Indian Currency: ବଡ଼ ଖବର! ବର୍ତ୍ତମାନ ଏହି ଦେଶରେ ଚାଲିବ ଭାରତୀୟ ମୁଦ୍ରା
Advertisement
Article Detail0/zeeodisha/odisha1777060

Indian Currency: ବଡ଼ ଖବର! ବର୍ତ୍ତମାନ ଏହି ଦେଶରେ ଚାଲିବ ଭାରତୀୟ ମୁଦ୍ରା

Indian Rupee Banknotes: ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ  ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାରତର ପଡ଼ୋଶୀ ଦେଶ। ଏହି ଦେଶରେ ଭାରତୀୟ ମୁଦ୍ରା ବ୍ୟବହାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Indian Currency: ବଡ଼ ଖବର! ବର୍ତ୍ତମାନ ଏହି ଦେଶରେ ଚାଲିବ ଭାରତୀୟ ମୁଦ୍ରା

Indian Currency Notes: ଦଶନ୍ଧି ଦଶନ୍ଧି ଧରି ଆମେରିକୀୟ ଡଲାର ବିଶ୍ୱ ମୁଦ୍ରା ଉପରେ ପ୍ରାଧାନ୍ୟ ବିସ୍ତାର କରିଆସିଛି। ହେଲେ ବର୍ତ୍ତମାନ ଏହା ଅନେକ ଦେଶ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଏହି ଦେଶ ବର୍ତ୍ତମାନ ସମୟରେ ଏକ ନୂତନ ଉପାୟ ଖୋଜୁଛନ୍ତି। ବର୍ତ୍ତମାନ ଡଲାର ଭଳି ବୈଶ୍ୱିକ ମୁଦ୍ରାକୁ ଚ୍ୟାଲେଞ୍ଜ କରାଯାଉଛି। ଭାରତର ପଡୋଶୀ ଦେଶ ଶୀଘ୍ର ଡଲାର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଦେଶ ଡଲାର ବଦଳରେ ଭାରତୀୟ ଟଙ୍କା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। 

ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ (US Dollar Dependency) ଏହି ଦେଶ ଭାରତୀୟ ମୁଦ୍ରା (Indian Currency Notes) ଗ୍ରହଣ କରିବ। ପଡୋଶୀ ଦେଶ ବାଂଲାଦେଶ (Bangladesh) ଏପରି ପଦକ୍ଷେପ ନେବାକୁ ଯାଉଛି। ଏହି ପଦକ୍ଷେପ ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ (India Bangladesh Relations) ଲାଭଦାୟକ ହେବ। ଯାହା ଦ୍ୱାରା ଉଭୟ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାର (India Bangladesh Trade) ଲାଗି ବ୍ୟୟ ହେଉଥିବା ବୈଦେଶିକ ମୁଦ୍ରାର କାରବାର (Foreign Exchange for Trading) ହ୍ରାସ ପାଇବ। ବାଣିଜ୍ୟ ବ୍ୟବସାୟ ଲାଗି ଭାରତୀୟ ମୁଦ୍ରା ବ୍ୟବହାର କରିବାକୁ ନେଇ ବାଲାଂଦେଶ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଭାର କମାଇବା ପାଇଁ ବାଂଲାଦେଶ (Foreign Exchange Reserves of Bangladesh) ଏପରି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭାରତ-ବାଂଲାଦେଶ ମଧ୍ୟରେ ବୈଦେଶିକ ବାଣିଜ୍ୟ (India Bangladesh Free Trade) କେବଳ ଡଲାର ମାଧ୍ୟମରେ କରାଯାଇଛି।

Also Read: Currency Printing: ମନଇଚ୍ଛା ନୋଟ୍ ଛାପିଥାଏ ଆମେରିକା? ହେଲେ କାହିଁକି ତାହା କରପାରନ୍ତି ନାହିଁ ଭାରତ ସମେତ ଅନ୍ୟ ଦେଶ?

 

ବାଂଲାଦେଶ ବ୍ୟାଙ୍କ ପକ୍ଷରୁ ଖୋଲାଗଲା ଖାତା 
ବ୍ଲୁମବର୍ଗର ଖବର ଅନୁଯାୟୀ ବାଂଲାଦେଶର ଦୁଇଟି ବ୍ୟାଙ୍କ ପକ୍ଷରୁ (Banks in Bangladesh) ଭାରତୀୟ ଟଙ୍କା ବ୍ୟବସାୟ କାରବାର କରିବାକୁ ଯୋଜନା କରୁଛନ୍ତି। ଏନେଇ ବାଂଲାଦେଶ ଇଷ୍ଟର୍ନ ବ୍ୟାଙ୍କ (Eastern Bank Bangladesh) ମଧ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (State Bank of India) ଏବଂ ଆଇସିଆଇସିଆଇ ବ୍ୟାଙ୍କ (ICICI Bank India) ଠାରେ ନୋଷ୍ଟ୍ରୋ ଆକାଉଣ୍ଟ (Nostro Account) ଖୋଲିଛି। ଜୁଲାଇ ୧୧ ତାରିଖରେ ଇଷ୍ଟର୍ନ ବ୍ୟାଙ୍କ ଏ ସମ୍ପର୍କରେ ଘୋଷଣା କରିବାର ଥିଲା। ସେହିଭଳି ବାଂଲାଦେଶ ସରକାରୀ ବ୍ୟାଙ୍କ (Govt Bank in Bangladesh) ସୋନାଲି ବ୍ୟାଙ୍କ (Sonali Bank Bangladesh) ମଧ୍ୟ ସମାନ ସେବା ଯୋଗାଇବାକୁ ପ୍ରସ୍ତୁତ ହେଉଛି। ନାଷ୍ଟ୍ରୋ ଆକାଉଣ୍ଟ ହେଉଛି ସେହି ଆକାଉଣ୍ଟ ଯାହାକୁ ଗୋଟିଏ ବ୍ୟାଙ୍କ ଅନ୍ୟ ଦେଶର ବ୍ୟାଙ୍କ ଠାରେ ସେହି ଦେଶର ମୁଦ୍ରା ଖୋଲିଥାଏ। ଏପରି ବ୍ୟାଙ୍କ ଖାତା ବୈଦେଶିକ ବାଣିଜ୍ୟ (Foreign Trade) ପାଇଁ ବ୍ୟବହୃତ ହୋଇଥାଏ।

Also Read: ୭୫୦୦ ଟଙ୍କିଆ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି ଏହି ଦେଶ; ହେଲେ ପୂରଣ ହୋଇପାରିବ ନାହିଁ...

କେଉଁ କାରଣରୁ ନିଆଁଗଲା ଏଭଳି ନିଷ୍ପତ୍ତି 
ଋଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଂଲାଦେଶ କ୍ରମାଗତ ଭାବରେ ଡଲାର ଭଳି ବୈଶ୍ୱିକ ମୁଦ୍ରା ଅଭାବର ସାମ୍ନା କରୁଛି। ଏହି କାରଣରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୭ ବର୍ଷର ସର୍ବନିମ୍ନ ସ୍ତର ୩୧.୬୦ ବିଲିୟନ ଡଲାର ହୋଇଛି। ଏହି କାରଣରୁ ବାଂଲାଦେଶର ମୁଦ୍ରା (Bangladesh Currency) ଟାକା (Bangladeshi Taka) ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଚୀନ୍ (China) ପରେ ବାଂଲାଦେଶ ଭାରତରୁ ସର୍ବାଧିକ ଆମଦାନୀ କରିଥାଏ। ସେଥିପାଇଁ ବାଂଲାଦେଶ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି।