Employment News: ୬ ଚପରାସୀ ପଦ ପାଇଁ ୧୦ ହଜାର ଆବେଦନକାରୀ, ପଢନ୍ତୁ ପୁରା ରିପୋର୍ଟ
Advertisement
Article Detail0/zeeodisha/odisha1610106

Employment News: ୬ ଚପରାସୀ ପଦ ପାଇଁ ୧୦ ହଜାର ଆବେଦନକାରୀ, ପଢନ୍ତୁ ପୁରା ରିପୋର୍ଟ

Unemployment Problem:  ଦେଶର ବେରୋଜଗାରୀ ମାତ୍ରା କେଉଁ ସ୍ତରରେ ପହଞ୍ଚିଛି ତାହାର ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ। ସଦ୍ୟ ହରିୟାଣାର ପାନିପତ ଜିଲ୍ଲା ଅଦାଲତରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Employment News: ୬ ଚପରାସୀ ପଦ ପାଇଁ ୧୦ ହଜାର ଆବେଦନକାରୀ, ପଢନ୍ତୁ ପୁରା ରିପୋର୍ଟ

Panipat News: ଦେଶରୁ ବେକାରୀ ହଟାଇବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି ଅନେକ ପ୍ରକାର ଦାବି। ହେଲେ ଏହି ଦାବିର ସତ୍ୟତା କେତେ ରହିଛି ତାହା ଏବେ ସାମ୍ନାକୁ ଆସିଛି। ସଦ୍ୟ ହରିୟାଣା ପାନିପତ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ପାନିପତ ଜିଲ୍ଲା ଅଦାଲତ ଠାରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଚାକିରି ପାଇଁ ପହଞ୍ଚିଛନ୍ତି। ପାନିପତ ଜିଲ୍ଲା ଅଦାଲତର ୬ ଚପରାସୀ ପଦ ପାଇଁ ହଜାର ହଜାର ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁମାନେ ପ୍ରଫେସର, ଶିକ୍ଷକ, ଇଞ୍ଜିନିୟର ଏବଂ ଆକାଉଣ୍ଟାଣ୍ଟ ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ବେକାରୀ ପରିସ୍ଥିତି କାରଣରୁ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ସେମାନେ ଚପରାସୀ ହେବାକୁ ଧାଡ଼ିରେ ଛିଡା ହୋଇଥିଲେ। 

ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ହରିୟାଣାର ପାନିପତ ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜିଲ୍ଲା ଅଦାଲତରେ ୬ ଚପରାସୀ ପଦବୀ ପାଇଁ ନିଯୁକ୍ତି ବାହାରିଥିଲା। ଏହି ୬ ଚପରାସୀ ପଦ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୪ ଏବଂ ଏସସି-ବିସିଏ ବର୍ଗର ପ୍ରାର୍ଥୀଙ୍କ ଲାଗି ଗୋଟିଏ ପଦବୀ ସଂରକ୍ଷିତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬ ଚପରାସୀ ପଦ ପାଇଁ ପ୍ରାୟ ୧୦ ହଜାର ପ୍ରାର୍ଥୀ ଆବେଦନ କରିଛନ୍ତି। 

ସାକ୍ଷାତକାର ପାଇଁ ଆସିଥିବା ଆବେଦନକାରୀ କହିଛନ୍ତି ଯେ ସରକାର କେବଳ ପ୍ରତିଶୃତି ଦେଉଛନ୍ତି। ସରକାର କୌଣସି ରୋଜଗାର ସୁଯୋଗ ପ୍ରଦାନ କରୁନାହାଁନ୍ତି। ଯୁବପିଢିଙ୍କୁ ଚାକିରି ଖୋଜିବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ୁଛି। ଏମବିଏ କରିବା ପରେ, ୯ ବର୍ଷର ଚାକିରି ଅଭିଜ୍ଞତା ରହିଥିବା ଜଣେ ପ୍ରାର୍ଥୀ ମଧ୍ୟ ଚପରାସୀ ଚାକିରି ପାଇଁ ସାକ୍ଷାତକାର ଦେବାକୁ ପହଞ୍ଚିଥିଲେ।

Also Read: Employment News: ଅମିନ ପଦ ପାଇଁ ବାହାରିଲା ୬୭୫୫ ପଦବୀ, ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ପିଏଚଡି, ଏମବିଏ, ଇଞ୍ଜିନିୟର୍

ପ୍ରାର୍ଥୀ ଜଣଙ୍କ କହିଛନ୍ତି ଯେ ସେ ଏବେ ମଧ୍ୟ ଏକ ଘରୋଇ ଚାକିରିରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହି କାରଣରୁ ସେ ଆଜି ଏକ ଚପରାସୀ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଆସିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ୯ ବର୍ଷର ଅଭିଜ୍ଞତା ରହିଛି। ଯେଉଁଥିରେ ସେ ଅନେକ ବର୍ଷ ଧରି HDFC ବ୍ୟାଙ୍କ ଠାରେ କାମ କରୁଥିଲେ। ତାଙ୍କ ପାଖରେ ଅନେକ ବର୍ଷ ରପ୍ତାନି କାମ କରିବାର ଅଭିଜ୍ଞତା ରହିଛି। ଅନେକ ମହିଳା ସାକ୍ଷାତକାର ଦେବା ପାଇଁ ମଧ୍ୟ ପହଞ୍ଚିଥିଲେ। ଯେଉଁମାନେ କହିଥିଲେ ଯେ ବେକାରୀ ଏବଂ ଦରଦାମ ବୃଦ୍ଧି କାରଣରୁ ସରକାରୀ ଚାକିରିର ଆବଶ୍ୟକତା ରହିଛି। ଯାହା ଦ୍ୱାରା ତାଙ୍କ ପିଲାଙ୍କର ଲାଳନ ପାଳନ ହୋଇପାରିବ।

ସାକ୍ଷାତକାର ଦେବାକୁ ଆସିଥିବା ଆବେଦନକାରୀଙ୍କୁ ବର୍ଣ୍ଣମାଳା ଅନୁଯାୟୀ ଡକାଯାଇଥିଲା। ପ୍ରାୟ ୧୦୫୦ ପ୍ରାର୍ଥୀ ପ୍ରାର୍ଥୀ ସାକ୍ଷାତକାର ଦେବାକୁ ଆସିଥିଲେ।  ଯେଉଁମାନେ ଦିନସାରା ଧାଡିରେ ବସି ରହିଥିଲେ। ସାକ୍ଷାତକାର ପାଇଁ ଛଅଟି ଟିମ୍ ଗଠନ କରାଯାଇଛି। ଯେଉଁମାନେ ଲମ୍ବା ଧାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍ ଦିନସାରା ସାକ୍ଷାତକାର ନେବାରେ ବ୍ୟସ୍ତ ରହିଥିଲେ। ପ୍ରାର୍ଥୀ ନିଯୁକ୍ତି ପାଇଁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ A ଠାରୁ ଆରମ୍ଭ ହୋଇ F ଅକ୍ଷରରେ ନାମ ରହିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଦିଆଯାଇଥିଲା।