Gold-Silver Price Today: ସୁନା ଓ ରୂପା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ; କମିଗଲା ଦର, ତୁରନ୍ତ ଚେକ୍ କରନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha1815708

Gold-Silver Price Today: ସୁନା ଓ ରୂପା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ; କମିଗଲା ଦର, ତୁରନ୍ତ ଚେକ୍ କରନ୍ତୁ ଆଜିର ରେଟ୍

Bhubanewswar Gold-Silver Price Today: ଭୁବନେଶ୍ୱରରେ ସୁନାଦର ୭ ଅଗଷ୍ଟ ଅର୍ଥାତ୍ ସୋମବାର ଦିନ ୨୪ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୬୦୧୬୦ ଟଙ୍କା ଥିଲା, ଯାହା ଆଜି ୧୦୦ ଟଙ୍କା ହ୍ରାସ ପାଇ ୬୦୦୬୦ ଟଙ୍କାରେ ବିକ୍ରି ହେଉଛି । ସହିପରି ରୂପାଦର ବଡ଼ ଧରଣରେ ହ୍ରାସ ପାଇଛି ।

ସୌ: ସୋସିଆଲ ମିଡିଆ

Gold-Silver Price Today: ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଛି । ସପ୍ତାହର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର (୮ ଅଗଷ୍ଟ), ଦିଲ୍ଲୀର ସରଫା ବଜାରରେ ମର୍କେଟ୍ ଖୋଲିବା ମାତ୍ରେ ସୁନା ମୂଲ୍ୟ (Gold Price) ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଠାରେ ରୂପା ମୂଲ୍ୟ କିଲୋଗ୍ରାମ ପାଇଁ ୭୧ ହଜାରରୁ ଅଧିକ ରହିଛି । ଜାତୀୟ ସ୍ତରରେ ୯୯୯ ଶୁଦ୍ଧତାର ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୬୦୫୬୯ ଟଙ୍କା ହୋଇଥିବାବେଳେ ୯୯୯ ଶୁଦ୍ଧତାର ରୂପା ମୂଲ୍ୟ ୭୧୦୯୨ ଟଙ୍କା କିଲୋଗ୍ରାମ ପ୍ରତି ରହିଛି ।

ଚାନ୍ଦନୀ ଚୌକର YK ଜୁଏଲର୍ସଙ୍କ ଅନୁଯାୟୀ, ୭ ଅଗଷ୍ଟ ସୋମବାର ଦିନ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ୬୦୬୦୬ ଟଙ୍କା ଥିଲା, ଯାହା ଆଜି ୩୭ ଟଙ୍କା ହ୍ରାସ ପାଇ ୬୦୫୬୯ ଟଙ୍କା ହୋଇଛି । ସୋମବାର ଦିନ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ୫୬,୫୩୨ ଟଙ୍କା ଥିଲା, ଯାହା ୭୨ ଟଙ୍କା ଶସ୍ତା ହୋଇ ଆଜି ୫୬,୪୫୯ ଟଙ୍କାକୁ ଖସି ଆସିଛି । ଶୁଦ୍ଧତା ଆଧାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି ।

୯୨୨ ଟଙ୍କା ହ୍ରାସ ପାଇଛି ରୂପା 
ସୁନା ବ୍ୟତୀତ ରୂପା ଦର ୯୨୨ ଟଙ୍କା ହ୍ରାସ ପାଇବା ପରେ କିଲୋଗ୍ରାମରେ ୭୧,୦୯୨ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ୭ ଅଗଷ୍ଟରେ ରୂପା ଦର ୭୨୦୧୪ ଟଙ୍କା ଥିଲା । ଏବଂ ୪ ଅଗଷ୍ଟରେ ରୂପା ଦର ୭୨,୧୦୦ ଟଙ୍କା ଥିଲା । ୩ ଅଗଷ୍ଟରେ ରୂପା ଦର ୭୨୫୨୫ ଟଙ୍କା ଥିଲା ଓ ୨ ଅଗଷ୍ଟରେ ରୂପା କିଲୋଗ୍ରାମ ୭୪୩୪୦ ଟଙ୍କାରେ ବିକ୍ରି ହେଉଥିଲା ।

ଭୁବନେଶ୍ୱରରେ କମିଲା ସୁନା-ରୂପା ଦର 
ଭୁବନେଶ୍ୱରରେ ସୁନାଦର ୭ ଅଗଷ୍ଟ ସୋମବାର ଦିନ ୨୪ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୬୦୧୬୦ ଟଙ୍କା ଥିଲା, ଯାହା ଆଜି ଅର୍ଥାତ ୮ ଅଗଷ୍ଟରେ ୧୦୦ ଟଙ୍କା ହ୍ରାସ ପାଇ ୬୦୦୬୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ୨୨ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୭ ଅଗଷ୍ଟରେ ୫୫୧୫୦ ଟଙ୍କା ଥିଲା, ଯାହା ଆଜି ଅର୍ଥାତ ୮ ଅଗଷ୍ଟରେ ୧୦୦ ଟଙ୍କା ହ୍ରାସ ପାଇ ୫୫୦୫୦ ଟଙ୍କାରେ ବିକ୍ରି ହେଉଛି । ଭୁବନେଶ୍ୱରରେ ଯଦି ଆମେ ରୂପା ଦର ବିଷୟରେ ଆଲୋଚନା କରିବା ତେବେ ରୂପାଦର ୭ ଅଗଷ୍ଟ ସୋମବାର ଦିନ କିଲୋଗ୍ରାମ ପ୍ରତି ୭୮୩୦୦ ଟଙ୍କା ଥିଲା । ଯାହା ଆଜି ୧୦୦୦ ହ୍ରାସ ପାଇ ୭୭୩୦୦ ଟଙ୍କରେ ବିକ୍ରି ହେଉଛି ।

କିପରି ଜାଣିବେ ସୁନାର ନୂଆ ଦାମ୍?
କହି ରଖୁଛୁ ଯେ ଆପଣ ଘରେ ବସି ଏହି ଦରଗୁଡ଼ିକୁ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ଦର ଚେକ୍ କରିପାରିବେ ।

ଏହା ବି ପଢ଼ନ୍ତୁ: No Confidence Motion କ'ଣ? ଏହା କେବେ କେବେ ଆସିଛି, ଜାଣନ୍ତୁ କେତେଥର ହୋଇଛି ପାସ୍ ଓ ଫେଲ୍

ଏହା ବି ପଢ଼ନ୍ତୁ: Indian Railway: ଚଳନ୍ତା ଟ୍ରେନରେ ଯଦି କେହି ଗୁରୁତର ଅସୁସ୍ଥ ହୋଇଯାଆନ୍ତି ତେବେ କ'ଣ ହେବ? କିପରି ପାଇଥାନ୍ତି ଚିକିତ୍ସା