Indian Coast Guard: ଚୀନୀ ନାଗରିକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ତଟରକ୍ଷକ ବଳ, କ'ଣ କହିଲା ଚୀନ?
Advertisement

Indian Coast Guard: ଚୀନୀ ନାଗରିକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ତଟରକ୍ଷକ ବଳ, କ'ଣ କହିଲା ଚୀନ?

ICG Save Chinese Citizen Life: ଚୀନ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ  ପକ୍ଷରୁ କରାଯାଇଥିବା ପ୍ରୟାସ ଉପରେ ପ୍ରତିକ୍ରିୟା ରଖିଛି ଚୀନ୍ ଦୂତାବାସ।

 

Indian Coast Guard: ଚୀନୀ ନାଗରିକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ତଟରକ୍ଷକ ବଳ, କ'ଣ କହିଲା ଚୀନ?

China on Indian Coast Guard: ଅଗଷ୍ଟ ୧୬ ତାରିଖ ବୁଧବାର ରାତିରେ ଆରବ ସାଗରରେ ଜଣେ ଚୀନ ନାଗରିକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ଭାରତୀୟ ତଟରକ୍ଷକ ବଳ। ଦେଶର ଜଣେ ନାଗରିକଙ୍କ ଜୀବନ ବଞ୍ଚାଇ ଦେଇଥିବାରୁ ଭାରତୀୟ ତଟରକ୍ଷକ ବଳର ପ୍ରଶଂସାରେ ଶତମୁଖ ହୋଇଉଠିଛି ଭାରତରେ ଅବସ୍ଥାପିତ ଚୀନ୍ ଦୂତାବାସ। ଗତ ୧୬-୧୭ ଅଗଷ୍ଟ ମଧ୍ୟରାତ୍ରୀରେ ଚିକିତ୍ସା ସହାୟତା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଜଣେ ଚୀନ ନାଗରିକଙ୍କୁ ମୁମ୍ବାଇ ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଆରବ ସାଗର ମଧ୍ୟରୁ ଉଦ୍ଧାର କରିଥିଲା।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଭାରତରେ ଅବସ୍ଥାପିତ ଚୀନ୍ ଦୂତାବାସ (Chinese Embassy in India)। ଏନେଇ ଟ୍ୱିଟ ଚୀନୀ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, "ମୁମ୍ବାଇ ଉପକୂଳ ନିକଟସ୍ଥ ଆରବ ସାଗରରେ ଜଣେ ଚୀନୀ ନାଗରିକଙ୍କୁ ଚିକିତ୍ସା ପାଇଁ ଠିକ୍ ସମୟରେ ଉଦ୍ଧାର କରିଥିବା ଭାରତୀୟ ତଟରକ୍ଷୀ ବାହିନୀକୁ ଆମର ହୃଦୟରୁ କୃତଜ୍ଞତା।" ଅନ୍ୟପଟେ ମୁମ୍ବାଇ ସ୍ଥିତ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର (Mumbai Marine Rescue Coordination Center) ବୁଧବାର ଖବର ପାଇଥିଲା ଯେ ଏକ ଅନୁସନ୍ଧାନକାରୀ ଜାହାଜରେ ରହିଥିବା ଜଣେ ଚାଳକ ଦଳ ସଦସ୍ୟ ୟିନ ବେଇଙ୍ଗୟାଙ୍ଗ ହୃଦଘାତରେ ପୀଡିତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଥିଲା।

କ'ଣ ରହିଥିଲା ପୁରା ଘଟଣାକ୍ରମ?
ଗତ ୧୬-୧୭ ଅଗଷ୍ଟ ମଧ୍ୟରାତ୍ରୀରେ ମୁମ୍ବାଇ ଉପକୂଳ (Mumbai Coast) ନିକଟସ୍ଥ ଆରବ ସାଗରରେ (Arabian Sea) ଏକ ବିଦେଶୀ ଜାହାଜରେ ଯାତ୍ରା କରିବା ସମୟରେ ୟିନ ବେଇଙ୍ଗୟାଙ୍ଗ ନାମକ ଜଣେ ଚୀନୀ ନାଗରିକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତୁ ଚିକିତ୍ସା ସହୟତା ଦେବାର ଆବଶ୍ୟକତା ରହିଥିଲା। ଯାତ୍ରା ବେଳେ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ପୁରା ତାକତ ଲଗାଇ ଦେଇଥିଲା।

ସ୍ଥାନୀୟ ପାଣିପାଗ ସହ ଜଡ଼ିତ ଅସୁବିଧା ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ଚୀନୀ ନାଗରିକଙ୍କୁ (Chinese Citizen) ଉଦ୍ଧାର କରିଥିଲା। ରାତିର ଅନ୍ଧାକାର ମଧ୍ୟରେ ଭାରତୀୟ ତଟରକ୍ଷକ ବଳ ଅତ୍ୟାଧୁନିକ ହାଲୁକା ହେଲିକ୍ୟାପ୍ଟର (Advanced Light Helicopter) ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଏଲଏଚ ଏମକେ-୩ (ALH MK-3) ହେଲିକ୍ୟାପ୍ଟର ନେଇ ଭାରତୀୟ ତଟରକ୍ଷୀ ବାହିନୀ ଡାମନ (Daman) ଠାରୁ ଯାତ୍ରା ଆରମ୍ଭ କରିଥିଲା। ଅଳ୍ପ ସମୟ ମଧ୍ୟରେ ଚୀନ (China) ଠାରୁ ସଂଯୁକ୍ତ ଆରବ ଅମିରାତ (United Arab Emirates) ଅଭିମୁଖେ ଯାତ୍ରା କରୁଥିବା ଜାହାଜରୁ ସେହି ଚୀନୀ ନାଗରିକଙ୍କୁ ଉଦ୍ଧାର କରିଥିଲା। ଯିଏ ଯାତ୍ରା ବେଳେ ଅସୁସ୍ଥ ହୋଇପଡିଥିଲେ।   

Also Read: Indian Coast Guard: ମାନବିକତା ଦେଖାଇଲା ଭାରତୀୟ ତଟରକ୍ଷକ ବଳ; ବିଦେଶୀ ଜାହାଜରେ ଫସି ରହିଥିବା ଚୀନ୍ ନାଗରିକ ହେଲେ ଉଦ୍ଧାର

ରାତି ସମୟରେ ଖରାପ ପାଗ ସତ୍ତ୍ୱେ ଭାରତୀୟ ତଟରକ୍ଷୀ ବାହିନୀ ପାନାମା ପତାକା (Panama Flag) ରହିଥିବା ଅନୁସନ୍ଧାନ ଜାହାଜ ଏମଭି ଡୋଙ୍ଗ ଫାଙ୍ଗ କାନ ଟାନ ନମ୍ବର-୨ (Research Vessel MV Dong Fang Kan Tan No 2) ଠାରୁ ଯାତ୍ରା ବେଳେ ଅସୁସ୍ଥ ହୋଇପଡିଥିବା ଚୀନ ନାଗରିକଙ୍କୁ ଉଦ୍ଧାର କରିଥିଲା। ଏହି ବିଦେଶୀ ଜାହାଜ ମୁମ୍ବାଇ ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଥିଲା। ରାତିରେ ସିଜି ଏଏଲଏଚ (CG ALH) ଏବଂ ସିଜିଏଏସ ଦାମନ (CGAS Daman) ଦ୍ୱାରା ଏହି ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଅସୁସ୍ଥ ହୋଇପଡିଥିବା ଚୀନୀ ନାଗରିକଙ୍କ ଠାରେ ଛାତିରେ ଯନ୍ତ୍ରଣା ଏବଂ ହୃଦ୍‌ଘାତ ଲକ୍ଷଣ ଦେଖାଯାଇଥିବାର କୁହାଯାଉଛି।