Liquor: ଭାରତୀୟଙ୍କୁ ପସନ୍ଦ ବିଦେଶୀ ମଦ, ଗୋଟିଏ ବର୍ଷରେ ପିଇଗଲେ ୨୨ କୋଟି ବୋତଲ ସ୍କଚ୍
Advertisement
Article Detail0/zeeodisha/odisha1568660

Liquor: ଭାରତୀୟଙ୍କୁ ପସନ୍ଦ ବିଦେଶୀ ମଦ, ଗୋଟିଏ ବର୍ଷରେ ପିଇଗଲେ ୨୨ କୋଟି ବୋତଲ ସ୍କଚ୍

Liquor:  ବର୍ତ୍ତମାନ ଲୋକେ ଦେଶୀ ମଦ ଅପେକ୍ଷା ବିଦେଶୀ ମଦ ପିଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ଗୋଟିଏ ବର୍ଷରେ ଭାରତୀୟମାନେ ବ୍ରିଟେନର ପ୍ରାୟ ୨୧୯ କୋଟି ସ୍କଚ୍ ହ୍ୱିସ୍କି(Scotch whisky) ବୋତଲ ପିଇଥିବା ଜଣାପଡି଼ଛି ।

ସୌ(ସୋସିଆଲ ମିଡିଆ)

Liquor: ପାର୍ଟି ହେଉ କି ବାହାଘର ମଦ ବିନା ଏବେ ଲୋକଙ୍କ ଏନଜୟମେଣ୍ଚ ପୂରା ହୋଇପାରୁନାହିଁ । କୌଣସି ସ୍ପେଶାଲ ଡ଼େକୁ ଉପଭୋଗ କରିବା ଲାଗି ଲୋକେ ମଦକୁ ହିଁ ସର୍ବ ପ୍ରଥମେ ବାଛିଥାଆନ୍ତି । ବର୍ତ୍ତମାନ ଆମ ଦେଶରେ ମଦ୍ୟପାନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନୂଆବର୍ଷର ୫ ଦିନ ମଧ୍ଯରେ ବିକ୍ରି ହୋଇଥିବା ମଦର ପରିମାଣରୁ ହିଁ ଆପଣ ଏହାର ଅନୁମାନ ଲଗାଇ ପାରିବେ। ବର୍ତ୍ତମାନ ଲୋକେ ଦେଶୀ ମଦ ଅପେକ୍ଷା ବିଦେଶୀ ମଦ ପିଇବାକୁ ଅଧିକ ପସନ୍ଦ କରୁଥିବା ଏକ ରିପୋର୍ଟରୁ ଜଣାପଡି଼ଛି। ଗୋଟିଏ ବର୍ଷରେ ଭାରତୀୟମାନେ ବ୍ରିଟେନର ପ୍ରାୟ ୨୧୯ କୋଟି ସ୍କଚ୍ ହ୍ୱିସ୍କି(Scotch whisky) ବୋତଲ ପିଇଥିବା ଜଣାପଡି଼ଛି । ଆପଣ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ବିଦେଶୀ ମଦ ପିଇବାରେ ଭାରତୀୟ ମାନେ ଫ୍ରାନ୍ସକୁ ମଧ୍ଯ ପଛରେ ପକାଇଛନ୍ତି । ତେବେ ଏହାକୁହାଯାଇପାରିବ ଯେ, ବର୍ତ୍ତମାନ ବ୍ରିଟେନର ସ୍କଚ୍ ପାଇଁ ଭାରତ ସବୁଠୁ ବଡ଼ ହବ ପାଲଟିଛି ।

ଫ୍ରାନ୍ସର ବଜାରରେ ବ୍ରିଟେନର(Britain) ସ୍କଚ୍ ହ୍ୱିସ୍କିର ବେଶ ଚାହିଦା ରହିଥିଲା । ସେଠାର ଲୋକମାନେ ବ୍ରିଟିଶ ମଦକୁ ବହୁତ ପସନ୍ଦ କରୁଥାଆନ୍ତି । ତେବେ ୨୦୨୨ର ରିପୋର୍ଟ ମୁତାବିକ ବିଦେଶୀ ମଦ ପିଇବାରେ ଫ୍ରାନ୍ସକୁ ପଛରେ ପକାଇଛନ୍ତି ଭାରତୀୟ । ଗୋଟିଏ ବର୍ଷରେ ବ୍ରିଟେନର ୨୧୯ କୋଟି ବୋତଲ ସ୍କଚ୍ ହ୍ୱିସ୍କି ଭାରତୀୟ ମାନେ ଖାଲି କରିଦେଇଥିବା ସୂଚନା ରହିଛି। ଏଥି ସହ ବ୍ରିଟେନରୁ ସ୍କଚ୍ ହ୍ୱିସ୍କି ଆମଦାନୀ ମଧ୍ୟ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇଛି । ସ୍କଟଲ୍ୟାଣ୍ଡର ମଦ ଶିଳ୍ପର ମୁଖ୍ୟ ସଂଗଠନ ସ୍କଚ୍ ୱିସ୍କି ଆସୋସିଏସନ୍ ଅନୁଯାୟୀ ଭାରତକୁ ଗତବର୍ଷ ବ୍ରିଟେନରୁ ୨୧୯ କୋଟି ସ୍କଚ୍ ହ୍ୱିସ୍କି ବୋତଲ ଆମଦାନୀ କରାଯାଇଥିଲା। ଏହା ପାଖାପାଖି ୭୦୦ ମି.ଲି. ଅଟେ । ଅନ୍ୟପଟେ ଫ୍ରାନ୍ସକୁ ମାତ୍ର ୨୦୫ କୋଟି ବୋତଲ ଆମଦାନୀ କରିଥିଲା। ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି, ଭାରତୀୟମାନେ ବ୍ରିଟେନର ସ୍କଚ୍ ହ୍ୱିସ୍କିକୁ ଅଧିକ ପସନ୍ଦ କରୁଛନ୍ତି ।

Also Read- Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର

Also Read- Women Dance With Pistol: ବିବାହ ଉତ୍ସବରେ ଦନାଦନ ଫୁଟିଲା ଗୁଳି, ପିସ୍ତଲ ଧରି ନାଚିଲେ ମହିଳା

ରିପୋର୍ଟ ମୁତାବିକ, ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏହି କ୍ଷେତ୍ର ଉପରେ ଧ୍ୟାନ ଦେଇଛି । SWA ଅନୁଯାୟୀ, ଭାରତରେ ସ୍କଚ୍ ହ୍ୱିସ୍କି ଏକ ଉଚ୍ଚ ଶୁଳ୍କ ଆକର୍ଷିତ କରିଥାଏ । ଭାରତୀୟ ବଜାରରେ ସ୍କଚ୍ ଅଂଶ ମାତ୍ର ୨ ପ୍ରତିଶତ ଅଟେ। ଏଥି ସହିତ ଭାରତ ଓ ବ୍ରିଟେନ ମଧ୍ୟରେ ହେବାକୁ ଥିବା FTA ଚୁକ୍ତିନାମାକୁ ନେଇ ୧୫୦ ପ୍ରତିଶତ ଭାର ହ୍ରାସ କରାଯାଇପାରେ। ଏଭଳି ପରିସ୍ଥିତିରେ, ସ୍କଚର ଚାହିହାକୁ ଦେଖି ଏହାକୁ ଶସ୍ତା କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ।