Monsoon Temple of India: ଦେଶର ସେହି ମନ୍ଦିର ଯିଏ କରିଥାଏ ପାଣିପାଗର ପୂର୍ବାନୁମାନ, ଭଗବାନଙ୍କ ଛାତ କହିଥାଏ କେବେ ହେବ ବର୍ଷା
Advertisement
Article Detail0/zeeodisha/odisha1719162

Monsoon Temple of India: ଦେଶର ସେହି ମନ୍ଦିର ଯିଏ କରିଥାଏ ପାଣିପାଗର ପୂର୍ବାନୁମାନ, ଭଗବାନଙ୍କ ଛାତ କହିଥାଏ କେବେ ହେବ ବର୍ଷା

Jagannath Mandir Kanpur: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଘାଟପୁର ଅଞ୍ଚଳରେ ରହିଛି ଏକ ବହୁ ପ୍ରାଚୀନ ଜଗନ୍ନାଥ ମନ୍ଦିର। ଯେଉଁଠାରେ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରାଯାଏ। 

Monsoon Temple of India: ଦେଶର ସେହି ମନ୍ଦିର ଯିଏ କରିଥାଏ ପାଣିପାଗର ପୂର୍ବାନୁମାନ, ଭଗବାନଙ୍କ ଛାତ କହିଥାଏ କେବେ ହେବ ବର୍ଷା

Jagannath Temple Kanpur: ଭାରତ ବର୍ଷରେ ଏପରି ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି। ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ସେମାନଙ୍କର ଚମତ୍କାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ। ଏବେ ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହୁଛୁ। ଯେଉଁ ମନ୍ଦିର ଶତାବ୍ଦୀ ଶତାବ୍ଦୀ ଧରି ମୌସୁମୀ ବର୍ଷା ବିଷୟରେ ସଠିକ୍ ପୂର୍ବାନୁମାନ କରିଆସୁଛି। ଏହାର କାରଣ ହେଉଛି ଏହାକୁ ପାଣିପାଗ ମନ୍ଦିର ମଧ୍ୟ କୁହାଯାଏ। ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଘାଟପୁର ଅଞ୍ଚଳରେ ରହିଛି ଏକ ବହୁ ପ୍ରାଚୀନ ଜଗନ୍ନାଥ ମନ୍ଦିର। ଯେଉଁଠାରେ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରାଯାଏ। ଏଠାରେ ପାଣିପାଗ ବିଶେଷଜ୍ଞ ନୁହଁନ୍ତି ବରଂ ମନ୍ଦିର ସହିତ ଜଡିତ ଲୋକ ପୂର୍ବାନୁମାନ କରିଥାନ୍ତି ଯେ ଗୋଟିଏ ବର୍ଷରେ କେତେ ବର୍ଷା ହେବ। ଏଠାକୁ ଆସୁଥିବା ଭକ୍ତଙ୍କ କହିବା ଅନୁଯାୟୀ ଏହି ମନ୍ଦିରର ଗମ୍ବୁଜରୁ ବାହାରୁଥିବା ପାଣି ବୁନ୍ଦା କାନପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଣିପାଗ ଏବଂ ମୌସୁମୀ ସ୍ଥିତି କିପରି ରହିବ ତାହା ସ୍ଥିର କରିଥାଏ।

ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିଥିବା ଏହି ମନ୍ଦିର କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ବେହଟା ବୁଜର୍ଗ ନାମରେ ଏକ ସ୍ଥାନ ରହିଛି। ଯେଉଁଠାରେ ଜଗନ୍ନାଥଙ୍କ ଏହି ପ୍ରାଚୀନ ମନ୍ଦିର ନିର୍ମିତ ହୋଇଥିଲା। ଏହି ମନ୍ଦିର ଶତାବ୍ଦୀ ଶତାବ୍ଦୀ ଧରି ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିଆସୁଛି। ମୌସୁମୀ ଆରମ୍ଭ ହେବାର ୧୦-୧୫ ଦିନ ପୂର୍ବରୁ, ଯଦି ମନ୍ଦିରର ଗମ୍ବୁଜରୁ ଅଧିକ ବୁନ୍ଦା ପାଣି ଥାଏ, ତାହେଲେ ଏହାର ଅର୍ଥ ହେଉଛି ବର୍ଷା ପ୍ରଚୁର ହେବ। ଯଦି ମନ୍ଦିରର ଗମ୍ବୁଜ ଶୁଖିଲା ରହିଥାଏ, ତାହେଲେ ଏହାର ଅର୍ଥ ହେଉଛି ବର୍ଷା ହେବ ନାହିଁ। ପାଣି ବୁନ୍ଦା ସଂଖ୍ୟା ହ୍ରାସ ହେବାର ଅର୍ଥ ହେଉଛି ବର୍ଷା ବହୁତ କମ୍ ହେବ। କେବଳ କାନପୁର ନୁହେଁ ନିକଟସ୍ଥ ଅନେକ ଗ୍ରାମର ଲୋକ ଜଗନ୍ନାଥ ମନ୍ଦିରରେ ବର୍ଷା ହେବା ପୂର୍ବରୁ ପାଣି ବୁନ୍ଦା ବାହାରିବାକୁ ଅପେକ୍ଷା କରି ରହିଥାନ୍ତି। 

ଏହି ମନ୍ଦିରରୁ ପ୍ରାପ୍ତ ସଙ୍କେତ ଏପରି ରହିଛି ଯେ ଆଜି ପର୍ଯ୍ୟନ୍ତ ଏହା ଭୁଲ୍ ପ୍ରମାଣିତ ହୋଇନାହାଁନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଂରକ୍ଷିତ ସ୍ମାରକୀରେ ଅନ୍ତର୍ଭୂକ୍ତ ଏହି ମନ୍ଦିର ସାରା ଦେଶରେ ବୈଜ୍ଞାନିକଙ୍କ ପାଇଁ ଏକ ରହସ୍ୟ ହୋଇରହିଛି। ମନ୍ଦିରର ପୁରୋହିତ କୁହନ୍ତି ଯେ ଯଦି ଭଗବାନଙ୍କ ଛାତ ଅର୍ଥାତ୍ ମନ୍ଦିରର ଗମ୍ବୁଜ ଯଦି ଶୁଖିଯାଏ, ତାହେଲେ ବର୍ଷା ହେବ ନାହିଁ। ହେଲ ଯଦି ପାଣି ବୁନ୍ଦା ସଂଖ୍ୟା ଅଧିକ ଦୃଶ୍ୟମାନ ହୁଏ ତାହେଲେ ଏହା ସ୍ପଷ୍ଟ ହେବ ଯେ ଚଳିତ ବର୍ଷ ବର୍ଷା ଭଲ ହେବ। ଅନେକ ଥର ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ ଏଠାକୁ ଆସିଛନ୍ତି।

Also Read: ଏପରି ଏକ ରହସ୍ୟମୟ ମନ୍ଦିର; ଯିଏ କରିଥାଏ ବର୍ଷା ହେବାର ପୂର୍ବାନୁମାନ

ଏହି ମନ୍ଦିର ବିଷୟରେ କୁହାଯାଏ ଯେ ଏହା ଅନେକ ଥର ଭାଙ୍ଗିବା ସହ ଗଢା ହୋଇଛି। ଏଏସଆଇ ଅନୁଯାୟୀ ଏହି ମନ୍ଦିରର ପଥର ଉପରେ କାର୍ବନ ଡେଟିଂ କରାଯାଇଛି। ଯେଉଁଥିରୁ ଏହା ଜଣାପଡ଼ିଛି ଯେ ଏହି ମନ୍ଦିର ପ୍ରାୟ ୪ ହଜାର ବର୍ଷରୁ ଅଧିକ ପୁରୁଣା। ମହାପ୍ରଭୁ ଜଗନ୍ନାଥଙ୍କ ଏହି ମନ୍ଦିର ୩ ଭାଗରେ ନିର୍ମିତ ହୋଇଛି। ମନ୍ଦିରର ଗର୍ଭଗୃହ ଏକ ଛୋଟ ଅଂଶରେ ରହିଛି। ଏଥିରେ ଏକ ବଡ଼ ଅଂଶ ସଂଲଗ୍ନ ହୋଇରହିଛି। ମନ୍ଦିରର ଏହି ତିନୋଟି ଅଂଶ ବିଭିନ୍ନ ସମୟ ଅବଧିରେ ନିର୍ମିତ ହୋଇଥିବାର କୁହାଯାଏ।

ଭଗବାନ ବିଷ୍ଣୁଙ୍କ ପ୍ରତିମା ମଧ୍ୟ ଏଠାରେ ସ୍ଥାପିତ ହୋଇଛି। ପଦ୍ମନାଭଙ୍କ ପାଦଚିହ୍ନ ଏଠାରେ ସଂଲଗ୍ନ କରାଯାଇଛି। ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ପୁରୋହିତ କେ.ପି ଶୁକ୍ଲା କହିଛନ୍ତି ଯେ ମନ୍ଦିରର ଇତିହାସକୁ ନେଇ ଅନେକ ପାର୍ଥକ୍ୟ ଅଛି। ପ୍ରାଚୀନ କାଳରେ ବିଭିନ୍ନ ରାଜା ଏହି ମନ୍ଦିରର ନବୀକରଣ କରିଛନ୍ତି। ଏହି ମନ୍ଦିରର ଗମ୍ବୁଜ ଉପରେ ଥିବା ସୂର୍ଯ୍ୟ ଚକ୍ରର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି ବୋଲି କୁହାଯାଏ। ଏହା ଏକ ବିଶ୍ୱାସ ଯେ ମନ୍ଦିରର ଶୀର୍ଷରେ ଥିବା ଏହି ସୂର୍ଯ୍ୟ ଚକ୍ର କାରଣରୁ ଏହି ଅଞ୍ଚଳରେ କେବେ ବଜ୍ରପାତ ହୋଇ ନାହିଁ। ଏହି ମନ୍ଦିରର ଗଠନ ଏକ ରଥ ଆକାରରେ ରହିଛି।