Snake Bite: ସାପ କାମୁଡିବା ପରେ ଚିକିତ୍ସାରେ ବିଳମ୍ୱ ହେଉଛି କି? କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha1903182

Snake Bite: ସାପ କାମୁଡିବା ପରେ ଚିକିତ୍ସାରେ ବିଳମ୍ୱ ହେଉଛି କି? କରନ୍ତୁ ଏହି କାମ

Snake Bite: ସାପ କାମୁଡା କାରଣରୁ ପ୍ରତିବର୍ଷ ଅନେକ ଜୀବନ ଅକାରଣରେ ଚାଲିଯାଇଥାଏ  । ଅଧିକାଂଶ ସମୟରେ ସାପ କାମୁଡା ପରେ ଦୂରରେ ଥିବା ହସପିଟାଲକୁ ରୋଗୀକୁ ସ୍ଥାନାନ୍ତର ପାଇଁ ସମୟ ଲାଗିଥାଏ । ପ୍ରାଥମିକ ଚିକିତ୍ସା ସଠିକ ଭାବର ନକରାଯିବାରୁ ରୋଗୀର ମୃତ୍ୟୁ ହୋଇଥାଏ ।

Snake Bite: ସାପ କାମୁଡିବା ପରେ ଚିକିତ୍ସାରେ ବିଳମ୍ୱ ହେଉଛି କି? କରନ୍ତୁ ଏହି କାମ

Snake Bite: ସାପ କାମୁଡିବା ପରେ ଯଥା ଶୀଘ୍ର ଡାକ୍ତରୀ ଚିକିତ୍ସା କରାଯିବା ଆବଶ୍ୟକ । ଆମ ଦେଶରେ ଅନେକ ସ୍ଥାନ ରହିଛି ଯେଉଁଠି ଦୂରରେ ଡାକ୍ତରଖାନା ଥିବା କାରଣରୁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ବିଳମ୍ୱ ହୋଇଯାଏ । ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା କିପରି କରାଯିବା ଆବଶ୍ୟକ ସେ ବିଷୟରେ ଅନେକ ଲୋକଙ୍କର ଧାରଣା ନଥାଏ । ତେଣୁ ସାପ କାମୁଡ଼ିବା ପରେ ପ୍ରଥମେ କଣ କରିବା ଉଚିତ ଏବଂ ଅନୁଚିତ ସେ ବିଷୟରେ ସମସ୍ତେ ଜାଣିବାର ଆବଶ୍ୟକତା ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ସମସ୍ତ ପ୍ରକାରର ସାପ କାମୁଡାର ଚିକିତ୍ସା (Snake bite treatment) କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୫ ନିୟୁତ ଲୋକ ସାପ କାମୁଡ଼ାର ଶିକାର ହୁଅନ୍ତି । ସେଥିମଧ୍ୟରୁ ପ୍ରାୟ ୮୧,୦୦୦ ରୁ ୧,୩୮,୦୦୦ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରାୟ ୪୦୦,୦୦୦ ସ୍ଥାୟୀ ଅକ୍ଷମତା ଏବଂ ବିଚ୍ଛିନ୍ନତା ଭୋଗନ୍ତି । ଡେକାନ୍ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୯ରେ ଭାରତରେ ସାପ କାମୁଡ଼ିବା କାରଣରୁ ପ୍ରାୟ ୫୪,୬୦୦ ମୃତ୍ୟୁ ହୋଇଥିଲା । ଭାରତରେ ବିଶେଷ କରି ଛତିଶଗଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ଥିବା ରେକର୍ଡ ରହିଛି ।

ଆମ ଦେଶରେ ପ୍ରାୟ ୩ଶହରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ସେମଧ୍ୟରୁ ପ୍ରାୟ ୬୦ ଟି ବିଷାକ୍ତ ସାପଙ୍କ ସଂଖ୍ୟା ରହିଥାଏ । ଭାରତରେ ବିଶେଷ କରି ନାଗ, ଚିତି, ବୋଡା ଇତ୍ୟାଦି ସାପ କାମୁଡାରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ଆସିଥାଏ । ଯଦି କାମୁଡିଥିବା ସାପଟି କେଉଁ ସାପ ତାହା ଜଣାପଡିଥାଏ ତେବେ ଡାକ୍ତରଙ୍କ ଚିକିତ୍ସା କରିବା ସହଜ ହୋଇଯାଏ ବୋଲି କୁହାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (world health organization) ଏକ ରିପୋର୍ଟ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସଠିକ୍ ସମୟରେ ଡାକ୍ତରଖାନରେ ପହଞ୍ଚି ଉପଯୁକ୍ତ ଚିକିତ୍ସା ପାଇପାରିବେ ତେବେ ସାପ କାମୁଡ଼ା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ସହଜ ହୋଇଯାଏ ।

ଯଦି ସାପ କାମୁଡ଼ିଲେ କଣ କରିବା?

ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଭୟଭୀତ ନକରି ଆଶ୍ୱାସନା ଦିଅନ୍ତୁ । ଏଥିସହ ସାପ କାମୁଡା ପରେ ତୁରନ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଯିବା ସହିତ ପ୍ରଥମେ କିଛି ପ୍ରାଥମିକ ଚିକିତ୍ସା ପ୍ରତି ଧ୍ୟାନ ଦିଅନ୍ତୁ । ଅନେକ ସମୟରେ ଏପରି ହୋଇଥାଏ ଯେ, କୌଣସି ବିଷାକ୍ତ ସାପ କାମୁଡି ନଥିଲେ ମଧ୍ୟ ସାପ କାମୁଡାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥାଏ । ତେଣୁ ଏହାକୁ ଧ୍ୟାନରେ ରଖିବା ଆବଶ୍ୟକ ଏବଂ ଚିକିତ୍ସା ସହାୟତା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଯଥାସମ୍ଭବ ନିମ୍ନରେ ଦିଆଯାଇଥିବା ପଦକ୍ଷେପ ଗ୍ରହଣ କରନ୍ତୁ ।

୧- ସାପ କାମୁଡିବା ପରେ ଉକ୍ତ ସ୍ଥାନରୁ ଦୂରେଇଯାନ୍ତୁ । ଯଦି ସାପଟି ଶରୀରର କୌଣସି ଅଂଶକୁ କାମୁଡି ଧରିଛି ତେବେ ତାହାକୁ ଶରୀରରୁ ଅଲଗା କରିବା ଏକ ବାଡି ବ୍ୟବହାର କରନ୍ତୁ ।

୨- ଯଦି ସାପ କାମୁଡ଼ିଥିବା ସ୍ଥାନରେ କୌଣସି କପଡା କିମ୍ୱା ଅଳଙ୍କାର ଥାଏ ତେବେ ତାହାକୁ କାଢିଦେବା ଆବଶ୍ୟକ । ଯଦି ଆପଣ ଏହା ନକରନ୍ତି ତେବେ ସମସ୍ୟା ଅଧିକ ଗମ୍ଭୀର ହୋଇପାରେ ।

୩- WHO ଅନୁଯାୟୀ, ଏପରି ଅନେକ ବିଷାକ୍ତ ସାପ ରହିଛନ୍ତି ଯାହା କାମୁଡିବା ପରେ ତୁରନ୍ତ ମୃତ୍ୟୁ ହୁଏନାହିଁ । ଚିକିତ୍ସାରେ ଅବହେଳା ହେବା କାରଣରୁ ଦୀର୍ଘ ସମୟ ପରେ ମୃତ୍ୟୁ ହୋଇଥାଏ । ସାପ କାମୁଡ଼ୁଥିବା ବ୍ୟକ୍ତିଙ୍କୁ ସ୍ଥାନାନ୍ତର ପାଇଁ ଆପଣ ଷ୍ଟ୍ରେଚର୍ ବ୍ୟବହାର କରିପାରିବେ ।

୪- ସୂଚନା ମୁତାବକ, ସାପ କାମୁଡା ରୋଗୀଙ୍କୁ ବାନ୍ତି ହେବାର ସମ୍ଭାବନା ରହିଛି ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

୫- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସାପର ବିଷ ଶରୀରରେ ପ୍ରଭାବ ପକାଇବା ପୂର୍ବରୁ ସାପ ବିଷ କିପରି ସମଗ୍ର ଶରୀରରେ ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏଥିପାଇଁ କ୍ଷତ ସ୍ଥାନରୁ କିଛି ଦୂର ମଧ୍ୟରେ ହାଲୁକା ଫିତା କିମ୍ୱା କପଡାକୁ ଭଲ ଭାବରେ ବାନ୍ଧିନେବା ଉଚିତ । ଯାହା ଦ୍ୱାରା ସେହି ସ୍ଥାନରୁ ସମଗ୍ର ଶରୀରକୁ ରକ୍ତ ସଞ୍ଚାଳନ ହୋଇପାରିବ ନାହିଁ ।

Also Read- History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !

Also Read- ନୂଆ ବର୍ଷରୁ ପୁରୀ ଚିତ୍ର ବଦଳାଇବାକୁ ପ୍ରୟାସ: ପ୍ରକଳ୍ପ ସରିଲେ ଲୋକଙ୍କୁ ମିଳିବ ଏହିସବୁ ସୁବିଧା