Bhubaneswar Doordarshan Kendra: ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ
Advertisement
Article Detail0/zeeodisha/odisha2148471

Bhubaneswar Doordarshan Kendra: ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ

Doordarshan Kendra Bhubaneswar: ସମାଚାର ପ୍ରଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରୁଛି ଦୂରଦର୍ଶନ କେନ୍ଦ୍ର।

 Bhubaneswar Doordarshan Kendra: ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ

Bhubaneswar Doordarshan Kendra Recruitment 2024: ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର ସମେତ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ଥିବା ୧୭ କେନ୍ଦ୍ରର ସମାଚାର ପ୍ରଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନେଇ ଆଶାୟୀ ପ୍ରାର୍ଥୀ https://applications.prasarbharati.org ୱେବସାଇଟ ପରିଦର୍ଶନ କରି ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ଦେଖିପାରିବା ସହ ଆବେଦନ କରିପାରିବେ। 

ଏନେଇ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଇଁ ଆଙ୍କର କମ୍ କରେସପଣ୍ଡେଣ୍ଟ ୨ ପଦବୀ, ବ୍ରଡକାଷ୍ଟ ଏକଜ୍ୟୁକ୍ୟୁଟିଭ ପାଇଁ ୨ ପଦବୀ, ବୁଲେଟିନ ଏଡିଟର ପାଇଁ ୧ ପଦବୀ, କଣ୍ଟେଣ୍ଟ ଏକଜ୍ୟୁକ୍ୟୁଟିଭ ପାଇଁ ୧ ପଦବୀ, କପି ଏଡିଟର ପାଇଁ ୧ ପଦବୀ, ପ୍ୟାକେଜିଂ ଆସିଷ୍ଟାଣ୍ଟ୍ ୧ ପଦବୀ, ସିନିୟର କରେସପଣ୍ଡେଣ୍ଟ୍ ୧ ପଦବୀ, ଭିଡିଓ ଗ୍ରାଫର ୧ ଏବଂ ଭିଡିଓ ପୋଷ୍ଟ ପ୍ରଡକ୍ସନ ପାଇଁ ୨ ପଦବୀ ଲାଗି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନେଇ ଆଶାୟୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ପ୍ରକାଶିତ ବିଜ୍ଞପ୍ତିର ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ।