ଋତୁସ୍ରାବ ସମୟରେ ମହିଳାଙ୍କୁ ଛୁଟି ମିଳିବା ଉଚିତ୍ ନା ନାହିଁ? ନିଆଁରେ ଘିଅ ଢାଳିଲେ..
Advertisement
Article Detail0/zeeodisha/odisha2011119

ଋତୁସ୍ରାବ ସମୟରେ ମହିଳାଙ୍କୁ ଛୁଟି ମିଳିବା ଉଚିତ୍ ନା ନାହିଁ? ନିଆଁରେ ଘିଅ ଢାଳିଲେ..

Kangana supports Smriti Irani: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବେତନ ପିରିୟଡ୍ ଲିଭ୍ ପଲିସି ସମ୍ପର୍କରେ ଦେଇଥିବା ବିୟାନ ପାଇଁ ଖବରରେ ଅଛନ୍ତି । ବର୍ତ୍ତମାନ କଙ୍ଗନା ରାଣାୱତ ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଅଭିନେତ୍ରୀ ସ୍ମୃତି ଇରାନୀଙ୍କ ବିୟାନର ଏକ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ ଅଭିନେତ୍ରୀ ସ୍ମୃତି ଇରାନୀଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଛନ୍ତି ।

 

Kangana supports Smriti Irani

Kangana Ranaut Supports Smriti Irani on Paid Menstrual Leave Policy: କଙ୍ଗନା ରାଣାୱତ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସେ ଚଳଚ୍ଚିତ୍ର ତଥା ବିଶ୍ୱର କୌଣସି ପ୍ରସଙ୍ଗରେ ନିଜର ମତ ରଖିବାକୁ କେବେ କୁଣ୍ଠାବୋଧ କରନ୍ତି ନାହିଁ । ବର୍ତ୍ତମାନ ସେ ଚର୍ଚ୍ଚାରେ ଥିବା ପିରିୟଡ୍ ପେଡ୍ ଲିଭ୍ ପଲିସି ଉପରେ ନିଜର ବୟାନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଦିନ ସଂସଦରେ କହିଥିଲେ ଯେ ଋତୁସ୍ରାବ ଏକ ଅକ୍ଷମତା ନୁହେଁ । ମହିଳାମାନେ ଏଥିପାଇଁ ପେଡ୍ ଲିଭ୍ ନେବା ଆବଶ୍ୟକ ନାହିଁ । ବର୍ତ୍ତମାନ କଙ୍ଗନା ରାଣାୱତ ଏହା ଉପରେ ସ୍ମୃତି ଇରାନୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି ।

କଙ୍ଗନା ରାଣାୱତ କହିଛନ୍ତି, "କାର୍ଯ୍ୟରତ ମହିଳା ଏକ ମିଛ, ମାନବ ଇତିହାସରେ ଏପର୍ଯ୍ୟନ୍ତ ଭାରତରେ କୌସି ଅଣ-କାର୍ଯ୍ୟରତ ମହିଳା ରହିନାହାଁନ୍ତି । କ୍ଷେତରେ କାମ କରିବାଠାରୁ ଆରମ୍ଭ କରି ପରିବାର ପରିଚାଳନା ଓ ପିଲାମାନଙ୍କର ପ୍ରତିପୋଷଣ ପର୍ଯ୍ୟନ୍ତ ମହିଳାମାନେ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଏହି ଋତୁସ୍ରାବ ମଧ୍ୟରେ ପରିବାର, ସମାଜ କିମ୍ବା ଦେଶ ପ୍ରତି ତାଙ୍କର ଦାୟିତ୍ୱରେ କେବେ ବାଧକ ଉପୁଯାଇ ନାହିଁ ।"

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯଦି ଏହା ଏକ ସ୍ୱତନ୍ତ୍ର ଚିକିତ୍ସା ଅବସ୍ଥା ନହୁଏ, ତେବେ ମହିଳାମାନେ ସେମାନଙ୍କ ଋତୁସ୍ରାବ ପାଇଁ ପେଡ୍ ଲିଭ୍ ଆବଶ୍ୟକ କରନ୍ତି ନାହିଁ। ଦୟାକରି ବୁଝନ୍ତୁ, ଏହା ଏକ ଋତୁସ୍ରାବ, କୌଣସି ରୋଗ କିମ୍ବା ପ୍ରତିବନ୍ଧକ ନୁହେଁ ।"

fallback

ଋତୁସ୍ରାବ ଉପରେ କ'ଣ କହିଛନ୍ତି ସ୍ମୃତି ଇରାନୀ?
ସ୍ମୃତି ଇରାନୀ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, "ଜଣେ ପିରିୟଡସ୍ ଥିବା ମହିଳା ଭାବରେ, ମାସିକ ଚକ୍ର ଓ ପିରିୟଡସ୍ କୌଣସି ଅକ୍ଷମତା ନୁହେଁ, ଏହା ମହିଳା ଜୀବନର ଏକ ପ୍ରାକୃତିକ ଅଂଶ ... ଆମେ ଏ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ ।" ଏପରି ପ୍ରସଙ୍ଗରେ ପ୍ରସ୍ତାବ ଦେବା ଉଚିତ ନୁହେଁ, ଯେତେବେଳେ ମହିଳାଙ୍କୁ ସମାନ ଅଧିକାରରୁ ବଞ୍ଚିତ କରାଯାଏ, କାରଣ କେବଳ କିଛି ଲୋକ ଯେଉଁ ମନଙ୍କର ପିରିୟଡସ୍ ହୁଏ ନାହିଁ ସେମାନେ ଏହାକୁ ନେଇ ଏକ ବିଶେଷ ଦୃଷ୍ଟିକୋଣ ରଖିଥାନ୍ତି ।