Odisha Daily News Live: ହୁଥି ବିଦ୍ରୋହୀଙ୍କ ପରେ ଆମେରିକାର ପାଲଟା ଆକ୍ରମଣ ଜାରି; ରାଷ୍ଟ୍ରପତି କଲେ ବଡ଼ ଘୋଷଣା

ଜୀ ଓଡ଼ିଶା ଡେସ୍କ Sun, 21 Jan 2024-10:52 pm,

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

नवीनतम अद्यतन

  • ରାଜ୍ୟପାଳଙ୍କ ଗାଡି ଅଟକାଇ ଲକ୍ଷେ ଟଙ୍କା ପାଇଲେ ମହିଳା

    ଯାଜପୁର: ଆଜି ରାଜ୍ୟପାଳ ରଘୁବର ଦାସ ବିରଜାକ୍ଷେତ୍ର ଗସ୍ତ କରି ମାଆ ବିରଜାଙ୍କ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢ଼ନ୍ତୁ...

  • Weather Forecast Today: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ପ୍ରବଳ ଥଣ୍ଡା ଅନୁଭୂବ ହେବା ସହ ଘନ କୁହୁଡ଼ି ହେଉଛି। ଜାନୁଆରୀ ୨୧ ତାରିଖ ରବିବାର ସକାଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ କୁହୁଡି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକେ ବେଶ ଚିନ୍ତିତ ହୋଇଉଠିଛନ୍ତି। ବେଶ କିଛି ଦିନ ଧରି ଜାରି ରହିଥିବା ଶୀତ ଲହରୀରୁ କେବେ ମିଳିବ ମୁକ୍ତି ସେ ବିଷୟରେ ଚିନ୍ତା କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଏବେ ଶୀତ ଲହରୀ ହ୍ରାସ ପାଇବା ଭଳି କୌଣସି ସମ୍ଭାବନା ନାହିଁ। 
    ପଢନ୍ତୁ ପୁରା ଖବର

  • ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ତରଫରୁ 'ଇଣ୍ଡଷ୍ଟ୍ରି ପାର୍ଟନର୍ସ ମିଟ୍'

    ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହେଲା ଇଣ୍ଡଷ୍ଟ୍ରି ପାର୍ଟନର୍ସ ମିଟ୍ । ଅଧିକ ପଢ଼ନ୍ତୁ...

  • Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 
    ପଢନ୍ତୁ ପୁରା ଖବର

  • ଫୁଲନଖରାରେ IMS ଏବଂ SUM HOSPITALର ନୂତନ କ୍ୟାମ୍ପସ୍

    ବର୍ତ୍ତମାନ ନୂଆ କ୍ୟାମ୍ପସରେ ୭୫୦ ବେଡ୍ ସୁବିଧା ରହିଛି । ଟ୍ୱିନ୍ ସିଟିରେ ସ୍ୱାସ୍ଥ୍ୟ ସେବା ପାଇଁ ଏହା ଏକ ବଡ ବୁଷ୍ଟ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ...

  • ନବରଙ୍ଗପୁରରେ ପୁଣି ବଜ୍ରକାପ୍ତା ରାକେଟ୍... ୧୫ ଲକ୍ଷରେ ବିକ୍ରି ବେଳେ ଧରିଲା ବନ ବିଭାଗ

    ବଜ୍ରକାପ୍ତା ଚୋରାଚାଲାଣ ସମୟରେ ବନବିଭାଗ ହାତରେ ଧରାପଡିଲା ଅଭିଯୁକ୍ତ । ନନ୍ଦାହାଣ୍ଡି ବି ମାଲିଗୁଡାରେ ବଜ୍ରକାପ୍ତା ଚୋରାଚାଲାଣକାରୀକୁ ରେଡ୍ ହ୍ୟାଣ୍ଡ୍ ଧରିବାରେ ସଫଳ ହୋଇଛନ୍ତି ବନ ବିଭାଗ କର୍ମଚାରୀ । ଅଧିକ ପଢ଼ନ୍ତୁ...

  • US Strike on Houthi Rebels: କିଛି ଦିନ ପୂର୍ବେ ଆଡେନ ଉପସାଗରରେ ଦେଶର ନୌସେନା ଜାହାଜ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ଏହି ଆକ୍ରମଣ ୟମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିଲା। ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ପାଲଟା ଜବାବ ଦିଆଯାଇଥିବା ନେଇ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ପୂର୍ବରୁ ଗତ ୧୯ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବାହିନୀ ଲାଲ ସାଗରରେ ଦେଶର ବାଣିଜ୍ୟକ ସ୍ୱାର୍ଥରେ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବରଦସ୍ତ ଆକ୍ରମଣ କରିଥିଲେ।  ଆମେରିକୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହୁଥି ବିଦ୍ରୋହୀ। ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢୁଥିବା ହମାସ ଗୋଷ୍ଠୀକୁ ସମର୍ଥନ କରିବାକୁ ଯାଇ ଭବିଷ୍ୟତରେ ଆହୁରି ଅଧିକ ଆକ୍ରମଣ କରିବାକୁ ଧମକ ଦେଇଥିଲେ ହୁଥି ବିଦ୍ରୋହୀ। ଏହି ଧମକର ଜବାବ ଏବେ ଆମେରିକା ନିଜର ସମ୍ପୂର୍ଣ୍ଣ କ୍ଷମତାରେ ଦେବା ଆରମ୍ଭ କରିଛି ଆମେରିକା। 
    ପଢନ୍ତୁ ପୁରା ଖବର

  • Grah Gochar 2024: ଫେବୃଆରୀରେ ବଦଳିବ ୫ ଟି ଗ୍ରହର ଗତିବିଧି, ବଦଳିବ ଏହି ରାଶିର ଭାଗ୍ୟ

    ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଗ୍ରହମାନେ ରାଶି ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି ସେତେବେଳେ ତାହାର ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ଜୀବଜଗତ ଉପରେ ପଡିଥାଏ । ଅଧିକ ପଢ଼ନ୍ତୁ...

  • PCOD ଏବଂ PCOS ମଧ୍ୟରେ ପାର୍ଥକ୍ୟ କ’ଣ? କିପରି ଜାଣିବେ ଲକ୍ଷଣ...?

    ଅନେକ ମହିଳା PCOD ଏବଂ PCOS ବିଷୟରେ ଅବଗତ ନାହାନ୍ତି । ଯେଉଁମାନେ ଏ ବିଷୟରେ ଜାଣନ୍ତି ସେମାନେ ଉଭୟ ମଧ୍ୟ ଥିବା ପାର୍ଥକ୍ୟକୁ ସଠିକ ଭାବରେ ବୁଝିବାକୁ ସକ୍ଷମ ନୁହଁନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, PCOD ଏବଂ PCOS କ’ଣ ଏବଂ ଏହାର ଲକ୍ଷଣଗୁଡ଼ିକ କ’ଣ? ଅଧିକ ପଢ଼ନ୍ତୁ...

  • Ayodhya Ram Mandir Pran Pratishtha Live Telecast: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମଗ୍ର ଦେଶରେ କରିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କରିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ବିରୋଧରେ ବର୍ଷିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁ ସରକାର ଜାନୁୟାରୀ ୨୨ ତାରିଖରେ ଆୟୋଜିତ ହେଉଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
    ପଢନ୍ତୁ ପୁରା ଖବର

  • ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ସ୍ଥାନରେ ଗରୁଡ ଏବଂ ଜଟାୟୁଙ୍କ ଭିଡ

    ରାମାୟଣରେ ଆପଣମାନେ ପଢିଥିବେ ଯେ, ପ୍ରଭୁ ଶ୍ରୀରାମ ଯେତେବେଳେ ନାଗଫାସରେ ପଡିଥିଲେ ସେତେବେଳେ ଗରୁଡ ପକ୍ଷୀ ପ୍ରଭୁ ଶ୍ରୀରାମଙ୍କୁ ନାଗଫାସରୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ରାଜସ୍ଥାନର ଏକ ଅଞ୍ଚଳରେ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

  •  

    Security Arrangements for Pran Pratishtha Ceremony Ayodhya: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ଲାଗି ଅଯୋଧ୍ୟା ସହରରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଏହା ମଧ୍ୟରେ ସାଇବର ଆଟାକ୍ ଆଲର୍ଟ ଜାରି କରାଯାଇଛି। ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ବେଳେ ସାଇବର ଆକ୍ରମଣ ହେବା ନେଇ ଭୟ ରହିଛି। ଏପରି ଏକ ସମ୍ବେଦନଶୀଳ ତଥ୍ୟ ମିଳିବା ପରେ ଉତ୍ତର ପ୍ରଦେଶ ସରକାର ସତର୍କ ହୋଇଉଠିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସରକାରୀ ୱେବସାଇଟ୍ ଏବଂ ୱେବ୍ ପୋର୍ଟାଲ ସାଇବର ସୁରକ୍ଷା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
    ପଢନ୍ତୁ ପୁରା ଖବର

  • DGCA Response on Afghanistan Plane Crash: ଜାନୁଆରୀ ୨୦ ତାରିଖ ଶନିବାର ରାତିରେ ଆଫଗାନିସ୍ତାନ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନେଇ କୁହାଯାଇଛି ଯେ ଆଫଗାନିସ୍ତାନ ଠାରେ ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଭାରତୀୟ ନୁହେଁ। ଏକଥା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏହି ବିମାନ ଆଫଗାନିସ୍ତାନର ବାଦାଖଶାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନ ଋଷିଆ ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା। 
    ପଢନ୍ତୁ ପୁରା ଖବର

  • Top 10 News Headlines:

    ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

  • ୨୦ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ

    ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ୨୦ ଜଣ ପୋଲିସ କର୍ମୀଙ୍କୁ ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ମିଳିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳ ୨୦ ଜଣ ପୋଲିସଙ୍କୁ ସମ୍ମାନୀତ କରିବେ । ଅଧିକ ପଢ଼ନ୍ତୁ...

  • ଆଫଗାନିସ୍ତାନ ସୀମାରେ ବିମାନ ଦୁର୍ଘଟଣା
    ବିମାନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମସ୍କୋ ଯାଉଥିବା ଏକ ବିମାନ ଆଫଗାନିସ୍ତାନର ଉଚ୍ଚା ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ପ୍ରାଥମିକ ସୂଚନାରୁ କୁହାଯାଇଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ ଭରିଥିଲା। ପଢନ୍ତୁ ପୂରା ରିପୋର୍ଟ...

  • ସାଧାରଣତନ୍ତ୍ର ଦିବସ ପାଇଁ କିଏ କେଉଁଠି ହେବେ ଅତିଥି
    ଆସନ୍ତା ଶୁକ୍ରବାର ଦିନ ଦେଶ ପାଳିବାକୁ ଯାଉଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜ୍ୟ ତଥା ସମଗ୍ର ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ କିଏ ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୧୩ଟି ଜିଲ୍ଲାରେ ଜିଲ୍ଲାପାଳ ପତକା ଉତ୍ତୋଳନ କରିବେ ପଢନ୍ତୁ ପୂରା ରିପୋର୍ଟ...

  • ସେଲର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କଲା ଇସ୍ପାତ ମନ୍ତ୍ରଣାଳୟ
    କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ ବାଣିଜ୍ୟିକ ବିଭାଗର ନିର୍ଦ୍ଦେଶକ ଭିଏସ ଚକ୍ରବର୍ତ୍ତୀ ଏବଂ ଅର୍ଥ ବିଭାଗ ନିର୍ଦ୍ଦେଶକ ଏକେ ତୁଲସିଆନିଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି। ଏଥି ସହିତ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ସେଲର ଅନ୍ୟ ୨୬ ଅଧିକାରୀଙ୍କୁ ମଧ୍ୟ ତତ୍କାଳ ନିଲମ୍ବନ କରାଯାଇଥିବା ସୂଚନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

  • ଷଷ୍ଠ ଦିନରେ ପହଞ୍ଚିଲା ଧନୁଯାତ୍ରା
    ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣରେ ବାହାରିଥିଲେ। ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତଙ୍କ ସହିତ। ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର। ପଢନ୍ତୁ ପୂରା ରିପୋର୍ଟ...

  • ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର
    ଜାନୁଆରୀ ୨୧ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

  • ସକାଳର କିଛି ତାଜା ଖବର ସହ ଆରମ୍ଭ କରନ୍ତୁ ଆପଣଙ୍କର ଦିନ
    ଭାରତ ମ୍ୟାଁମାର ମଧ୍ୟରେ ମୁକ୍ତ ଯାତାୟାତ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ। ସମ୍ପୂର୍ଣ୍ଣ ମ୍ୟାଁମାର ସୀମାରେ ବାଡ଼ ଘେରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।   ଏହି ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦକୁ ପ୍ରତିହତ କରିବା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

  • ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
    କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର। କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି। କେବଳ ନିର୍ଦ୍ଦେଶକ ସୁଧାକର ବସନ୍ତ ନୁହଁନ୍ତି କାର୍ ଚଲାଉଥିବା ତାଙ୍କ ଡ୍ରାଇଭଲ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

  • ରାମମନ୍ଦିର ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ AIIMS
    ଜାନୁଆରୀ ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ପାଇଁ ଅଧାଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଦିନ ଅର୍ଥାତ ଆସନ୍ତାକାଲି ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏ ବାବଦରେ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଦିଲ୍ଲୀ AIIMS ଏକ ନିର୍ଦ୍ଦେଶ ଜାରି କରିଛି ଯେ ୨୨ ଜାନୁଆରୀ ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ OPDରେ ସୁବିଧା ଉପଲବ୍ଧ ହେବ ନାହିଁ। ଏହି ସମୟ ମଧ୍ୟରେ ଆପଣ ପରୀକ୍ଷା ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେବେ। ତଥାପି ସମସ୍ତ ପ୍ରକାର ଜରୁରୀକାଳୀନ ସେବା ଜାରି ରହିବ। ପଢନ୍ତୁ ପୂରା ରିପୋର୍ଟ...

  • ନୂଆ ବୋହୁ ପରି ଝଲସୁଛି ଅଯୋଧ୍ୟା ନଗରୀ
    ରାତି ପାହିଲେ ରାମଲାଲାଙ୍କ ଭବ୍ୟ ସ୍ବାଗତ ପାଇଁ ଉତ୍ସବ ମୂଖର ହୋଇ ପଡ଼ିଛି ପୂରା ଦେଶ। ନୂଆ ବୋହୁ ପରି ଝଲସୁଛି ଅଯୋଧ୍ୟା ନଗରୀ। ପ୍ରଭୂ ଶ୍ରୀରାମଙ୍କର ସ୍ୱାଗତ ଆବାଲ୍ୟ ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତେ ବିଭୋର। ଭଗବାନ ରାମଲାଲାଙ୍କ ଭବ୍ୟ ମନ୍ଦିର ଏବେ ରଙ୍ଗବେରଙ୍ଗ ଫୁଲ ଓ ଆଲୋକ ମାଳାରେ ସଜେଇ ହୋଇଛି। ସୂଚନା ଅନୁସାରେ,ରାମଲଲ୍ଲା(Ram Lalla)ଙ୍କ ୫ ବର୍ଷର ଶିଶୁରୂପ ମୂର୍ତ୍ତି ଗର୍ଭଗୃହରେ ପହଞ୍ଚି ସାରିଛି। ଏହି ମୂର୍ତ୍ତିକୁ ମହୀଶୂରର ଖ୍ୟାତନାମା ମୂର୍ତ୍ତିକାର ଅରୁଣ ଯୋଗୀରାଜ (Arun Yogiraj) ନିର୍ମାଣ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

  • ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ
    ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 05.35 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଭିଡ଼ିଓ...

  • ୭ ଘଣ୍ଟା ଘାଣ୍ଟିଲା ଇଡ଼ି
    ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚି ଇଡି ପହଞ୍ଚି ଜେରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଇଡି ଟିମ୍ ସିଏମ୍ ହେମନ୍ତ ସୋରେନଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିଥିଲେ।  ରାତି ୮ଟା ପରେ ଇଡି ଟିମ୍ ତିନିଟି ଗାଡିରେ ସିଏମ୍ ବାସଭବନ ଛାଡିଥିଲେ। ପଢନ୍ତୁ ପୂରା ରିପୋର୍ଟ...

  • ପରିଶ୍ରା ରୋକିବା ଶରୀର ପାଇଁ କେତେ କ୍ଷତିକାରକ
    ଅନେକ ସମୟରେ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆମେ ଦୀର୍ଘ ସମୟ ଧରି ପରିସ୍ରାକୁ ରୋକି ରଖିଥାଉ। କେବଳ ସେତିକି ନୁହେଁ ବାହାକୁ ଯାତ୍ରା କରିବା ସମୟରେ ମଧ୍ୟ ସର୍ବସମ୍ମୁଖ ପରିଶ୍ରା କଲେ କାଳେ କିଏ ଖରାପ ଭାବିବ, ଏକଥା ଭାବି ମଧ୍ୟ ପରିସ୍ରାକୁ ଅଟକାଇଦେଇଥାଉ। କିନ୍ତୁ ଏପରି ବାର୍ ବାର୍ କରିବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟକୁ କିପରି ଧିରେ ଧିରେ କରିବାକୁ ଲାଗିଥାଏ ତାହା ଆପଣ ଜାଣିଛନ୍ତି କି? ପଢନ୍ତୁ ପୂରା ରିପୋର୍ଟ...

  • ରାମମନ୍ଦିର ଉଦଘାଟନ ଦିନ ଛୁଟି ଘୋଷଣା ପ୍ରସଙ୍ଗ
    ଆସନ୍ତା ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଅଯୋଧ୍ୟାରେ ରାମ ଜନ୍ମଭୂମୀରେ ମନ୍ଦିର ପ୍ରତିଷ୍ଠା ହେବ। ଏହି ସହିତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ମନ୍ଦିର ପ୍ରତିଷ୍ଠା ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର ମଧ୍ୟ ଅଧା ଛୁଟି ଘୋଷଣା କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

  • Weather Report: ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି
    ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ଜାରି ରହିଛି। ଆଜି ସକାଳେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା କୁହୁଡି ଦେଖିବାକୁ ମିଳିଛି। ଏବେ ଶୀତ ବଢ଼ାଇଛି ଲୋକମାନଙ୍କ ଚିନ୍ତା ଏବଂ ଏପରି ପାଗ ଆଉ କେତେ ଦିନ ଚାଲିବ ବୋଲି ଚିନ୍ତାରେ ପଡ଼ିଛନ୍ତି ସମସ୍ତେ। ପଢନ୍ତୁ ପୂରା ରିପୋର୍ଟ...

  • ରାହୁଙ୍କ ଚଳନ ବଦଳାଇବ ଏହି ୩ ରାଶିର ଭାଗ୍ୟ
    ସମସ୍ତ ଗ୍ରହମାନଙ୍କ ମଧ୍ୟରେ ରାହୁ ଏକ ଅସ୍ପଷ୍ଟ ଏବଂ ପାପପୂର୍ଣ୍ଣ ଗ୍ରହ ଭାବରେ ଜଣାଶୁଣା। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ଗ୍ରହ ସର୍ବଦା ଓଲଟା ଦିଗରେ ଗତି କରିଥାଏ। ତେବେ ଆସନ୍ତୁ ଜାଣିବା ଯେ ବର୍ତ୍ତମାନ ରାହୁ ମୀନ ରାଶିରେ ପ୍ରବେଶ କରିବା ପରେ ଏହାର ପ୍ରଭାବ ଅନ୍ୟ ରାଶିର ଲୋକମାନଙ୍କ ଉପରେ କିପରି ରହିବ। ପଢନ୍ତୁ ପୂରା ରିପୋର୍ଟ...

  • ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ...
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link