୧୫ହଜାର ଟଙ୍କା ନିବେଶ କରି ପାଆନ୍ତୁ ମାସକୁ ୬୦ ହଜାର !
Advertisement
Article Detail0/zeeodisha/odisha2403005

୧୫ହଜାର ଟଙ୍କା ନିବେଶ କରି ପାଆନ୍ତୁ ମାସକୁ ୬୦ ହଜାର !

Invetment Tips: ଆପଣଙ୍କୁ ପ୍ରତି ମାସରେ ଏକ ମ୍ୟୁଚୁଆଲ୍ ଫଣ୍ଡରେ ୧୫ ହଜାର ଟଙ୍କା ବିନିଯୋଗ କରିବାକୁ ହେବ । ଏପରି ଏକ ମ୍ୟୁଚୁଆଲ ଫଣ୍ଡ ଚୟନ କରିବେ ଯେଉଁଥିରେ ଆପଣଙ୍କୁ ବାର୍ଷିକ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ । 

୧୫ହଜାର ଟଙ୍କା ନିବେଶ କରି ପାଆନ୍ତୁ ମାସକୁ ୬୦ ହଜାର !

Invetment Tips: ଚାକିରିରୁ ଅବସର ପରେ ମଧ୍ୟ ଭଲ ଜୀବନଯାପନ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଅବସର ପରେ ସୁଖରେ ରହିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଥାଏ । କାରଣ ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଆଜି ଆମେ ଆପଣଙ୍କୁ ଏକ କୌଶଳ ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ଅବସର ପରେ ପ୍ରତି ମାସରେ ୬୦ ହଜାର ଟଙ୍କା ପାଇବା ପାଇଁ ସମର୍ଥ ହେବେ । କେବଳ ଏତିକି ନୁହେଁ, ସେହି ଟଙ୍କା ଭବିଷ୍ୟତରେ ବୃଦ୍ଧି ପାଇବ । କିନ୍ତୁ ସେଥିପାଇଁ ଆପଣଙ୍କୁ ବର୍ତ୍ତମାନ ପ୍ରତି ମାସରେ ୧୫ ହଜାର ଟଙ୍କା ଜମା କରିବାକୁ ହେବ । ତେବେ ଏହି ସୁବିଧା କିପରି ଆପଣ ପାଇବେ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ।

ଆପଣଙ୍କୁ ପ୍ରତି ମାସରେ ଏକ ମ୍ୟୁଚୁଆଲ୍ ଫଣ୍ଡରେ ୧୫ ହଜାର ଟଙ୍କା ବିନିଯୋଗ କରିବାକୁ ହେବ । ଏପରି ଏକ ମ୍ୟୁଚୁଆଲ ଫଣ୍ଡ ଚୟନ କରିବେ ଯେଉଁଥିରେ ଆପଣଙ୍କୁ ବାର୍ଷିକ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ । ଯଦି ଆପଣ ଚୟନ କରିଥିବା ମ୍ୟୁଚୁଆଲ ଫଣ୍ଡରେ ୧୫ପ୍ରତିଶତ ରିଟର୍ଣ୍ଣ ମିଳେ ତେବେ ଏହା ଆପଣଙ୍କ ପାଇଁ ସହଜ ହୋଇଯିବ । ୧୬ ବର୍ଷ ପାଇଁ ବିନିଯୋଗ କରିବା ପରେ, ଆପଣଙ୍କର ନିଜ ବିନିଯୋଗ ରାଶି ୨୮,୮୦,୦୦୦ ଟଙ୍କା ହେବ । ଆପଣ ଯେଉଁ ରିଟର୍ଣ୍ଣ ପାଇବେ ତାହା ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ।

ବର୍ତ୍ତମାନ ଏହି ଟଙ୍କାକୁ ଆପଣ କମ୍ ବିପଦପୂର୍ଣ୍ଣ ବିନିଯୋଗ ବିକଳ୍ପରେ ବିନିଯୋଗ କରିବା ଆବଶ୍ୟକ । ଏହିପରି ଯେକୈଣସି ପାଣ୍ଠି ଚୟନ କରନ୍ତୁ ଯେଉଁଠାରେ ଆପଣ ୮ରୁ-୯ ପ୍ରତିଶତ ରିଟର୍ଣ୍ଣ ପାଇପାରିବେ । ଧରାଯାଉ ଆପଣ ବିନିଯୋଗ କରିଥିବା ରାଶି 1 କୋଟିରୁ ଅଧିକ ଟଙ୍କା ଏବଂ ସେଥିରୁ ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପ୍ରତ୍ୟାହାର କରୁଛନ୍ତି। ତେବେ ଆପଣ ୪୦ ବର୍ଷରେ ୨.୮୮  କୋଟି ଟଙ୍କା ପ୍ରତ୍ୟାହାର କରିବେ । କିନ୍ତୁ ବାର୍ଷିକ ୮ ପ୍ରତିଶତ ରିଟର୍ଣ୍ଣ ଥିବା କାରଣରୁ ଆପଣଙ୍କ ଜମା ଟଙ୍କା ୫ କୋଟି ଟଙ୍କାରୁ ଅଧିକ ହେବ ।

Also Read- Rahu Transit 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ପୂର୍ବରୁ ଚମକିବେ ୩ ରାଶି

Also Read- Jk Assembly Elections: ପ୍ରକାଶ ପାଇଲା ତୃତୀୟ ତାଲିକା, ବୈଷ୍ଣୋଦେବୀ ଆସନରୁ ବଦଳିଲେ ପ୍ରାର୍ଥୀ