Goregaon film city: ଫିଲ୍ମ ସିଟିରେ ଏହି ସିରିଏଲର ସେଟରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ପହଞ୍ଚିଲା ଦମକଳ ଟିମ୍
Advertisement

Goregaon film city: ଫିଲ୍ମ ସିଟିରେ ଏହି ସିରିଏଲର ସେଟରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ପହଞ୍ଚିଲା ଦମକଳ ଟିମ୍

Ghum Hai Kisikey Pyaar Mein set catches fire: ଶୁକ୍ରବାର ଅପରାହ୍ନରେ ମୁମ୍ବାଇ ଫିଲ୍ମ ସିଟିରେ ଟିଭି ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ସୁଟିଂ ସେଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଷ୍ଟୁଡିଓର ୨୦୦୦ ବର୍ଗଫୁଟ ଅଞ୍ଚଳର ତଳ ମହଲାରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ।

 

ସୌ: ସୋସିଆଲ ମିଡିଆ

Ghum Hai Kisikey Pyaar Mein set catches fire: ମୁମ୍ବାଇ ଫିଲ୍ମ ସିଟିରେ ଟିଭି ସିରିଏଲ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ସୁଟିଂ ସେଟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ପୂର୍ବ ଗୋରେଗାଓଁରେ ଅବସ୍ଥିତ ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସେଟରେ ନିଆଁ ନିକଟସ୍ଥ ଅନ୍ୟାନ୍ୟ ସେଟରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆଗ ସିରିୟଲ୍ 'ତେରୀ ମେରୀ ଡୋରିଆଁ' ଓ 'ଅଜୁନି' ସିରିଏଲ ସେଟରେ ପହଞ୍ଚି ସାରିଛି । ଘଟଣା ସମୟରେ ପ୍ରାୟ ତିନି ହଜାରରୁ ଅଧିକ ଲୋକ ସିରିଏଲର ସେଟ୍ ଉପରେ କାମ କରୁଥିଲେ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଅଗ୍ନିଶମ ବାହିନୀ ଦଳ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ।

ଶୁକ୍ରବାର ଅପରାହ୍ନରେ ମୁମ୍ବାଇ ଫିଲ୍ମ ସିଟିରେ ଟିଭି ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ସୁଟିଂ ସେଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (Brihanmumbai Municipal Corporation) ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଷ୍ଟୁଡିଓର ୨୦୦୦ ବର୍ଗଫୁଟ ଅଞ୍ଚଳର ତଳ ମହଲାରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି, ​​ଯେଉଁଠାରେ ସିରିଏଲ ସୁଟିଂ କରାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଦୁର୍ଘଟଣାରେ କେହି ଆହତ ହେବାର ଖବର ନାହିଁ ।