Balasore Flood : ଉବୁଟୁବୁ ବାଲେଶ୍ୱର, ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2435263

Balasore Flood : ଉବୁଟୁବୁ ବାଲେଶ୍ୱର, ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉବୁଟୁବୁ ବାଲେଶ୍ୱର। ସୁବର୍ଣରେଖାର ବନ୍ୟାଜଳରେ ବୁଡିଛି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ। ଅତ୍ୟନ୍ତ ସଂଗୀନ ପରିସ୍ଥିତିରେ ଜୀବନ ବିତାଉଛନ୍ତି ଏହି ବ୍ଲକର ବାସିନ୍ଦା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ରହିଛି।  ସକାଳ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ବିମ

Balasore Flood : ଉବୁଟୁବୁ ବାଲେଶ୍ୱର, ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

Balasore Flood : ଭୁବନେଶ୍ୱର: ଉବୁଟୁବୁ ବାଲେଶ୍ୱର। ସୁବର୍ଣରେଖାର ବନ୍ୟାଜଳରେ ବୁଡିଛି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ। ଅତ୍ୟନ୍ତ ସଂଗୀନ ପରିସ୍ଥିତିରେ ଜୀବନ ବିତାଉଛନ୍ତି ଏହି ବ୍ଲକର ବାସିନ୍ଦା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ରହିଛି।  ସକାଳ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପଟର ଯୋଗେ ବାଲେଶ୍ୱର ଯିବେ । ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ତେବେ ସୁବର୍ଣରେଖା ସହିତ ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଥିବା ସୂଚନା ରହିଛି। 

ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଏହି ସମୟରେ ଆଲୋଚନା ସମୟରେ ବାଲେଶ୍ୱର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଆଜି ୧୮ ସେପ୍ଟେମ୍ବର ୨୦୨୪ ବୁଧବାର ସକାଳ ୭ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ଏହାର ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ୧୧.୫୮ ମିଟରରେ ପ୍ରବାହିତ ହେଉଛି। ସେହିପରି ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳା ଘାଟ ନିକଟରେ ନଦୀର ଜଳସ୍ତର ୫୦.୮୦୦ ମିଟର ରହିଛି। ତେବେ ବିଳମ୍ବିତ ରାତିରୁ ଜାମଶୋଳାଘାଟଠାରେ ନଦୀର ଜଳ ପତ୍ତନ ହ୍ରାସ ପାଉଥିବା ସୂଚନା ମିଳିଛି। କିନ୍ତୁ ରାଜଘାଟ ରେ ଜଳସ୍ତର ବଢୁ ଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଜଳେଶ୍ଵର,ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକରେ ଦୟନୀୟ ସ୍ଥିତି। ବନ୍ୟା ପାଣି ନଦୀ ବନ୍ଧ ନଥିବା ସ୍ଥାନରେ ଓ ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀ ପାଖ ଗାଁ ମଧ୍ୟକୁ ପ୍ରଖର ସ୍ରୋତରେ ପ୍ରବେଶ କରୁଛି।

ସୁବର୍ଣ୍ଣରେଖା ନଦୀ ଏହି ବନ୍ୟା ସମୟରେ ବାଲେଶ୍ୱରର ୪ଟି ବ୍ଲକର ୬୬ଟି ପଞ୍ଚାୟତ ପାଇଁ ଦୁଃଖ ପାଲଟିଛି। ଏହି ବନ୍ୟା ଦ୍ୱାରା ୨୪୧ଟି ଗାଁ ଏବେ ପ୍ରଭାବିତ ହୋଇଛି। ଏହି ୨୪୧ଟି ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଇଛି। ତେବେ ବାଲିଆପାଳ ବ୍ଲକ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବାଲିଆପାଳର ବିଷ୍ଣୁପୁର, ଅସ୍ତି, ଜାମକୁଣ୍ଡା, ମଧୁପୁରା ଓ ବାଲିଆପାଳ ପଞ୍ଚାୟତର ୩୦ ଗାଁ ଏବେ ଜଳମଗ୍ନ ରହିଥିବା ସୂଚନା ରହିଛି।  ସେହିପରି ଭୋଗରାଇ ବ୍ଲକର  ନହରା,ନାଚିନ୍ଦା,କୁଶୁଡା,ଆରୁହାବୃତ୍ତି, ଖରିଦପିପଳ,ରସୁଲପୁର,କୁମ୍ଭିରଗଡି,ଜଳେଶ୍ଵର ବ୍ଲକର ପାଇକସିଦା,ଗଡସାହି ବାଲିଆପାଳ,ବାଇଗଣ ବାଡିଆ, ପଶ୍ଚିମବାଡ ଆଦି ନଦୀ ତଟବର୍ତ୍ତୀ ପଞ୍ଚାୟତ ଗୁଡିକରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରିଛି।