Loksabha: ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଲା ଲୋକସଭା
Advertisement
Article Detail0/zeeodisha/odisha2308070

Loksabha: ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଲା ଲୋକସଭା

Odisha MPs Oath: ପରିବେଶ ଏକପ୍ରକାର ଭକ୍ତପୂର୍ଣ୍ଣ ହୋଇଥିଲା। ପୁଣି ଆଜିର ଦିନ ଶେଷ ବେଳକୁ ପଶ୍ଚିମବଙ୍ଗର ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ‘ଜୟ ଜଗନ୍ନାଥ’ ଧ୍ୱନୀ ଉଚ୍ଚାରଣ କରି ଗୃହକୁ ପ୍ରକମ୍ପିତ କରିଥିଲେ। ଓଡ଼ିଶାରୁ ନବ ନିର୍ବାଚିତ ସାଂସଦଙ୍କ ଭିତରୁ ଆଜି ୧୮ ଜଣ ସାଂସଦ ପଦ ଓ ଗୋପନୀୟତାର ଶପଥ ତଥା ପ୍ରତିଜ୍ଞା ଗ୍ରହଣ କରିଥିଲେ। 

Loksabha

ଭୁବନେଶ୍ୱର: ଆଜି ଲୋକସଭାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଆ ଓ ବଙ୍ଗଳା ସାଂସଦମାନେ ଶପଥଗ୍ରହଣ କରି ଶ୍ରୀ ଜଗନ୍ନାଥଙ୍କୁ ସୁମରଣା କରିଥିଲେ। ସେମାନଙ୍କ  କଣ୍ଠରୁ ‘ଜୟ ଜଗନ୍ନାଥ’ ଧ୍ୱନୀ ସାରା ଗୃହକୁ ପ୍ରକମ୍ପିତ ହୋଇଥିଲା। ପୁରୀ ସାଂସଦ ସମ୍ବିତ ପାତ୍ର କାନ୍ଧରେ ଗୀତଗୋବିନ୍ଦ ପାଟ ପକାଇ ଆସିଥିଲେ। ଖାଲିପାଦରେ ପୋଡିୟମ୍‍କୁ ଉଠି ସେ ଶପଥପାଠ କରିଥିଲେ। 

ପରିବେଶ ଏକପ୍ରକାର ଭକ୍ତପୂର୍ଣ୍ଣ ହୋଇଥିଲା। ପୁଣି ଆଜିର ଦିନ ଶେଷ ବେଳକୁ ପଶ୍ଚିମବଙ୍ଗର ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ‘ଜୟ ଜଗନ୍ନାଥ’ ଧ୍ୱନୀ ଉଚ୍ଚାରଣ କରି ଗୃହକୁ ପ୍ରକମ୍ପିତ କରିଥିଲେ। ଓଡ଼ିଶାରୁ ନବ ନିର୍ବାଚିତ ସାଂସଦଙ୍କ ଭିତରୁ ଆଜି ୧୮ ଜଣ ସାଂସଦ ପଦ ଓ ଗୋପନୀୟତାର ଶପଥ ତଥା ପ୍ରତିଜ୍ଞା ଗ୍ରହଣ କରିଥିଲେ। ପୂର୍ବରୁ ସାମୟିକ ବାଚସ୍ପତି ଭାବେ ଭରତ୍ତୃହରି ମହତାବ ରାଷ୍ଟ୍ରପତିଙ୍କଠାରୁ ଅଅନୁରୂପ ଶପଥ ଗ୍ରହଣ କରିଥିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିଥିଲେ।

ପ୍ରଥମେ ଶପଥ ଗ୍ରହଣ ଆାରମ୍ଭ ହୋଇଥିଲା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କଠାରୁ। ସେ ତାଙ୍କ ନିର୍ଦ୍ଧାରିତ ଶପଥ ପାଠ କରିବା ପରେ ‘ଜୟ ଗନ୍ଧମାର୍ଦ୍ଧନ, ଜୟ ଜଗନ୍ନାଥ’ ବୋଲି ଧ୍ୱନୀ ଉଚ୍ଚାରଣ କରିଥିଲେ। ୧ତାଙ୍କପରେ ଅନ୍ୟ ସାଂସଦମାନେ ମଧ୍ୟ ଅନୁରୂପ ଭାବେ  ନିଜ ନିଜ ଅଞ୍ଚଳର ଅଧିଷ୍ଟାତ୍ରୀ ଦେବୀଙ୍କ ଜୟଜୟକାର କରିବା ସହ ‘ଜୟଜଗନ୍ନାଥ’ ଧ୍ୱନୀ ଦେଇଥିଲେ। କେନ୍ଦୁଝର ସାଂସଦ ମା’ ତାରିଣୀଙ୍କ ନାମ ଉଚ୍ଚାରଣ କରିଥିବା ବେଳେ, ନବରଙ୍ଗପୁର ସାଂସଦ ମା’ ଭଣ୍ଡାରଘରଣୀଙ୍କ ଜୟଗାନ  କରିଥିଲେ। କଳାହାଣ୍ଡି ସାଂସଦ ମା’ ମାଣିକେଶ୍ୱରୀଙ୍କ ଜୟଗାନ କରିଥିବା ଦେଖିବାକୁ ମିଳିଥିଲା। 

ଆଜି ଶପଥ ନେଇଥିବା ଅଠର ଜଣଙ୍କ ଭିତରୁ  ମଧ୍ୟରୁ ୧୩ ଜଣ ସାଂସଦ ଓଡ଼ିଆରେ  ଶପଥ ଗ୍ରହଣ କରିଥିବା ବେଳେ ୩ଜଣ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତରେ ଓ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ। 

 

ଓଡ଼ିଆରେ ଶପଥ ଗ୍ରହଣ କରିଥିବା ଭାଜପା ସାଂସଦମାନେ ହେଲେ ସୁନ୍ଦରଗଡ଼ର ଜୁଏଲ ଓରାମ, ସମ୍ବଲପୁରର ଧର୍ମେନ୍ଦ୍ର ପ୍ରଧାନ, ନବରଙ୍ଗପୁରର ବଳଭଦ୍ର ମାଝୀ, ଆସ୍କାର ଅନୀତା ଶୁଭଦର୍ଶିନୀ, ଭୁବନେଶ୍ୱରର ଅପରାଜିତା ଷଡ଼ଙ୍ଗୀ, ପୁରୀର ସମ୍ବିତ ପାତ୍ର, କନ୍ଧମାଳର ସୁକାନ୍ତ ପାଣିଗ୍ରାହୀ, ବଲାଙ୍ଗୀରର ସଙ୍ଗୀତା ସିଂହଦେଓ, ବରଗଡ଼ର ପ୍ରଦୀପ ପୁରୋହିତ, କେନ୍ଦୁଝରର ଅନନ୍ତ ନାୟକ, ଢେଙ୍କାନାଳର ରୁଦ୍ରନାରାୟଣ ପାଣି, ଯାଜପୁରର ଡ. ରବୀନ୍ଦ୍ର ନାରାୟଣ ବେହେରା, ଭଦ୍ରକର ଅଭିମନ୍ୟୁ ସେଠୀ, କେନ୍ଦ୍ରାପଡ଼ାର ବୈଜୟନ୍ତ ପଣ୍ଡା, ଜଗତସିଂହପୁରର ବିଭୁପ୍ରସାଦ ତରାଇ, କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲକା ।

ଗତକାଲି କଟକ ସାଂସଦ ଭର୍ତ୍ତୃହରି ମହତାବ ଇଂରାଜୀରେ ଶପଥପାଠ କରିଥିଲେ। ଆଜି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଇଂରାଜୀରେ ଶପଥପାଠ କରିଥିଲେ ।