Workshop Fire: କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୩୬ ଜଣଙ୍କର ମୃତ୍ୟୁ
Advertisement
Article Detail0/zeeodisha/odisha1452495

Workshop Fire: କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୩୬ ଜଣଙ୍କର ମୃତ୍ୟୁ

China Fire: ଚାଇନାର ହେନାନ ସହରରେ ଅବସ୍ଥିତ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୬ଜଣଙ୍କର ମୃତ୍ୟୁ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ସଂଘର୍ଷ କରିବାକୁ ପଡିଥିଲା ।

ସୌ: ସୋସିଆଲ ମିଡିଆ

China Workshop Fire: ସେଣ୍ଟ୍ରାଲ ଚାଇନାର (Central China) ହେନାନ (Henan) ପ୍ରଦେଶରେ ଅଗ୍ନିକାଣ୍ଡରେ ପ୍ରାୟ ୩୬  ଜଣଙ୍କର ମୃତ୍ୟୁ ହୋଇଛି । ଅନାଙ୍ଗ ସହରର ଏକ କାରଖାନାରେ ଏହି ଘଟଣା ଘଟିଛି । ମଙ୍ଗଳବାର ଚୀନ୍ ଗଣମାଧ୍ୟମ (Chinese media) ଏହି ବିଷୟରେ ସୂଚନା ଦେଇଛି । ଅଗ୍ନିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ ହୋଇଥିବାବେଳେ ଦୁଇ ଜଣଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ପରିଶ୍ରମ କରିବାକୁ ପଡିଛି । ୨୦୦ ରୁ ଅଧିକ ରିଲିଫ କର୍ମଚାରୀ ଓ ପ୍ରାୟ ୬୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଥିଲେ । ରିପୋର୍ଟରେ ଦର୍ଶାଯାଇଛି ଯେ ଅନାଙ୍ଗ ସହରର ଏକ ହାଇ-ଟେକ୍ନୋଲୋଜି ଅଞ୍ଚଳ ୱେନଫେଙ୍ଗ ଜିଲ୍ଲାର କାଏସିଣ୍ଡା ଟ୍ରେଡିଂ କୋ ଲିମିଟେଡରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ପରେ ଅନେକ ଘଣ୍ଟା ଧରି ଏହି ଅଞ୍ଚଳରେ ହଙ୍ଗାମା ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଅଗ୍ନିଶମ ବାହିନୀ ଦଳ ୬୩ ଟି ଗାଡି ଘଟଣାସ୍ଥଳକୁ ପଠାଇଥିଲେ । ସ୍ଥାନୀୟ ସମୟ ରାତି ୮ ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା ଓ ରାତି ୧୧ ଟା ସୁଦ୍ଧା ସମ୍ପୂର୍ଣ୍ଣ ନିଆଁ ଲିଭାଯାଇଥିଲା । ଏହି ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ସାମାନ୍ୟ ଆଘାତ ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଡାକ୍ତରଙ୍କ କହିବାନୁସାର ଆହତ ମାନଙ୍କର ଅବସ୍ଥା ଭଲ ରହିଛି ।

ମାର୍ଚ୍ଚ ୨୦୧୯ ରେ, ସାଂଘାଇ ଠାରୁ ୨୬୦ କିଲୋମିଟର ଦୂରରେ ଥିବା ୟାନଚେଙ୍ଗରେ ଥିବା ଏକ ରାସାୟନିକ କାରଖାନା ବିସ୍ଫୋରଣ ହୋଇ ୭୮ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଅନେକ କିଲୋମିଟର ବ୍ୟାସାର୍ଦ୍ଧରେ ଘର ନଷ୍ଟ ହୋଇଯାଇଥିଲା । ଏବଂ ୨୦୧୫ ରେ, ଚାଇନାର ସବୁଠାରୁ ବଡ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଉତ୍ତର ତିଆନ୍ଜିନରେ ଥିବା ଏକ ରାସାୟନିକ ଗୋଦାମରେ ହୋଇଥିବା ବିସ୍ଫୋରଣରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ: FIFA World Cup 2022: କାତାର ଷ୍ଟାଡିୟମରେ ଧର୍ମ ଜ୍ଞାନ ବାଣ୍ଟିବେ Zakir Naik, ଦୁଇ ଦେଶର ସମ୍ପର୍କ ଉପରେ କଣ ପଡିବ ପ୍ରଭାବ?

ଏହା ବି ପଢ଼ନ୍ତୁ: Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....

ଏହାବି ପଢନ୍ତୁ : Happy Birthday Karthik Aryan: ୧୧ ବର୍ଷ କ୍ୟାରିୟରରେ ୫ ଗର୍ଲଫ୍ରେଣ୍ତ, ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀଙ୍କ ସହ ଥିଲା Affairs ?