IAF Recruitment 2024: ଦଶମ ପାସ୍ କରିଥିଲେ ଖୁସି ଖବର, ବାୟୁସେନାରେ ନିଯୁକ୍ତି ସୁଯୋଗ
Advertisement
Article Detail0/zeeodisha/odisha2388870

IAF Recruitment 2024: ଦଶମ ପାସ୍ କରିଥିଲେ ଖୁସି ଖବର, ବାୟୁସେନାରେ ନିଯୁକ୍ତି ସୁଯୋଗ

Indian Air Force Recruitment 2024:  ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ଭିଜିଟ୍ କରିପାରିବେ । ଆପଣ ନିଯୁକ୍ତି ବିଜ୍ଞପ୍ତି ଦେଖିବା ସହ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫଲାଇନ୍ ରହିଛି ।

IAF Recruitment 2024: ଦଶମ ପାସ୍ କରିଥିଲେ ଖୁସି ଖବର, ବାୟୁସେନାରେ ନିଯୁକ୍ତି ସୁଯୋଗ

Indian Air Force Recruitment 2024: ଦଶମ ପାସ୍ ଯୁବକଙ୍କ ପାଇଁ ଖୁସି ଖବର । କାରଣ ନିଯୁକ୍ତି ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିଯୁକ୍ତି ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ ହାଉସକିପିଂ ଏବଂ ହସପିଟାଲିଟି ପଦରେ ନିଯୁକ୍ତ ହେବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ଭିଜିଟ୍ କରିପାରିବେ । ଆପଣ ନିଯୁକ୍ତି ବିଜ୍ଞପ୍ତି ଦେଖିବା ସହ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫଲାଇନ୍ ରହିଛି ।

ଅବିବାହିତ ପୁରୁଷ ପ୍ରାର୍ଥୀ ଆବେଦନ କରିପାରିବେ
ଭାରତୀୟ ବାୟୁସେନାର ଏହି ନିଯୁକ୍ତି ଅଣ-ଯୁଦ୍ଧ ପଦବୀ ପାଇଁ ଉପଲବ୍ଧ । ଆଗ୍ରହୀ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ୨ ସେପ୍ଟେମ୍ବର ମଧ୍ୟରେ ଆବେଦନ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ, ଏହି ନିଯୁକ୍ତି ପାଇଁ କେବଳ ଅବିବାହିତ ପୁରୁଷ ପ୍ରାର୍ଥୀ ଆବେଦନ କରିପାରିବେ ।  ବିବାହ ଯୋଗ୍ୟ ବୟସ ହୋଇଥିଲେ ମଧ୍ୟ ମନୋନୀତ ପ୍ରାର୍ଥୀ ଚାକିରିର ଚାରି ବର୍ଷ ପ୍ରାରମ୍ଭିକ କାର୍ଯ୍ୟକାଳ ମଧ୍ୟରେ ବିବାହ କରିବାକୁ ଅନୁମତି ପାଇବେ ନାହିଁ ।

ଦଶମ ପାସଙ୍କ ପାଇଁ ସୁଯୋଗ
ବିଜ୍ଞପ୍ତି ଅନୁଯାୟୀ, ଆବେଦନ କରିବାକୁ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ୍ । ଜାନୁଆରୀ ୨, ୨୦୦୪ ରୁ ଜୁଲାଇ ୨, ୨୦୦୭ ମଧ୍ୟରେ ଜନ୍ମ ହୋଇବା ପ୍ରାର୍ଥୀ ହିଁ କେବଳ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ପରୀକ୍ଷାର ସମସ୍ତ ପର୍ଯ୍ୟାୟରେ ସଫଳତାର ସହ ଯୋଗ୍ୟତା ହାସଲ କରିବେ ସେମାନେ ହିଁ ନିଯୁକ୍ତିର ସୁଯୋଗ ପାଇବେ ।

ପ୍ରାର୍ଥୀମାନେ ଆବେଦନ କରିବା ସମୟରେ ନିମ୍ନଲିଖିତ ଡକ୍ୟୁମେଣ୍ଟ ଗୁଡ଼ିକୁ ଦାଖଲ କରିବା ଜରୁରୀ:
ଦଶମ ଶ୍ରେଣୀ ମାର୍କ ସିଟ୍ ଏବଂ ପାସ୍ ସାର୍ଟିଫିକେଟ୍
ପାସପୋର୍ଟ ସାଇଜ୍ ରଙ୍ଗୀନ ଫଟୋଗ୍ରାଫ୍ (୬ ମାସରୁ ଅଧିକ ପୁରୁଣା ନୁହେଁ)
ଯଦି ପ୍ରାର୍ଥୀ ୧୮ ବର୍ଷରୁ କମ୍, ତେବେ ପିତାମାତାଙ୍କ ଦ୍ୱାରା ଦସ୍ତଖତ । ଯଦି ପ୍ରାର୍ଥୀଙ୍କର ବୟସ ୧୮ ବର୍ଷରୁ ଅଧିକ ତେବେ ସେମାନେ ନିଜେଦସ୍ତଖତ କରିପାରିବେ ।

ଆବେଦନ ଶୁଳ୍କ ଏବଂ ଚୟନ ପ୍ରକ୍ରିୟା

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରାର୍ଥୀମାନେ ମାଗଣାରେ ଆବେଦନ ଫର୍ମ ପୂରଣ କରି ଦାଖଲ କରିପାରିବେ । ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଷ୍ଟ୍ରିମ୍ ଉପଯୁକ୍ତତା ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଆବେଦନ ପ୍ରଣାଳୀ

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଅଫଲାଇନ୍ ମୋଡ୍ ରେ ଆବେଦନ କରିବାକୁ ହେବ । ପ୍ରାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରୁ ଆବେଦନ ଫର୍ମ ଡାଉନଲୋଡ୍ କରି ପୂରଣ କରିପାରିବେ । ସଠିକ୍ ଏବଂ ଯତ୍ନର ସହିତ ଆବେଦନ ଫର୍ମରେ ସମସ୍ତ ବିବରଣୀ ପୁରଣ କରିବା ଆବଶ୍ୟକ । ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ଜେରକ୍ସ କପି  ସଂଲଗ୍ନ କରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ନିର୍ଦ୍ଦିଷ୍ଟ ଠିକଣାରେ ଦରଖାସ୍ତ ପଠାଇବାକୁ ହେବ ।

Also Read- Grah Gochar 2024: ୯ ମାସ ପର୍ଯ୍ୟନ୍ତ ୭ଟି ରାଶିର ବ୍ୟକ୍ତି ରହିବେ ଲାଭରେ

Also Read- Sahara India Money Refund: ଆପଣଙ୍କୁ କେବେ ମିଳିବ ସାହାରା ଟଙ୍କା? ତୁରନ୍ତ କରନ୍ତୁ ଯାଞ୍ଚ