Fighting over smartphones: ପତ୍ନୀଙ୍କ ପାଇଁ ମୋବାଇଲ୍ କିଣି ପାରିଲେ ନାହିଁ ବୋଲି ଭିଣୋଇକୁ ପିଟିପିଟି ଅଧମରା କଲା ଶଳା; ରୁଜୁ ହେଲା ମାମଲା
Advertisement

Fighting over smartphones: ପତ୍ନୀଙ୍କ ପାଇଁ ମୋବାଇଲ୍ କିଣି ପାରିଲେ ନାହିଁ ବୋଲି ଭିଣୋଇକୁ ପିଟିପିଟି ଅଧମରା କଲା ଶଳା; ରୁଜୁ ହେଲା ମାମଲା

Fighting over smartphones: ପୀଡିତ ସ୍ୱାମୀ ବାପୁଲାଲ ପରଗି କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କ ପତ୍ନୀ ଏକ ନୂଆ ମୋବାଇଲ ମାଗିଥିଲେ । ସେ ତାଙ୍କୁ ଟଙ୍କା ଠୁଳ କରିବା ପରେ ଏକ ନୂଆ ମୋବାଇଲ୍ ଦେବାକୁ ନିଶ୍ଚିତ କରିଥିଲି । କିନ୍ତୁ ଏହାକୁ ନେଇ ପତି-ପତ୍ନୀ ମଧ୍ୟରେ ବଚସା ହୋଇଥିଲା ।

ସୌ: ସୋସିଆଲ ମିଡିଆ

Fighting over smartphones: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ନାକୁ ଆସିଛି । ଏଠାରେ ମୋବାଇଲ୍ କିଣି ନ ଦେବାରୁ ଜଣେ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କ ଭାଇ ରଡ଼ରେ ପିଟିଥିବା ଦରମରା କରିଦେଇଥିବା ଖବର ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡି଼ତ ସ୍ୱାମୀ ବାପୁଲାଲ ନିଜ ପତ୍ନୀଙ୍କୁ ନୂଆ ମୋବାଇଲ୍ କିଣି ନ ଦେବାରୁ ତାଙ୍କ ଶଳା ପିଟିପିଟି ଅଧମରା କରିଦେଇଥିବା ଜଣା ପଡିଛି । ଏହି ଘଟଣା ପରେ ପତ୍ନୀ ମଧ୍ୟ ନିଜ ଭାଇଙ୍କ ସହିତ ବାପଘରକୁ ଚାଲି ଯାଇଥିଲେ । ତାଙ୍କ ଶାଶୁଘରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପୀଡିତ ଯୁବକ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ମାମଲା ବାଂଶବାଡା ଜିଲ୍ଲାର ଆନନ୍ଦପୁରୀ ପୋଲିସ ଷ୍ଟେସନ ଅଞ୍ଚଳର ଅଟେ । ଆହତ ସ୍ୱାମୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଓ ଘରେ ବିଛଣାରେ ପଡ଼ିଛନ୍ତି । ଏହି ଘଟଣାର ତଦନ୍ତ କରୁଥିବା ଅତିରିକ୍ତ ସବ-ଇନ୍ସପେକ୍ଟର ନରେନ୍ଦ୍ର ସିଂ କହିଛନ୍ତି ଯେ ଏହି ଘଟଣା ଛାୟଣା ଓବଲା ନିବାସୀ ବାପୁଲାଲ ପରଗିଙ୍କ ସହ ଘଟିଛି ।

ପୋଲିସ ଷ୍ଟେସନରେ ଦିଆଯାଇଥିବା ଲିଖିତ ରିପୋର୍ଟରେ ସେ କହିଛନ୍ତି ଯେ ଉବାପାନ୍ ଗ୍ରାମ ପଞ୍ଚାୟତ ତାମଟିଆ ବାସିନ୍ଦା ତାଙ୍କ ସମ୍ପର୍କୀୟ ଶଳା ଈଶ୍ୱର ଓ ଶଳା ଦିଲୀପ ତାଙ୍କୁ ରଡ଼ରେ ପିଟିଥିଲେ । ତାଙ୍କ କାନ ଓ ଖପୁରୀର କିଛି ଅଂଶରୁ ରକ୍ତସ୍ରାବ ହୋଇଥିଲା ।  ଏହାକୁ ନେଇ ପୀଡି଼ତ ସ୍ୱାମୀ ବାପୁଲାଲ ପରଗି କହିଛନ୍ତି, "ତାଙ୍କ ପତ୍ନୀ ଗତ କିଛି ଦିନ ହେବ ଏକ ନୂଆ ମୋବାଇଲ ମାଗିଥିଲେ । ଟଙ୍କା ଠୁଳ କରିବା ପରେ ମୁଁ ଏକ ନୂଆ ମୋବାଇଲ୍ ଦେବାକୁ ଆଶ୍ଵସନା ଦେଇଥିଲି । ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଠୁଳ ହୋଇପରିନାହିଁ, ତେଣୁ ମୋବାଇଲ୍ ଦେବାରେ ଅକ୍ଷମତା ପ୍ରକାଶ କରିଥିଲି । ଏହି ପ୍ରସଙ୍ଗରେ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।"

ଯେତେବେଳେ ବିବାଦ ବଢିଥିଲା, ପତ୍ନୀ ଶଳାକୁ ଫୋନ କରି ଡାକିଥିଲେ । ଏହା ପରେ ଅଭିଯୁକ୍ତ ଶଳା ଘରେ ପହଂଚିଥିଲେ ଓ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ରଡ଼ରେ ଆକ୍ରମଣ କରିଥିଲେ । ଉଭୟ ଶଳା ମଦ୍ୟପାନ କରିଥିଲେ । ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ସେ ମୃତ ବୋଲି ଭାବି ତାଙ୍କ ପତ୍ନୀ ତାଙ୍କ ଭାଇଙ୍କ ସହ ଚାଲିଯାଇଥିଲେ । ବର୍ତ୍ତମାନ ତାଙ୍କ ସହିତ ତିନୋଟି ସନ୍ତାନ ଅଛନ୍ତି ।

ବାପୁଲାଲ କହିଛନ୍ତି ଯେ ସେ ଅହମ୍ମଦାବାଦରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ତାଙ୍କ ପତ୍ନୀଙ୍କୁ ମଧ୍ୟ ତାଙ୍କ ସହିତ ରଖିଥାନ୍ତି । କେବଳ ଦୀପାବଳିରେ ପତ୍ନୀ ଓ ପିଲାମାନଙ୍କ ସହ ଗାଁକୁ ଆସିଥିଲେ । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ବଡ ଝିଅ ୮ ବର୍ଷ, ସାନ ପୁଅ ୭ ବର୍ଷ ଓ ସାନପୁଅ ୫ ବର୍ଷର ଅଟନ୍ତି । ପୀଡିତଙ୍କ ବୃଦ୍ଧ ମା' ତାଙ୍କ ପିଲାମାନଙ୍କର ଯତ୍ନ ନେଉଛନ୍ତି ।

ଏହା ବି ପଢ଼ନ୍ତୁ: Illegal mining case: ଖୋଳ କରିଦେଲେ କାଳିଆ ସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ଗଣିବ ୧୨ କୋଟି