ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ
Advertisement
Article Detail0/zeeodisha/odisha2117043

ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ

Jagad Guru Rambhadracharya: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ଦିଲ୍ଲୀ AIIMSରେ ସଫଳ ହୋଇଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଜଗଦଗୁରୁଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି ।

ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ

Jagad Guru Rambhadracharya: ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ ଅପଡେଟ୍ ଆସିଛି। ଦିଲ୍ଲୀ AIIMS ରେ ସଫଳ ଭାବେ ଜଗଦଗୁରୁଙ୍କ ହାର୍ଟ ଭଲଭ୍ ସ୍ଥାନିତ ହୋଇଛି । AIIMS ଡାକ୍ତରମାନେ ଅସ୍ତ୍ରୋପଚାର କରି ତାଙ୍କ ଭଲଭ୍କୁ ବଦଳାଇ ଦେଇଛନ୍ତି । ଅସ୍ତ୍ରୋପଚାର ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ହୃଦରୋଗ ବିଭାଗର ଡାକ୍ତର ଅମ୍ବୁଜ ରାୟ ଏବଂ କାର୍ଡିଓଥୋରାସିକ୍ ସର୍ଜରୀର ଡାକ୍ତର ଶିବ ଚୌଧୁରୀଙ୍କ ନେତୃତ୍ୱରେ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଥିବା ଜଣାପଡିଛି । ଆଉ କିଛି ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି ।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ହାଥରସରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତୁଳସୀ ପୀଠର ପ୍ରତିଷ୍ଠାତା ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ରାମଭଦ୍ରାଚାର୍ଯ୍ୟ ସେହି ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଶିଷ୍ୟମାନେ ତାଙ୍କୁ ତୁରନ୍ତ ଆଗ୍ରା ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ମହାରାଜଙ୍କୁ ଆଗ୍ରାରୁ ଦେହରାଡୁନ୍ ସ୍ଥାନାନ୍ତରଣ କରାଯାଇଥିଲା । ପରେ ଅପରେସନ ପାଇଁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମମସରେ ତାଙ୍କର ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ହାର୍ଟ ଭଲଭ୍ ଅସ୍ତ୍ରୋପଚାର ହୋଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ପଦ୍ମଭୂଷଣ ସମ୍ମାନର ଅଧିକାରୀ ।

Also Read- Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ

Also Read- ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତକର ମୃତଦେହ ଉଦ୍ଧାର