CBSE Exam News: ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ଏବଂ ଦ୍ୱାଦଶ ପରୀକ୍ଷା
Advertisement
Article Detail0/zeeodisha/odisha2523480

CBSE Exam News: ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ଏବଂ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ। ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦଶମ ପରୀକ୍ଷା ସୂଚୀ ଅନୁସାରେ ୧୫ ତାରିଖରେ ଇଂରାଜୀ, ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ର

CBSE Exam News: ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ଏବଂ ଦ୍ୱାଦଶ ପରୀକ୍ଷା

CBSE Exam News: ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ। ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦଶମ ପରୀକ୍ଷା ସୂଚୀ ଅନୁସାରେ ୧୫ ତାରିଖରେ ଇଂରାଜୀ, ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସୋସିଆଲ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୧୭ରେ ଓଡ଼ିଆ ଓ ୧୮ରେ କମ୍ପ୍ୟୁଟର ସାଇନ୍ସ,/ଆଇଟି/ଏଆଇ ପରୀକ୍ଷା ରହିଛି। 

ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏହି ଦିନ ଏଣ୍ଟରପ୍ରେନରସିପ ରହିଛି। ୧୭ରେ ଫିଜିକାଲ ଏଜୁକେସନ, ୨୧ରେ ଫିଜିକ୍ସ, ୨୨ରେ ବିଜନେସ ଷ୍ଟଡିଜ, ୨୪ରେ ଜିଓଗ୍ରାଫୀ, ୨୭ରେ କେମିଷ୍ଟ୍ରି, ମାର୍ଚ୍ଚ ୧ରେ ଓଡ଼ିଶୀ ନୃତ୍ୟୁ, ୫ରେ ଏଗ୍ରିକଲଚର/ମାର୍କେଟିଂ, ୮ରେ ଗଣିତ, ୧୧ରେ ଇଂରାଜୀ, ୧୫ରେ ହିନ୍ଦୀ ଇଲେକ୍ଟିଭ/କୋରି, ୧୯ରେ ଅର୍ଥନୀତି, ୨୧ରେ ବାୟୋ ଟେକନୋଲୋଜି, ୨୨ରେ ରାଜନୀତି ବିଜ୍ଞାନ, ୨୪ରେ ସଂସ୍କୃତ, ୨୫ରେ ବାୟୋଲୋଜି, ୨୬ରେ ଆକାଉଣ୍ଟାନ୍ସି, ୨୭ରେ ସୋସିଓଲୋଜି, ୨୯ରେ କମ୍ପ୍ୟୁଟର ସାଇନ୍ସ, ଏପ୍ରିଲ ୧ରେ ଇତିହାସ, ୩ରେ ହୋମ ସାଇନ୍ସ ଓ ଏପ୍ରିଲ ୪ରେ ମନସ୍ତତ୍ତ୍ୱ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। 

ଏଠାରେ କହି ରଖୁ କି ଆସନ୍ତା ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫେବୃୟାରୀ ୧୮ତାରିଖରୁ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ହେବ। ଏହା ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସୂଚନା ଅନୁସାରେ, ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ ପାକ୍ଟ୍ରିକାଲ ପରୀକ୍ଷା ହେବ। ବିଜ୍ଞାନରେ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ସେହିପରି ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା କରାଯିବ।