Shocking News: ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏୟାରଲାଇନ୍ସ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1706895

Shocking News: ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏୟାରଲାଇନ୍ସ; ଜାଣନ୍ତୁ କାରଣ

Georgian Airlines Impose Ban on President: ରାଷ୍ଟ୍ରପତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଛେଇ ନାହିଁ ଏୟାରଲାଇନ୍ସ। ଏହା ପଛରେ କେଉଁ କାରଣ ତାହା ଜାଣନ୍ତୁ।

Shocking News: ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏୟାରଲାଇନ୍ସ; ଜାଣନ୍ତୁ କାରଣ

Georgian President Salome Zourabichvili: ରାଷ୍ଟ୍ରପତି ହେଉଛନ୍ତି ଯେ କୌଣସି ଦେଶର ସର୍ବୋଚ୍ଚ ନାଗରିକ। ଯେଉଁମାନଙ୍କ ପାଇଁ ସମଗ୍ର ବିଶ୍ୱରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଥାଏ। ହେଲେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ସେହି ଦେଶର ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ସ୍ଥାନୀୟ ଏୟାରଲାଇନ୍ସ ପ୍ରତିବନ୍ଧକ ଲଗାଇଛି। ଏହି ଦେଶ ହେଉଛି ୟୁରୋପ ମହାଦେଶରେ ଅବସ୍ଥିତ ଜର୍ଜିଆ। ଜର୍ଜିଆନ୍ ଏୟାରୱେଜ୍ ନିଜ ଦେଶର ରାଷ୍ଟ୍ରପତିଙ୍କ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଜର୍ଜିଆନ୍ ଏୟାରୱେଜ ପ୍ରତିଷ୍ଠାତା ତମାଜ ଗାୟାଶଭିଲିଙ୍କ ପକ୍ଷରୁ ଜର୍ଜିଆ ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହେଲେ ଏହା ପଛରେ କେଉଁ କାରଣ ରହିଛି ସେ ସମ୍ପର୍କରେ ଜାଣନ୍ତୁ। 

ଜର୍ଜିଆ ରାଷ୍ଟ୍ରପତି ସାଲୋମ ଜୁରାବିଚଭିଲି (Georgian President Salome Zourabichvili) କହିଥିଲେ ଯେ ଯଦି ଋଷିଆ (Russia) ଲାଗି ପୁନର୍ବାର ବିମାନ ସେବା (Russia Georgia Flight Service) ଆରମ୍ଭ କରାଯାଏ, ତାହେଲେ ସେ ଜର୍ଜିଆନ୍ ଏୟାରୱେଜ୍ (Georgian Airlines) ବହିଷ୍କାର କରିବେ। ଜର୍ଜିଆ (Georgia) ସହିତ ସିଧାସଳଖ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା ୪ ବର୍ଷର ପ୍ରତିବନ୍ଧକକୁ ହଟାଉଥିବା ନେଇ ଋଷିଆ ଚଳିତ ମାସରେ ଘୋଷଣା କରିଥିଲା। ଏହା ସହିତ ଋଷିଆ ଯାତ୍ରା କରୁଥିବା ଜର୍ଜିଆ ନାଗରିକଙ୍କ (Georgian People) ପାଇଁ ଦଶନ୍ଧି ପୁରୁଣା ଭିସା ଆବଶ୍ୟକତା ମଧ୍ୟ ରଦ୍ଦ କରି ଦିଆଯାଇଛି।

ସାଲୋମ ଜୁରାବିଚଭିଲି ଜର୍ଜିଆ ଅଧିକାରୀଙ୍କୁ (Georgian Offcial) ଋଷିଆ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ରାଷ୍ଟ୍ରପତି କହିଥିଲେ ଯେ ଜର୍ଜିଆ ନାଗରିକଙ୍କୁ ଋଷିଆ ଦ୍ୱାରା ବିଭ୍ରାନ୍ତ କରାଯିବା ଠିକ ନୁହେଁ। ହେଲେ ତାଙ୍କର ନିବେଦନକୁ ଅଣଦେଖା କରାଯାଇଛି। ଋଷିଆ ପକ୍ଷରୁ ପୁନର୍ବାର ବିମାନ ସେବା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। 

ଏହି ପରିପ୍ରେକ୍ଷୀରେ ଘରୋଇ କ୍ଷେତ୍ର ଜାତୀୟ ଜର୍ଜିଆନ୍ ଏୟାରୱେଜ ପ୍ରତିଷ୍ଠାତା (Private Sector National Georgian Airways Founder) ତମାଜ ଗାୟାଶଭିଲି (Georgian Airlines Founder Tamaz Gaiashvili) ରବିବାର ଋଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ (Russian News Agency Tass) ଉଦ୍ଦେଶ୍ୟରେ କହିଛନ୍ତି ଯେ, ରାଷ୍ଟ୍ରପତି ସାଲୋମ ଜୁରାବିଚଭିଲି ବର୍ତ୍ତମାନ ଗ୍ରହଣୀୟ ଯୋଗ୍ୟ (Persona Non Grata) ହୋଇ ରହିନାହାଁନ୍ତି। ଏୟାରୱେଜ ପ୍ରତିଷ୍ଠାତା କହିଛନ୍ତି ଯେ ସେ ଜର୍ଜିଆ ନାଗରିକଙ୍କ ନିକଟରେ କ୍ଷମା ମାଗିବା ନ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରତିବନ୍ଧକ ଲାଗୁ ରହିବ।

ଋଷିଆ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାକୁ ଜର୍ଜିଆ ସରକାରଙ୍କ ଅଧିକାରୀ ସକାରାତ୍ମକ ବୋଲି ବର୍ଣ୍ଣନା କରିଛନ୍ତି। ଯଦିଓ ୟୁରୋପୀୟ ସଂଘ ସମର୍ଥକ କିଛି ଜର୍ଜିଆ ଲୋକ (European Union Georgians Supporters) ମଧ୍ୟ ରବିବାର ଦିନ କେନ୍ଦ୍ରୀୟ ତିବ୍ଲିସ ଠାରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ଅଧିକାଂଶ ଜର୍ଜିଆ ନାଗରିକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବାର ଦେଖାଯାଉଛି।