A unique cafeacute; ନିଆର କାଫେ: ହସିଲେ ଖୋଲିବ କବାଟ
Advertisement
Article Detail0/zeeodisha/odisha2346149

A unique cafeacute; ନିଆର କାଫେ: ହସିଲେ ଖୋଲିବ କବାଟ

smiling is very important is a natural mood booster: ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଅନେକ ଲୋକ ହସିବା ଭୁଲି ଗଲେଣି। ହସିଲେ ଆପଣଙ୍କ ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ । ଏହାକୁ ଦୃଷ୍ଟିରେ ରଖ୍ ୟୁରୋପର ଏକ 'ଗୁଡ୍ ନ୍ୟୁଜ୍' ନାମକ ଏକ କଫି ସପରେ
 ଏକ ନିଆରା ବ୍ୟବସ୍ଥା କରିଛନ୍ତି।ପୁରା ପଢନ୍ତୁ...

Good news cafe

Good news cafe: ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଅନେକ ଲୋକ ହସିବା ଭୁଲି ଗଲେଣି।କେହି କେହି ବିଭିନ୍ନ ପ୍ରକାର  ଚିନ୍ତାକୁ ନେଇ ମଧ୍ୟ ହସି ପାରୁନାହାନ୍ତି।ହେଲେ,ଆପଣ ଜାଣିଛନ୍ତି କି ହସିଲେ ଆପଣଙ୍କ ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ । ଏହା ବ୍ୟକ୍ତିଙ୍କୁ ସକାରାତ୍ମକ ରହିବାରେ ସାହାଯ୍ୟ ମଧ୍ୟ କରିଥାଏ।ଏବଂ ଅନ୍ୟକୁ ମଧ୍ୟ  ଖୁସି ପ୍ରଦାନ କରିଥାଏ । ଏହାକୁ ଦୃଷ୍ଟିରେ ରଖ୍ ୟୁରୋପର ଏକ 'ଗୁଡ୍ ନ୍ୟୁଜ୍' ନାମକ ଏକ କଫି ସପ୍ 
 ଏକ ନିଆରା ବ୍ୟବସ୍ଥା କରିଛନ୍ତି।ତାଙ୍କ ଅନୁସାରେ, ଗ୍ରାହକମାନେ କାଫେରେ ପ୍ରବେଶ କରିବା ପୂର୍ବରୁ ମନଖୋଲା ହସିଲେ ଯାଇ ସେଠାକାର ଦ୍ବାର ଖୋଲିବ। କାଫେର ଏହି ବ୍ୟବସ୍ଥାକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ।

ସୋସିଆଲ ମିଡିଆରେ ଏ ସଂପର୍କରେ ଏକ ଭିଡିଓ ପୋଷ୍ଟ ହୋଇଥିବାବେଳେ ତାହା ଭାଇରାଲ୍ ହେଉଛି । ତାକୁ ୨୪ ନିୟୁତ ଲୋକେ ମଧ୍ୟ ଲାଇକ୍ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ରାହକମାନେ କାଫେର ଦ୍ବାର ପାଖରେ ପହଞ୍ଚିବା ପରେ ସ୍ବୟଂଚାଳିତ କବାଟ ନ ଖୋଲିବାରୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।ଏହାପରେ ନିକଟରେ ମରାଯାଇଥିବା ଏକ ପୋସ୍ଟର ଦେଖିବାରୁ ସେମାନେ ଯୋରେ ହସିବାକୁ ଲାଗିଛନ୍ତି। ଓ କବାଟ ଟି ଖୋଲି ଯାଇଛି।

କାଫେ ର ମାଲିକଙ୍କ କହିବା ଅନୁଯାୟୀ, ବ୍ୟସ୍ତ ବହୁଳ ଜୀବନରେ ଆମେ କାହା ମୁଁହରେ ହସ ଟିକିଏ ଫୁଟାଇବା ପାଇଁ ଏପରି ବ୍ୟବସ୍ଥା କରିଛୁ।ଯାହାଦ୍ଵାରା ବାଧ୍ୟତାମୂଳକ ହେଲେ ବି ଅନେକ ଲୋକ ହସିପରିବେ।

 ଭିଡିଓଟିକୁ ଦେଖିବା ପରେ ଅନେକ ଲୋକ ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସାରା ବିଶ୍ୱରେ ଏହି ‘ଗୁଡ୍ ନ୍ୟୁଜ୍' ଭଳି କାଫେ, ସପ ମାନଙ୍କରେ ଏପରି ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି।ଏବଂ ତାଙ୍କର ଏହି ମହତ ଉଦ୍ୟମକୁ ପ୍ରଶଂସା କରିଛନ୍ତି।