ଜୀବନ ନେଇଥାଏ ରକ୍ତ ପୋଖରୀ! ଏଠି ପାଣି ଛୁଇଁବା ବି ମନା
Advertisement
Article Detail0/zeeodisha/odisha1226630

ଜୀବନ ନେଇଥାଏ ରକ୍ତ ପୋଖରୀ! ଏଠି ପାଣି ଛୁଇଁବା ବି ମନା

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାକୁ ଯିବା ବିପଦପୂର୍ଣ୍ଣ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ସାହସିକ କାର୍ଯ୍ୟ ପାଇଁ ସେଠାକୁ ଯାଆନ୍ତି। ବ୍ଲଡ ପୋଣ୍ଡ ଜିଗୋକୁ ଜାପାନର ସର୍ବ ପୁରାତନ ପ୍ରାକୃତିକ ନର୍କ ଭାବେ ଜଣାଶୁଣା।

ସୌ- ସୋସିଆଲ ମିଡିଆ

ଦୁନିଆରେ ପ୍ରକୃତିର ଦୃଶ୍ୟ ଯେତିକି ସୁନ୍ଦର ସେତିକି ବିପଦଜନକ ମଧ୍ୟ। ପୃଥିବୀରେ ଅନେକ ସୌନ୍ଦର୍ଯ୍ୟପୂ୍ର୍ଣ୍ଣ ସ୍ଥାନ ବିପଦଜନକ ହେଲେ ମଧ୍ୟ ବିଶ୍ୱର ଅନେକ ଦେଶର ଲୋକେ ସେହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଭୟ କରନ୍ତି ନାହିଁ। ଏସିଆର ଅନ୍ୟ ଦେଶ ଗୁଡିକ ପରି ଜାପାନରେ ମଧ୍ୟ ଅନେକ ଦର୍ଶନୀୟ ସ୍ଥାନ ଅଛି। ସେଥିମଧ୍ୟରୁ ବ୍ଲଡ ପୋଣ୍ଡ ଜିଗୋକୁ ଅନ୍ୟତମ। କିନ୍ତୁ ଏହି ପୋଖରୀକୁ ଲୋକେ ଜାପାନର ପ୍ରାକୃତିକ ନର୍କ ବୋଲି ମଧ୍ୟ କୁହନ୍ତି।

ଜାପାନ (Japan) ରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନର ଦୃଶ୍ୟ ସ୍ୱର୍ଗଠାରୁ କିଛି କମ ନୁହେଁ। କିନ୍ତୁ ପର୍ଯ୍ୟଟକମାନେ (Tourist) ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ ନିଜ ଜୀବନପ୍ରତି ବିପଦକୁ ମଧ୍ୟ ଭୟ କରନ୍ତି ନାହିଁ। ନୂତନ ସ୍ଥାନର ସନ୍ଧାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ (Nature) କୁ ଦେଖିବା ପାଇଁ କିଛି ଲୋକ କିଛି ବି କରିପାରନ୍ତି, ସେହି ଖତରନାକ୍ ସ୍ଥାନରେ ମଧ୍ୟ ପହଞ୍ଚି ଯାଆନ୍ତି। ଜାପାନରେ ଏକ ପ୍ରସିଦ୍ଧ ପ୍ରାକୃତିକ ଓ ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି।

Also Read: ଗ୍ରାମରେ ନାହିଁ ଜୋତା ଚପଲ ପିନ୍ଧିବାର ଅନୁମତି; ଖରାରେ ଖାଲି ପାଦରେ ଚାଲନ୍ତି ଲୋକ

ଚିନୋଇକ୍ ଜିଗୋକୁ “ବ୍ଲଡ୍ ପୋଖରୀ ନର୍କ” ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜର ବେପୁର ଗରମ ବସନ୍ତ ସହରରେ ଅବସ୍ଥିତ। ଏହା ଏକ ଲାଲ ରଙ୍ଗର ଅମ୍ଳୀୟ ଜିଓଟର୍ମାଲ୍ ପୋଖରୀ। ଜାପାନର ଏହି ସ୍ଥାନଟି ବ୍ଲଡ ପୋଣ୍ଡ ବା ରକ୍ତ ପୋଖରୀ ନାମରେ ପରିଚିତ। କିନ୍ତୁ ଏହି ରକ୍ତ ପୋଖରୀ ଗୋଟିଏ ପର୍ଯ୍ୟଟନସ୍ଥଳ ଅଟେ। ସବୁଦିନ ଏହି ବ୍ଲଡ ପୋଣ୍ଡ (Blood Pond) ବା ରକ୍ତ ପୋଖରୀକୁ ଦେଖିବା ପ୍ରାଇଁ ପ୍ରତିଦିନ ବିଶ୍ୱର କୋଣ ଅନୁକୋଣର ହଜାର ହଜାର ଲୋକ ସେଠାରେ ପହଞ୍ଚି ଥାନ୍ତି। କିନ୍ତୁ ସେହି ପୋଖରୀ ପାଖକୁ ଯିବାପାଇଁ ଲୋକଙ୍କୁ ବାରଣ କରାଯାଇଛି।କାରଣ ଏହି ରକ୍ତ ପୋଖରୀର ତାପମାତ୍ରା ୧୯୪ ଡିଗ୍ରୀ ଫାରେନ୍ହାଇଟ୍ ଅଟେ।

fallback

ରକ୍ତ ପୋଖରୀର ପାଣି ରକ୍ତ ପରି ଲାଲ ଅଟେ। ସେଥିପାଇଁ ଏହାକୁ ରକ୍ତ ପୋଖରୀ ବୋଲି କୁହାଯଆଏ। ଏହି ପୋଖରୀ ପାଣିରେ ଲୌହ ଏବଂ ଲବଣର ମାତ୍ରା ଅଧିକ ହେତୁ ଏହି ପାଣି ଲାଲ୍ ବର୍ଣ୍ଣର ଦେଖାଯାଏ। ଏହା ସହ ଏହି ପୋଖରୀର ପାଣି ଅତ୍ୟଧିକ ଗରମ ହେତୁ, ଅହ ରହ ଏଥିରୁ ବଷ୍ଫ ନିର୍ଗତ ହେଉଥାଏ। ଦେଖିବାକୁ ଏହା ଏକ ନର୍କ ଦ୍ୱାର ପରି। ମଣିଷ ଦ୍ୱାରା ନିର୍ମିତ ନିୟମକୁ ଆମେ  ଭାଙ୍ଗି ପାରିବା କିନ୍ତୁ ପ୍ରକୃତିର ନିୟମ ନୁହେଁ। ଏହି ପୋଖରୀ ନିକଟକୁ ଯିବା ଉପରେ ନିଷେଧାଦେଶ ପରେ ମଧ୍ୟ ଲୋକମାନେ ଏହି ପ୍ରକୃତିର ଦୃଶ୍ୟ ଦେଖିବାକୁ ଆସନ୍ତି।