Luck Changed: ଭାଗ୍ୟ ବଦଳାଇଦେଲା ଲଟେରୀ, ୮୨୦୦ କୋଟିର ମାଲିକ ହେଲେ ବ୍ୟକ୍ତି
Advertisement
Article Detail0/zeeodisha/odisha1788597

Luck Changed: ଭାଗ୍ୟ ବଦଳାଇଦେଲା ଲଟେରୀ, ୮୨୦୦ କୋଟିର ମାଲିକ ହେଲେ ବ୍ୟକ୍ତି

Luck Changed: ରାତାରାତି ବଦଳିଗଲା ଜଣେ ବ୍ୟକ୍ତିଙ୍କ ଭାଗ୍ୟ, ବନିଗଲେ କୋଟିପତି.. କେମିତି? ପଢ଼ନ୍ତୁ ପୂରା ଖବର

Luck Changed: ଭାଗ୍ୟ ବଦଳାଇଦେଲା ଲଟେରୀ, ୮୨୦୦ କୋଟିର ମାଲିକ ହେଲେ ବ୍ୟକ୍ତି

Luck Changed: କଥାରେ ଅଛି, ଭଗବାନ (God) ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି । ଠିକ୍ ସେହିପରି ଢଙ୍ଗରେ ଆମେରିକାର ଜଣେ ବ୍ୟକ୍ତି ବନିଛନ୍ତି କୋଟିପତି (Millionaire) । ବ୍ୟକ୍ତି ଜଣକ କିଣିଥିବା ଲଟେରୀ ଟିକେଟରେ କୋଟିପତି ହୋଇପାରିଛନ୍ତି । ଭାଗ୍ୟଶାଳୀ ବ୍ୟକ୍ତି ଜଣକ ଆଞ୍ଜେଲସରେ ରୁହନ୍ତି ।  ସେ ବର୍ତ୍ତମାନ ୮୨୦୬ ଟଙ୍କାର ମାଲିକ ହୋଇଛନ୍ତି । ପ୍ରକୃତ କଥା ହେଉଛି ବ୍ୟକ୍ତିଜଣକ ଏକ ବିଲିୟନ ଡଲାର ମୂଲ୍ୟର ପାୱାରବଲ ଜ୍ୟାକପଟ ୨୦୨୩ (Powerball Jackpot 2023) ଜିତିଛନ୍ତି । ଜୁଲାଇ ୧୯ରେ ଆୟୋଜିତ ହୋଇଥିବା ଡ୍ରରେ ଲସ୍ ଆଞ୍ଜେଲ୍ସର ଲାସ୍ ପାଲମିଟାସ ମିନି ମାର୍କେଟର ବ୍ୟକ୍ତିଜଣକ ଲଟେରୀ ଜିତି ଭାଗ୍ୟଶାଳୀ ବିଜେତା (Lucky winner) ହୋଇଥିଲେ । ତେବେ ବ୍ୟକ୍ତିଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଗୋପନ ଅଛି ଅର୍ଥାତ ଏହାକୁ ସାର୍ବଜନିନ (public) କରାଯାଇନାହିଁ ।

ଲଟେରୀ ଇଣ୍ଡଷ୍ଟ୍ରିରେ ପାୱାରବଲ୍ ଆଗ ଧାଡିର ନାମ । ଏହାପୂର୍ବରୁ ହଜାର ହଜାର କୋଟି ପାୱାରବଲ୍ ମୂଲ୍ୟର ଜ୍ୟାକପଟ୍ ମଧ୍ୟ ବାହାରିଛି। କାଲିଫର୍ନିଆ ଲଟେରୀ ୱେବସାଇଟ୍ ତଥ୍ୟ ଅନୁଯାୟୀ ଏହି ବ୍ୟକ୍ତିଙ୍କ ଭାଗ୍ୟରେ ଏକ ନମ୍ୱର ପଡିଥିଲା । ସେହି ନମ୍ୱର ସଂଖ୍ୟା ମିଶାଇବା ପରେ ସମୁଦାୟ ୨୪ ହୋଇଥିଲା । ମଲ୍ଟି ଷ୍ଟେଟ୍ ଲଟେରୀ ଆସୋସିଏସନ୍ ଅନୁଯାୟୀ, ପାୱାରବଲ୍ ଜ୍ୟାକପଟ୍ ଜିତିବାର ସମ୍ଭାବନା ୨୯୨.୨ ନିୟୁତ ଲୋକଙ୍କ ମଧ୍ୟରୁ ଜଣେ । ପାୱାରବଲ୍ ଜ୍ୟାକପଟରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଅର୍ଥର ମୋଟ ପରିମାଣ ୧ ବିଲିୟନ ଡ଼ଲାର୍ ଥିଲା, ଯାହା ବୁଧବାର ଡ୍ର ସମୟରେ ୧.୮ ବିଲିୟନ ଡ଼ଲାରରେ ପହଞ୍ଚିସାରିଛି।

ଟଙ୍କା ନେବା ପାଇଁ ଦୁଇଟି ବିକଳ୍ପ 
ଜ୍ୟାକପଟ୍ ଜିତୁଥିବା ବ୍ୟକ୍ତିଙ୍କର ଲଟେରୀରେ ପୁରସ୍କାର ଟଙ୍କା ଫେରି ପାଇବା ପାଇଁ ଦୁଇଟି ବିକଳ୍ପ ରହିଛି । ସେ ଏହି ଟଙ୍କାକୁ ଏକ ଲକ୍ଷ ଟଙ୍କା କିମ୍ବା କିସ୍ତିରେ ନେଇପାରିବେ।| ଯଦି ଭାଗ୍ୟଶାଳୀ ବିଜେତା ଏକଲକ୍ଷ ଟଙ୍କା ନେବାକୁ ପସନ୍ଦ କରନ୍ତି, ତେବେ ସେ ସମୁଦାୟ ୫୫୮.୧ ମିଲିୟନ୍ ଡଲାର୍ ତଥା ଭାରତୀୟ ମୁଦ୍ରା ହିସାବରେ (୪,୫୮୨ କୋଟି ଟଙ୍କା) ପାଇବେ । ଅନ୍ୟପକ୍ଷରେ, ଯଦି ଭାଗ୍ୟଶାଳୀ ବିଜେତା ଯଦି ଟଙ୍କା କିସ୍ତିରେ ନିଅନ୍ତି, ତେବେ ତାଙ୍କୁ ମୋଟ  ୮୨୦୬ କୋଟି ଟଙ୍କା ମିଳିବ ।

ତୃତୀୟ ଥର ଲଟେରୀ 
ପାୱାରବଲ୍ ଲଟେରୀ ଇତିହାସରେ ପୂର୍ବରୁ ମଧ୍ୟ ଏପରି ଲଟେରୀ କାର୍ଯ୍ୟକ୍ରମ ହୋଇସାରିଛି । ତେବେ ଏହା ତୃତୀୟ ଥର ପାଇଁ ଜ୍ୟାକପଟ୍ ପରିମାଣ ୧ ବିଲିୟନ ଡଲାର ମାର୍କ ଅତିକ୍ରମ କରିଛି । ପାୱାରବଲର ଏପର୍ଯ୍ୟନ୍ତ ସବୁଠାରୁ ବଡ ଜ୍ୟାକପଟ୍ ଥିଲା ଜ୍ୟାକପଟ୍ ୨.୦୪ ବିଲିୟନ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୧୬,୮୮୬ କୋଟି ଟଙ୍କା । ଏହି ଲଟେରୀଟି ୨୦୨୨ ନଭେମ୍ବର ମାସରେ ଡ୍ର ହୋଇଥିଲା । ଅନ୍ୟପକ୍ଷରେ, ୨୦୧୬ ମସିହାରେ ୧.୫୮୬ ବିଲିୟନ ତଥା ଭାରତୀୟ ଟଙ୍କା ହିସାବରେ (ପ୍ରାୟ ୧୦,୬୪୬ କୋଟି ଟଙ୍କା) ର ଦ୍ୱିତୀୟ ଜ୍ୟାକପଟ୍ ଖୋଲା ଯାଇଥିଲା।

ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତି ପାୱାରବଲ୍ ଜ୍ୟାକପଟ ଲଟେରୀ ମାଧ୍ୟମରେ ଧନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଜାନୁୟାରୀ ୫, ୨୦୨୨ ରେ, କାଲିଫର୍ନିଆ ଏବଂ ୱିସ୍କୋସିନର ଦୁଇ ଜଣ ବ୍ୟକ୍ତି ୫୨୩୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିଥିଲେ । ୨୭ ଏପ୍ରିଲ୍ ୨୦୨୨ ରେ, ଆରିଜୋନାରେ ରହୁଥିବା ଜଣେ ବ୍ୟକ୍ତି ସମୁଦାୟ ୩୯୦୦ କୋଟି ଟଙ୍କା ଜ୍ୟାକପଟ୍ ଜିତିଥିଲେ । ସେହିପରି ଅଗଷ୍ଟ ୩, ୨୦୨୨ ରେ ପେନସିଲଭାନିଆର ଜଣେ ବ୍ୟକ୍ତି ୧୭ଶହ କୋଟିରୁ ଅଧିକ ପୁରସ୍କାର ରାଶି ଜିତିଥିଲେ ।

Also Read- Realme: ୧୦ହଜାରରୁ କମ ଦାମରେ ୧୦୮ଏମପି କ୍ୟାମେରା ଫୋନ, ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ଲୁକ୍