Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ପୁଣି କମିଲା ରେଟ୍
Advertisement
Article Detail0/zeeodisha/odisha2109693

Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ପୁଣି କମିଲା ରେଟ୍

Gold Price Today: ସୁନାପ୍ରେମୀଙ୍କ ଖୁସି ଖବର। ଶସ୍ତା ହେଲା ସୁନା... ଭାଲେଣ୍ଟାଇନ ଡେ' ରେ ଖସିଲା ସୁନା ରେଟ୍ (Gold Price Today) ।  ଯଦି ଆପଣ ଆଜି ନିଜ ଜୀବନ ସାଥୀଙ୍କୁ କିଛି ଗହଣା ଉପହାର ବା ଗିପ୍ଟ ଦେବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରର କେତେ ରହିଛି ସୁନା ରେଟ୍? 

ALSO READ: Today Horoscope: ସିଂହ ସହ ଏହି ତିନି ରାଶି ରୁହନ୍ତୁ ସାବଧାନ୍, ଜାଣନ୍ତୁ ଆଜିର ରାଶିଫଳ

କେଉଁ ସହରରେ କେତେ ରହିଛି ସୁନା ରେଟ୍ , ନଜର ପକାନ୍ତୁ :

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭ ହଜାର ୧୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ଦାମ୍ ୬୨,୩୯୦ ଟଙ୍କା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ,୫୭,୭୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୮୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୮୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି । 

ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦର ଖସିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ,୫୮,୦୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟର ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ , ୫୭,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୮୩୦ ଟଙ୍କା ରହିଛି । ତେବେ,ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପା ମୂଲ୍ୟରେ ବି ବିରାଟ ପରିବର୍ତ୍ତନ ହୋଇଛି। ରୂପା ଦର ୧୦୦ ଟଙ୍କା ହ୍ରାସ ପାଇ କେଜି ୭୬,୯୦୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବର ପରି କଟକରେ ବି ସୁନା ଦର ଖସିଛି।