Gold Rate: ଶସ୍ତା ହେଲା ସୁନା ଓ ରୂପା ଦର, ଶୀଘ୍ର କିଣି ନିଅନ୍ତୁ ଆପଣଙ୍କ ମନ ପସନ୍ଦର ଅଳଙ୍କାର
Advertisement
Article Detail0/zeeodisha/odisha1738724

Gold Rate: ଶସ୍ତା ହେଲା ସୁନା ଓ ରୂପା ଦର, ଶୀଘ୍ର କିଣି ନିଅନ୍ତୁ ଆପଣଙ୍କ ମନ ପସନ୍ଦର ଅଳଙ୍କାର

ଯଦି ଆପଣ ମଧ୍ୟ ସୁନା କିମ୍ୱା ରୂପା ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଆମେ ଆଣିଛୁ ଏକ ବଡ଼ ଖୁସି ଖବର (Good news) । ସୁନା ଓ ରୂପା ଦର ବୁଧବାର ପୁଣି ଥରେ ହ୍ରାସ ପାଇଛି । ଏହି କାରଣରୁ, ସୁନା ଓ ରୂପା କ୍ରେତାମାନେ ବେଶ୍ ଖୁସି ଅଛନ୍ତି । ଚଳିତ ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଅର୍ଥାତ୍ ବୁଧବାର ସୁନା (Gold Price) ୧୦ ଗ୍ରାମ

Gold Rate: ଶସ୍ତା ହେଲା ସୁନା ଓ ରୂପା ଦର, ଶୀଘ୍ର କିଣି ନିଅନ୍ତୁ ଆପଣଙ୍କ ମନ ପସନ୍ଦର ଅଳଙ୍କାର

Gold Rate: ଯଦି ଆପଣ ମଧ୍ୟ ସୁନା କିମ୍ୱା ରୂପା ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଆମେ ଆଣିଛୁ ଏକ ବଡ଼ ଖୁସି ଖବର (Good news) । ସୁନା ଓ ରୂପା ଦର ବୁଧବାର ପୁଣି ଥରେ ହ୍ରାସ ପାଇଛି । ଏହି କାରଣରୁ, ସୁନା ଓ ରୂପା କ୍ରେତାମାନେ ବେଶ୍ ଖୁସି ଅଛନ୍ତି । ଚଳିତ ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଅର୍ଥାତ୍ ବୁଧବାର ସୁନା (Gold Price) ୧୦ ଗ୍ରାମ ପିଛା ୫୯୧ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୫୯,୨୬୪ ଟଙ୍କାରେ ରହିଛି। ଏହାପୂର୍ବ ସପ୍ତାହ ମଙ୍ଗଳବାର (Tuesday) ଦିନ, ୧୦ ଗ୍ରାମ ପିଛା ୬୫ ଟଙ୍କା ସୁନା ମହଙ୍ଗା ହୋଇ ୫୯,୮୫୬ ଟଙ୍କାରେ ପହଞ୍ଚିଥିଲା । ବୁଧବାର (wednesday) ଦିନ ସୁନା ସହିତ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ବୁଧବାର ଦିନ ରୂପା (silver) ୧୦୬୪ ଟଙ୍କା ଶସ୍ତା ହୋଇ କିଲୋ ଗ୍ରାମ ପିଛା ୭୨,୧୦୫ ଟଙ୍କାରେ ବନ୍ଦ ହୋଇଥିଲା। ଏହାପୂର୍ବ ସପ୍ତାହ ମଙ୍ଗଳବାର ଦିନ ରୂପା ୨୬୩ ଟଙ୍କା ବଢ଼ି କିଲୋ ଗ୍ରାମ ପିଛା ୭୩୧୬୯ ଟଙ୍କା ହୋଇଥଲା ।

୧୪- ୨୪ କ୍ୟାରେଟ୍ ସୁନା ଦର 

ଏହା ପରେ, ବୁଧବାର ଦିନ, ୨୪ କ୍ୟାରେଟ୍ (24 carat gold price) ସୁନା ୫୯,୨୬୪, ୨୩-କ୍ୟାରେଟ୍ ୫୯,୦୨୭, ୨୨-କ୍ୟାରେଟ୍ (22 carat gold price) ୫୪,୨୮୬, ୧୮-କ୍ୟାରେଟ୍ ୪୪,୪୪୮ ଓ ୧୪-କ୍ୟାରେଟ୍ ୩୪,୬୬୯ରେ ରହିଛି।  MCX ଏବଂ ଆନ୍ତର୍ଜାତୀୟ ବଜାରର ସୁନା ଓ ରୂପା ହାର ଟିକସମୁକ୍ତ, ତେଣୁ ଦେଶର ବଜାର ହାର ମଧ୍ୟରେ ପାର୍ଥକ୍ୟ ରହିଥାଏ। 

Also read- ଘୂର୍ଣ୍ଣିବଳୟ 'ବିପର୍ଯ୍ୟୟ' ର ଅବତରଣ ପୂର୍ବରୁ ପ୍ରବଳ ବର୍ଷା, ୭୪ ହଜାର ଳୋକଙ୍କୁ ସ୍ଥାନାନ୍ତର, NDRF ପ୍ରସ୍ତୁତ

ସୁନା ୨୩୮୨ ଟଙ୍କା ଓ ରୂପା ୭୮୦୦ ଟଙ୍କା ଶସ୍ତା ହୋଇଛି 

ମୋଟ ଦେଖିଵାକୁ ଗଲେ ସୁନା ମାସକ ମଧ୍ୟରେ ୧୦ ଗ୍ରାମ ପିଛା ୨୩୮୨ ଟଙ୍କା ଶସ୍ତା ହୋଇଛି। ୪ ମେ ୨୦୨୩ ରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା ।  ଏହି ଦିନ ସୁନା ୧୦ ଗ୍ରାମ ପିଛା ୬୧,୬୬୪ ଟଙ୍କା ଉଚ୍ଚକୁ ଯାଇଥିଲା । ଏଥି ସହିତ ରୂପା ସର୍ବୋଚ୍ଚ ସ୍ତର ତୁଳନାରେ କିଲୋଗ୍ରାମ ପିଛା ୬୮୭୫ ଟଙ୍କା ମୂଲ୍ୟରେ ଶସ୍ତା ହୋଇଛି । ସର୍ବକାଳୀନ ଉଚ୍ଚ ସ୍ତରରେ ରୂପା କିଲୋଗ୍ରାମ ପିଛା ଥିଲା ୭୯୯୮୦ ଟଙ୍କା ।

ମିସ କଲ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ନମ୍ୱରରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ସୁନା ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।

ଏଭଳି ଭାବେ ଜାଣନ୍ତୁ ସୁନାର ସୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର (Govt) ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ (App) ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

Also read- ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ