଟି) ନେତା ଉଦ୍ଧବ ଠାକରେ ମଧ୍ୟ ଉତ୍ସବକୁ ନଯିବା ଲାଗି ଘୋଷଣା କରିଛନ୍ତି। ଆଜି ସକାଳେ ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ଶରଦ ପାଓ୍ୱାର ମଧ୍ୟ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସେ ଦର୍ଶନ ଲାଗି ଯିବେ ବୋଲି କହିଛନ୍ତି।
ଅଯୋଧ୍ୟାର ଭବ୍ୟ ପରିବେଶକୁ ଦେଶର ପ୍ରତିକୋଣରେ ଅନୁଭବ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ମଦ ଦୋକାନ ବନ୍ଦ ସହ ଅନେକ ରାଜ୍ୟ ଛୁଟି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ଼, ହରିୟାଣା ପ୍ରଭୃତି ୫ ରାଜ୍ୟ ଜାନୁୟାରୀ ୨୨କୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି। ଓଡ଼ିଶାରେ ଏହି ଦିନଟିକୁ ଛୁଟି ଘୋଷଣା କରିବା ପାଇଁ ବିଜେପି ଦାବି କରିଛି।
Also Read- Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ବଢ଼ିଲା...
Also Read- ନିଦ ହଜାଇଲା ଦନ୍ତା ହାତୀ, ଟ୍ରାଙ୍କୁଲାଇଜ କରିବାରେ ବିଫଳ ବନବିଭାଗ