Cyclone News: କେତେ ଘାତକ ହେବ ଦାନା ? କ'ଣ କହୁଛି ବାତ୍ୟା ଇତିହାସ
Advertisement
Article Detail0/zeeodisha/odisha2485064

Cyclone News: କେତେ ଘାତକ ହେବ ଦାନା ? କ'ଣ କହୁଛି ବାତ୍ୟା ଇତିହାସ

ସ୍ଥଳ ଭାଗ ଛୁଇଁବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପୂର୍ବ ସାମୁଦ୍ରିକ ଝଡ ତୁଳନାରେ ଦାନା ଅଧିକମାତ୍ରାରେ ଘାତକ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 

Cyclone News: କେତେ ଘାତକ ହେବ ଦାନା ? କ'ଣ କହୁଛି ବାତ୍ୟା ଇତିହାସ

ଭୁବନେଶ୍ୱର: ଘନିଭୂତ ହୋଇ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ଦାନା। ଘଣ୍ଟାପ୍ରତି ୧ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ଦାନା। ପାଣିପାଗ ବିଭାଗ ଆକଳନ କରିଛି ଯେ ଏହା ଭିତରକନିକାରୁ ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ସ୍ଥଳ ଭାଗ ଛୁଇଁବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପୂର୍ବ ସାମୁଦ୍ରିକ ଝଡ ତୁଳନାରେ ଦାନା ଅଧିକମାତ୍ରାରେ ଘାତକ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 

୧୯୯୯ ମସିହା ମହାବାତ୍ୟାର ୧୩ ବର୍ଷ ପରେ ପ୍ରାୟ ସବୁବର୍ଷ ଓଡ଼ିଶାକୁ ସାମୁଦ୍ରିକ ଝଡ଼ ମାଡ଼ ହେଉଛି। ପୂର୍ବ ରେକର୍ଡ ଅନୁଯାୟୀ ୧୯୯୯ ମସିହା ମହାବାତ୍ୟା ସର୍ବାଧିକ ୨୬୭ କିଲୋମିଟର ବେଗରେ ପବନ ବହିଥିଲା। ସେହି ସମୟରେ ସଚେତନ ଓ ସତର୍କତା ଅଭାବରୁ ହଜାର ହଜାର ସଂଖ୍ୟାରେ ପ୍ରାଣହାନୀ ଘଟିଥିଲା। କିନ୍ତୁ ପରବର୍ତ୍ତି ସମୟରେ ସତର୍କତା ଓ ସଚେତନା କାରଣରୁ ପ୍ରାଣହାନୀ ଓ ଧନସମ୍ପତ୍ତି ରକ୍ଷା କରାଯାଇଥିଲା।

ମହାବାତ୍ୟାର ୧୩ ବର୍ଷ ପରେ ଓଡିଶା ଦେଖିଥିଲା ଆଉ ଏକ ସାମୁଦ୍ରିକ ଝଡ଼। ଠିକ ମହାବାତ୍ୟାର ଅନୁଭୂତି ଦେଇଥିଲା ମହାବାତ୍ୟା ଫାଇଲିନ। ୨୪୦ କିଲୋମିଟର ବେଗରେ ବହିଥିଲା ପବନ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାରଣରୁ ଅନେକ ଜୀବନ ରକ୍ଷା ହୋଇପାରିଥିଲା। ୨୦୧୪ରେ ୧୮୫ କିଲୋମିଟର ବେଗରେ ହୁଡହୁଡ ଆସି ଅନେକ ଘର ଉଜାଡିଥିଲେ ମଧ୍ୟ ଧନଜୀବନ ରକ୍ଷା ହୋଇଥିଲା। ୨୦୧୬ରେ ମଧ୍ୟ ତିତଲି ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିବା ବେଳେ ୨୦୧୮ ଆସିଥିବା ଡାଏ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପ୍ରବାହିତ ହୋଇଥିଲା। ୨୦୧୯ରେ ଆସିଥିବା ଫନି ତାର ଉଗ୍ରରୂପ ଦେଖାଇଥିଲା। ଘଣ୍ଟାକୁ ୨୦୫ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିଲା। 

ପରେ ୨୦୨୧ ମହିଶାରେ ଓଡ଼ିଶା ତିନି ତିନିଟି ବାତ୍ୟାକୁ ସାମ୍ନା କରିଥିଲା। ଗୁଲାବ ଓ ଜୱାଦ ୧୦୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇତିବା ବେଳେ ସେହି ବର୍ଷ ଆସିଥିବା ୟାସ ୧୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିଲା। ୨୦୨୨ ଆସିଥିବା ଆସାନୀ  ୧୨୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିବା ବେଳେ ସେତେମାତ୍ରାରେ କ୍ଷତି ହୋଇନଥିଲା। ତେବେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ୧୧ଟି ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା। ମହାବାତ୍ୟା ପରେ ସେଭଳି କ୍ଷୟକ୍ଷତି ହୋଇନାହିଁ। 

ଦାନାକୁ ନେଇ ପାଣିପାଗ ବିଭାଗ ୧୦୦ ରୁ ୧୨୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ଆକଳନ କରିଛି। ସରକାରଙ୍କ ପୂର୍ବ ପ୍ରସ୍ତୁତି ଓ ରାଜ୍ୟବାସୀଙ୍କର ସଚେତନତା ଫଳରେ ଧନଜୀବନ ହାନୀ ହେବାର କୌଣସି ସମ୍ଭାବନା ନଥିବା ଆକଳନ କରାଯାଉଛି। ବିଜେଡି ଅମଳରେ ଆସିଥିବା ବିଗତ ବାତ୍ୟା ଗୁଡିକର ସଠିକ ମୁକାବିଲା ଓ ପରିଚାଳନା ଫଳରେ ଜିରୋ କାଜୁଆଲିଟିର ସଫଳ ରୁପାୟନ କରାଯାଇଥିଲା। ତେବେ ବିଜେପି ସରକାର ପ୍ରଥମ ଥର ବିପର୍ଯ୍ୟୟ ପରିଚାଳନାର ସାମ୍ନା କରୁଛି।

Also Read- Top 10 News: ବାତ୍ୟା 'ଦାନା' ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Also Read- Ahoi Ashtami 2024: ମହାଲକ୍ଷ୍ମୀ ରାଜଯୋଗ ପ୍ରଭାବ, ୨୪ ଅକ୍ଟୋବରରୁ ଫିଟିବ ୩ ରାଶିର ଭାଗ୍ୟ