Rich Tips: ୩୦ ହଜାର ପାଖାପାଖି ଦରମା ପାଉଛନ୍ତି କି ? ଏମିତି ବନନ୍ତୁ କୋଟିପତି !
Advertisement
Article Detail0/zeeodisha/odisha1779745

Rich Tips: ୩୦ ହଜାର ପାଖାପାଖି ଦରମା ପାଉଛନ୍ତି କି ? ଏମିତି ବନନ୍ତୁ କୋଟିପତି !

Investment Tips: ଆପଣ ଧନୀ ହେବାର ଫର୍ମୁଲା ଖୋଜୁଛନ୍ତି କି ? ତେବେ ଏହି ଉପାୟ ଆପଣଙ୍କ ପାଇଁ ସର୍ବତ୍ତମ ସାବ୍ୟସ୍ତ ହୋଇପାରେ ।

Rich Tips: ୩୦ ହଜାର ପାଖାପାଖି ଦରମା ପାଉଛନ୍ତି କି ? ଏମିତି ବନନ୍ତୁ କୋଟିପତି !

Investment Tips: ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ ? ପ୍ରାୟ ଅଧିକାଂଶ ବ୍ୟକ୍ତି ନିଜର ଆବଶ୍ୟକତାଠାରୁ ଅଧିକ ଟଙ୍କା ରୋଜଗାର (Money Income) କରିବାକୁ ଚାହାନ୍ତି । ଯାହା ଫଳରେ ସେମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଇଚ୍ଛା ମୁତାବକ ଜୀବନ ଜିଇଁ ପାରିବେ । ସେଥିପାଇଁ ପ୍ରତିଟି ସାଧାରଣ ମଣିଷ ଧନୀ (Reach) ହେବାପାଇଁ ଚେଷ୍ଟା ଜାରି ରଖନ୍ତି । କିଛି ବ୍ୟକ୍ତି ଅନେକ ଧନୀବ୍ୟକ୍ତିଙ୍କ ଜୀବନର ସଫଳତା କାହାଣୀ (Success Story) ପଢିବାକୁ ପସନ୍ଦ କରନ୍ତି । ସଫଳତା ମିଳିଥିବା ବ୍ୟକ୍ତିର ଆଦର୍ଶରେ ଅନୁପ୍ରାଣିତ ହୋଇ କିଛି ବ୍ୟକ୍ତି କାମ କରିବାକୁ ଲାଗନ୍ତି । କିନ୍ତୁ ତଥାପି ସଫଳତା ମିଳିବା ପରିବର୍ତ୍ତେ ବିଫଳତା ମିଳିଥାଏ । ଆଜି ବି ଅନେକ ବ୍ୟକ୍ତି ଧନୀ ହେବାର ସୁତ୍ର ଖୋଜିବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସୂତ୍ର ।

ସାଧାରଣତଃ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ, ବେତନପ୍ରାପ୍ତ କର୍ମଚାରୀ (Salaried Employee)ମାନେ ଧନୀ ହେବା ଅସମ୍ଭବ । ବେତନ ପାଇବା ଦ୍ୱାରା କେବଳ ଆବଶ୍ୟକତାକୁ ପୂରଣ କରାଯାଇପାରିବ କିନ୍ତୁ ଏକ ବଡ଼ ଲକ୍ଷ୍ୟ ହାସଲ କରିବାରେ ବେତନପ୍ରାପ୍ତ କର୍ମଚାରୀମାନେ ସଫଳ ହୋଇପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ଜୀବନରେ କିଛି କରିବାକୁ ଚାହାନ୍ତି ଏବଂ ନିଜର ଲକ୍ଷ ପଥରେ ଆଗକୁ ବଢିବାକୁ ଆଗ୍ରହ ଥାଏ ସେମାନେ ସଠିକ୍ ସମୟରେ ସଠିକ୍ ଯୋଜନା କରିଥାନ୍ତି । ବିଶେଷ କଥା ହେଉଛି ଯଦି ଜଣେ ବେତନପ୍ରାପ୍ତ କର୍ମଚାରୀ ଚାକିରି କରିବା ପରେ ବୁଦ୍ଧିମାନ ଭାବରେ କାମ କରେ ତେବେ ଧନୀ ହେବାରୁ ତାକୁ କେହି ରୋକି ପାରିବେ ନାହିଁ । ଦିନେ ନା ଦିନେ ସଫଳତା ତା ହାତ ପାହାନ୍ତାରେ ପହଞ୍ଚିଯାଏ ।

ଧନ ବୃଦ୍ଧି ପାଇଁ ସବୁଠାରୁ ବଡ଼ ସୂତ୍ର ଯଦି କିଛି ଥାଏ ତେବେ ତାହା ହେଉଛି ସଞ୍ଚୟ । ଯେତେବେଳେ ଜଣେ ବ୍ୟକ୍ତି ନୂଆ କରି ଚାକିରି ଆରମ୍ଭ କରିଥାଏ ସେତେବେଳେ ତାକୁ ସଞ୍ଚୟ କରିବା ବିଷୟରେ ପ୍ରାୟତଃ କେହି କୁହନ୍ତି ନାହିଁ । ସଞ୍ଚୟ ଏକ ଏପରି ଅଭ୍ୟାସ ଯାହା ବୁଦ୍ଧିମାନ ଲୋକଙ୍କୁ ଲକ୍ଷ୍ୟ ଥିବା ସମୟ ପୂର୍ବରୁ ଧନୀ କରିଦିଏ । ନିବେଶ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଜଣେ ଯୁବକ ୨୫ ବର୍ଷ ବୟସରେ ଚାକିରି ଆରମ୍ଭ କରେ ତେବେ ସେ ଏକ ଯୋଜନା ପ୍ରସ୍ତୁତ କରିପାରିବେ । ଉକ୍ତ ଯୋଜନା ଦ୍ୱାରା ସେ ୨୫ ବର୍ଷର ଏକ ଲକ୍ଷ ନେଇ ୫୦ ବର୍ଷ ବୟସ ବେଳକୁ ନିଜର ଲକ୍ଷ ହାସଲ କରିପାରିବେ । ଅର୍ଥାତ୍ ଅବସର ବୟସ ପୂର୍ବରୁ ସେ ନିଜ ଜୀବନକୁ ଆରାମଦାୟକ ଭାବରେ ବିତାଇବା ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିପାରିବେ । ଯଦି କେହି ବ୍ୟକ୍ତି ଅଧିକ ଟଙ୍କା ସଞ୍ଚୟ କିମ୍ୱା ବିନିଯୋଗ କରନ୍ତି ତେବେ ସେ ଲକ୍ଷ୍ୟ ସମୟସୀମା ପୂର୍ବରୁ ଲାଭ ଉଠାଇପାରିବେ ।

ଅର୍ଥର ନିୟମ କ’ଣ?

ମନେକରନ୍ତୁ ଜଣେ ଯୁବକଙ୍କର ଦରମା ମାସକୁ ୩୦ ହଜାର ଟଙ୍କା । ସେହି କ୍ଷେତ୍ରରେ ନିବେଶ ବିଶେଷଜ୍ଞମାନେ କୁହନ୍ତି ଯେ, ଏଥିପାଇଁ ଯୁବକମାନେ ୫୦-୩୦-୨୦ ଅର୍ଥର ନିୟମ ପାଳନ କରିବା ଆବଶ୍ୟକ । ଏହାର ଅର୍ଥ କେବଳ ଏହା ଯେ, ୫୦ ପ୍ରତିଶତରେ ପାରିବାରିକ ଖର୍ଚ୍ଚ, ୩୦ ପ୍ରତିଶତରେ ବିଳାସପୂର୍ଣ୍ଣ ଇଚ୍ଛା, ଏଥିସହ ୨୦ ପ୍ରତିଶତ ଟଙ୍କା ନିବେଶ ।

ଜଣେ ବ୍ୟକ୍ତି ତାଙ୍କର ସାଧାରଣ ଆବଶ୍ୟକତା ପାଇଁ ତାଙ୍କ ବେତନର ପ୍ରଥମ ଭାଗ ଅର୍ଥାତ ୫୦% ଖର୍ଚ୍ଚ କରିବାକୁ ଏକ ସୀମା ନିର୍ଦ୍ଧାରଣ କରିବାକୁ ପଡିବ । ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ତାଙ୍କୁ ନିର୍ଦ୍ଦିଷ୍ଟ ବଜେଟ ମଧ୍ୟରେ ସମସ୍ତ କାମ ସମାପ୍ତ କରିବାକୁ ପଡିବ । ନିଜର ଦୈନନ୍ଦିନ ଖର୍ଚ୍ଚ ତଥା, ଘର ଭଡା, ଖାଦ୍ୟ ପେୟ, ଇଲେକ୍ରିବିଲ୍, ଫୋନ ଖର୍ଚ୍ଚ ସବୁ କିଛି ଅଧା ଦରମାରେ ହେବା ଉଚିତ୍ । ବଳକା ଦ୍ୱିତୀୟ ଭାଗ ୩୦ ପ୍ରତିଶତ ଅର୍ଥରେ ଆପଣ ନିଜର ଇଚ୍ଛା ପୂରଣ କରିବା ପାଇଁ ଖର୍ଚ୍ଚ କରିପାରିବେ । ତଥା ଯଦି ଆପଣ କୌଣସି ଫୋନ କିମ୍ୱା ମୋବାଇଲ୍ କିଣିବାକୁ ଚାହୁଁଛନ୍ତି କିମ୍ୱା ଅନ୍ୟାନ୍ୟ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ତେବେ ତାହା କରିପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦରମାର ତୃତୀୟ ଭାଗ । ଏଥିପାଇଁ ଜଣେ ଭଲ ନିବେଶକକାରୀଙ୍କ ଠାରୁ ପରାମର୍ଶ ନେଇପାରିବେ । ୩୦ ହଜାର ବେତନ ପାଉଥିବା ବ୍ୟକ୍ତି ନିଜର ଭବିଷ୍ୟତ ପାଇଁ ୨୦ ପ୍ରତିଶତ ଟଙ୍କା ନିବେଶ କରିବା ଉଚିତ ।  ଯଦି ଜଣେ ଯୁବକ ମାସକୁ ୬ ହଜାର ଟଙ୍କା ସଞ୍ଚୟ କରେ, ତେବେ ବାର୍ଷିକ ସମୁଦାୟ ୭୨ ହଜାର ଟଙ୍କା ସଞ୍ଚୟ ହେବ । ଏହି ଅର୍ଥ ସଞ୍ଚୟ କିଛି କମ ନୁହେଁ । ତେବେ ଯଦି ଏହାକୁ ସଠିକ୍ ସ୍ଥାନରେ ନିବେଶ କରିବେ ତେବେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିପାରିବ । ବିଶେଷଜ୍ଞଙ୍କ ମତରେ ଷ୍ଟକ୍ ମାର୍କେଟ, ସଞ୍ଚୟ ପାଣ୍ଠି, ଏଫ୍ଡି, ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ମାଧ୍ୟମକୁ ଆପଣ ଭଲ ବିକଳ୍ପ ଭାବି ବିନିଯୋଗ କରିଲେ ଆପଣଙ୍କୁ ରିଟର୍ଣ୍ଣ ମଧ୍ୟ ଭଲ ମିଳିବ । ଆପଣ ନିଜେ ମଧ୍ୟ ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ବିଷୟରେ ତଥ୍ୟ ହାସଲ କରିବା ପରେ ନିବେଶ କରିପାରିବେ ।

ଯଦି ମ୍ୟୁଚୁଆଲ୍ ଫଣ୍ଡରେ ଆପଣ ଲଙ୍ଗ୍ ଟର୍ମ ଇନଭେଷ୍ଟ୍ କରିବେ ତେବେ ଆପଣ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ । ଯଦି ୨୫ ବର୍ଷ ପର୍ଯ୍ୟନ୍ତ ଆପଣ ମାସକୁ ୬ହଜାର ଟଙ୍କା ବିନିଯୋଗ କରିବେ ତେବେ ଆପଣ ଲକ୍ଷ୍ୟ ପୂରଣ ହେବା ସମୟକୁ ସମୁଦାୟ ୧୮ ଲକ୍ଷ ଟଙ୍କା ବିନିଯୋଗ କରିବେ । ଆପଣ ସମୁଦାୟ ୧,୭୯,୦୪,୪୪୨ କୋଟି ଟଙ୍କା ରିଟର୍ଣ୍ଣ ପାଇବେ । ସମୁଦାୟ ଟଙ୍କାକୁ ଯଦି ଆପଣ ହିସାବ କରିବେ ତେବେ ରିଟର୍ଣ୍ଣ ଟଙ୍କାର ପରିମାଣ ୧,୯୭,୦୪,୪୪୨ କୋଟି ଟଙ୍କା ହେବ । ଏହାର ଅର୍ଥ ଆପଣଙ୍କର ସ୍ୱପ୍ନ ସାକାର ହୋଇଯିବା ସହ ଆପଣ କୋଟିପତି ହୋଇପାରିବେ । ଆପଣ ଅନଲାଇନରୁ ଷ୍ଟକ ମାର୍କେଟ ବିଷୟରେ ସର୍ଚ କରି ନିଜେ ମଧ୍ୟ ଟଙ୍କାର ରିଟର୍ଣ୍ଣ ସମ୍ପର୍କରେ ସୂଚନା ପାଇପାରିବେ ।

Also Read- Chandrayaan-3 Launch: ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନର ଉତକ୍ଷେପଣ