ଆଜି ସଂଧ୍ୟାରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ
Advertisement
Article Detail0/zeeodisha/odisha2273368

ଆଜି ସଂଧ୍ୟାରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହି ମିଣ୍ଟିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଅଧ୍ଯକ୍ଷତା କରିପାରନ୍ତି । ଏଥିସହ ଶରଦ ପାଓ୍ୱାର, ଫାରୁକ୍‍ ଅବଦୁଲ୍ଲା, ସୀତାରାମ ୟେଚୁରୀ, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବଙ୍କ ଭଳି ବିଶିଷ୍ଟ ନେତୃବୃନଦ୍ଦ ଆଜି ଦିଲୀରେ ହାଜର ହୋଇଛନ୍ତି । 

ଆଜି ସଂଧ୍ୟାରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନର ଶେଷ ହେବାକୁ ଯାଉଛି । ଆଜି ସନ୍ଧ୍ୟାରେ ମତଦାନ ସରିବ ଏବଂ ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନରେ ପ୍ରଦର୍ଶନ ଏବଂ ରେଜଲ୍ଟକୁ ସମ୍ପର୍କ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ବସିବ ‘ଇଣ୍ଡିଆ' ମେଣ୍ଟ ବୈଠକ । ଏହି ମିଣ୍ଟିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଅଧ୍ଯକ୍ଷତା କରିପାରନ୍ତି । ଏଥିସହ ଶରଦ ପାଓ୍ୱାର, ଫାରୁକ୍‍ ଅବଦୁଲ୍ଲା, ସୀତାରାମ ୟେଚୁରୀ, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବଙ୍କ ଭଳି ବିଶିଷ୍ଟ ନେତୃବୃନଦ୍ଦ ଆଜି ଦିଲୀରେ ହାଜର ହୋଇଛନ୍ତି । ନିର୍ବାଚନରେ ପ୍ରଦର୍ଶନ ଓ ଫଳାଫଳ ଉପରେ ତର୍ଜମା କରାଯିବ । ଆଗାମୀ କାର୍ଯ୍ୟପନ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି । 

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ବାସଭବନରେ ଏହି ଇଣ୍ଡିଆ ମେଣ୍ଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରାଯିବ । କିନ୍ତୁ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିମ୍ୱା ଟିଏମସିର କୌଣସି ନେତା ସାମିଲ୍ ହେବେ ନାହିଁ ବୋଲି ସୂଚନା ମିଳିଛି । ଏଥିସହ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମଧ୍ୟ ଇଣ୍ଡିଆ ମେଣ୍ଟ ବୈଠକରେ ଅଂଶଗ୍ରହଣ କରିବେ ନାହିଁ । ବିପକ୍ଷ ନେତାମାନେ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରିବେ । ବର୍ତ୍ତମାନର ପରିସ୍ଥିତିରେ ଇଣ୍ଡିଆମେଣ୍ଟର ଭୂମିକା କ’ଣ ରହିବ ସେ ନେଇ ଏହି ବୈଠକରେ ଆଲୋଚନା ହେବ

 

Also Read- ପୁରୀ ଭଉଁରୀଯାତ୍ରା ବାଣ ବିସ୍ଫୋରଣ: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି