Resolution Against Israel in UNO: ଜାତିସଂଘରେ ଇସ୍ରାଏଲ ବିରୋଧି ପ୍ରସ୍ତାବକୁ ସମର୍ଥନ ଜଣାଇଲା ଭାରତ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1986503

Resolution Against Israel in UNO: ଜାତିସଂଘରେ ଇସ୍ରାଏଲ ବିରୋଧି ପ୍ରସ୍ତାବକୁ ସମର୍ଥନ ଜଣାଇଲା ଭାରତ; ଜାଣନ୍ତୁ ପୁରା ଘଟଣାକ୍ରମ

Syrian Golan Resolution in UNGA: ପଶ୍ଚିମ ଏସିଆର ପରିସ୍ଥିତି ବିଷୟ ଉପରେ ଆଧାରିତ ଏଜେଣ୍ଡା  "ସିରିଆ ଗୋଲାନ୍" ନାମକ ସଂକଳ୍ପ ଉପରେ ମତଦାନ କରାଯାଇଥିଲା। ଭାରତ ଏହି ସଂକଳ୍ପ ସପକ୍ଷରେ ମତଦାନ କରିଥିବାର କୁହାଯାଉଛି। 

Resolution Against Israel in UNO: ଜାତିସଂଘରେ ଇସ୍ରାଏଲ ବିରୋଧି ପ୍ରସ୍ତାବକୁ ସମର୍ଥନ ଜଣାଇଲା ଭାରତ; ଜାଣନ୍ତୁ ପୁରା ଘଟଣାକ୍ରମ

UN Resolution on Golan Heights: ପୁଣି ଜାତିସଂଘର ସାଧାରଣ ସଭାରେ ଇସ୍ରାଏଲ ବିରୋଧରେ ଆଗତ ହୋଇଥିବା ଏକ ପ୍ରସ୍ତାବକୁ ସମର୍ଥନ ଜଣାଇଛି ଭାରତ। ସଦ୍ୟ ଆଗତ ହୋଇଥିବା ଏହି ପ୍ରସ୍ତାବ ଇସ୍ରାଏଲ-ସିରିଆ ସୀମାରେ ଅବସ୍ଥିତ ଗୋଲାନ ହାଇଟ୍ସ ଅଞ୍ଚଳ ସହ ଜଡ଼ିତ। ଯେଉଁଥିରେ ଗୋଲାନ ହାଇଟ୍ସ ଅଞ୍ଚଳରୁ ଇସ୍ରାଏଲ ସୈନ୍ୟବାହିନୀ ପ୍ରତ୍ୟାହାର ନକରିବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରାଯାଇଛି। ବୈଶ୍ୱିକ ରାଜନୀତିରେ ଗୋଲାନ୍ ହାଇଟ୍ସ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ। ପଶ୍ଟିମ ଏସୀୟ ଦେଶ ସିରିଆର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ଗୋଲାନ୍ ହାଇଟ୍ସ ଅଞ୍ଚଳକୁ ଇସ୍ରାଏଲ ସେନା ୧୯୬୭ ଜୁନ୍  ୫ ତାରିଖରେ ହୋଇଥିବା ଯୁଦ୍ଧରେ  ଇସ୍ରାଏଲ୍ ସୁରକ୍ଷା ବାହିନୀ ଦ୍ୱାରା ଦଖଲ କରାଯାଇଥିଲା। ସେବାଠାରୁ ସିରିଆର ଗୋଲାନ୍ ହାଇଟ୍ସ ଅଞ୍ଚଳ ଇସ୍ରାଏଲ ସୈନ୍ୟବାହିନୀ ନିୟନ୍ତ୍ରଣରେ ଆଜି ମଧ୍ୟ ରହିଛି।

ମୋଟ ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘର ସାଧାରଣ ସଭାରେ (United Nations General Assembly) ପଶ୍ଚିମ ଏସିଆର ପରିସ୍ଥିତି ବିଷୟ ଉପରେ ଆଧାରିତ ଏଜେଣ୍ଡା ଅନୁଯାୟୀ (West Asia Situation Agenda in UNGA) "ସିରିଆ ଗୋଲାନ୍" ନାମକ ସଂକଳ୍ପ ଉପରେ ମତଦାନ (Voting on Syrian Golan Resolution in UNGA) କରାଯାଇଥିଲା। ଏହି ପ୍ରସ୍ତାବ ଜାତିସଂଘର ସାଧାରଣ ସଭାରେ ଇଜିପ୍ଟ  ପକ୍ଷରୁ ଆଗତ (Egypt Introduced Golan Resolution in UNGA) କରାଯାଇଥିଲା। ଯାହା ସପକ୍ଷରେ ୯୧ ଏବଂ ବିପକ୍ଷରେ ୮ ସଦସ୍ୟ ଭୋଟ ଦେଇଥିଲେ। ଅନ୍ୟପଟେ ୬୨ ଜଣ ସଦସ୍ୟ ମତଦାନରୁ ଦୂରେଇ ଯାଇଥିଲେ। "ସିରିଆ ଗୋଲାନ୍" ନାମକ ସଂକଳ୍ପ ସପକ୍ଷରେ ଭାରତ ସହିତ ଏହାର ପାରମ୍ପରିକ ସହଯୋଗୀ ଋଷିଆ, ବାଂଲାଦେଶ, ଭୂଟାନ, ଚୀନ୍, ମାଲେସିଆ, ମାଳଦ୍ୱୀପ, ନେପାଳ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଅମିରାତ ଆଦି ଦେଶ ମତଦାନ କରିଥିଲେ। ଅନ୍ୟପଟ ଏହି ପ୍ରସ୍ତାବ ବିପକ୍ଷରେ ଅଷ୍ଟ୍ରେଲିଆ, କାନାଡ଼ା, ଇସ୍ରାଏଲ୍, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭୋଟ୍ ଦେଇଥିଲେ। 

କ'ଣ କହୁଛି ଜାତିସଂଘ ସଂକଳ୍ପ?
ଏହି ପ୍ରସ୍ତାବରେ ଏକଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି ଯେ, ଜାତିସଂଘ ସୁରକ୍ଷା ପରିଷଦ ଏବଂ ସାଧାରଣ ସଭାର ନିଷ୍ପତ୍ତିକୁ ବିରୋଧ କରି ୧୯୬୭ ମସିହାରୁ ଦଖଲ କରି ରଖିଥିବା ସିରିଆର ଗୋଲାନ୍ ହାଇଟ୍ସ ଅଞ୍ଚଳରୁ ଇସ୍ରାଏଲ ସୈନ୍ୟବାହିନୀ ପ୍ରତ୍ୟାହାର କରାଯାଇନାହିଁ। ଏନେଇ ଘୋଷଣା କରାଯାଇଛି ଯେ ୧୯୮୧ ମସିହାରେ ଜାତିସଂଘର ସୁରକ୍ଷା ପରିଷଦରେ ଆଗତ ସଂକଳ୍ପ ୪୯୭ ପାଳନ କରିବାରେ ଇସ୍ରାଏଲ୍ ବିଫଳ ହୋଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ସିରିଆର ଗୋଲାନ୍ ହାଇଟ୍ସ ଅଞ୍ଚଳରେ ଇସ୍ରାଏଲ ଏହାର ଆଇନ, ଅଧିକାର ଏବଂ ପ୍ରଶାସନ ଲାଗୁ କରିବା ନିଷ୍ପତ୍ତି ଅବୈଧ। ଯାହା ଆନ୍ତର୍ଜାତୀୟ ଆଇନର ପ୍ରଭାବ ବିନା କରାଯାଇଛି।

Also Read: Gaza Ceasefire: ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବରେ କାହିଁକି ମତଦାନରୁ ଦୂରେଇ ରହିଲା ଭାରତ?

 

ନଭେମ୍ବର ୨୮ ତାରିଖ ମଙ୍ଗଳବାର ଜାତିସଂଘର ସାଧାରଣ ସଭାରେ "ସିରିଆ ଗୋଲାନ୍" (Golan Heights Area in Israel Syria Border) ନାମକ ସଂକଳ୍ପ ଆଗତ ହୋଇଥିଲା। ଯେଉଁଥିରେ କୁହାଯାଇଛି ୧୯୮୧ ମସିହା ଡିସେମ୍ବର ୧୪ ତାରିଖରେ ଇସ୍ରାଏଲ୍ ନିଷ୍ପତ୍ତିକୁ ମଧ୍ୟ ଅବୈଧ ଘୋଷିତ କରାଯାଇଛି। ଏହାର କୌଣସି ବୈଧତା ନାହିଁ ବୋଲି କୁହାଯାଇଛି। ଏହି ସଂକଳ୍ପ ମାଧ୍ୟମରେ ଇସ୍ରାଏଲକୁ ଏହାର ନିଷ୍ପତ୍ତି ବାତିଲ କରିବାକୁ କୁହାଯାଇଛି। "ସିରିଆ ଗୋଲାନ୍" ସଂକଳ୍ପରେ ୧୯୬୭ ମସିହାରୁ ଇସ୍ରାଏଲ୍ ଦ୍ୱାରା କରାଯାଉଥିବା ବସ୍ତି ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପର ଅବୈଧତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।