ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଦ୍ୟୁତ୍
Advertisement
Article Detail0/zeeodisha/odisha1752146

ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଦ୍ୟୁତ୍

New Power Tariffs:  ନୂଆ ନିୟମ ଅନୁସାରେ ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ୍ ଶୁଳ୍କ । ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂତନ ବିଦ୍ୟୁତ୍ ଶୁଳ୍କ । ଦିନରେ ୮ ଘଣ୍ଟା ଧାର୍ଯ୍ୟ ଦରଠାରୁ କମ ଶୁଳ୍କ ଦେବାକୁ ପଡ଼ିବ । ତେବେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ସରକାର ‘ଟାଇମ ଅଫ ଡ଼େ’ ନିୟମ ଲାଗୁ କରିବାକୁ ଯାଉଛନ୍ତି  ।

ସୌ(ସୋସିଆଲ ମିଡିଆ)

New Power Tariffs: ବିଜୁଳି ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର । ବିଜୁଳି ଦରକୁ ନେଇ ଆସିପାରେ ନୂଆ ନିୟମ । ଏଣିକି ବିଦ୍ୟୁତ୍ ବିଲରେ (Electricity bill) ହେବ ବଡ଼ ପରିବର୍ତ୍ତନ । ଦିନ ଓ ରାତି ଲାଗି ନିର୍ଦ୍ଧାରଣ କରାଯିବ ଅଲଗା ଅଲଗା ଦର । ସୂଚନା ଥାଉ କି, ବିଦ୍ୟୁତ୍ ନିୟମ ୨୦୨୦ରେ ସଂଶୋନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର (Central Government) । ଏହି ନୂଆ ନିୟମ ଅନୁସାରେ ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ୍ ଶୁଳ୍କ । ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂତନ ବିଦ୍ୟୁତ୍ ଶୁଳ୍କ । ଦିନରେ ୮ ଘଣ୍ଟା ଧାର୍ଯ୍ୟ ଦରଠାରୁ କମ ଶୁଳ୍କ ଦେବାକୁ ପଡ଼ିବ । ତେବେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ସରକାର ‘ଟାଇମ ଅଫ ଡ଼େ’ (Time of day) ନିୟମ ଲାଗୁ କରିବାକୁ ଯାଉଛନ୍ତି  ।

ସୂଚନାଯୋଗ୍ୟ , ଏହି ନୂଆ ନିୟମ ଆସିବା ପରେ ଦିନରେ ବିଜୁଳି ଦର ଶସ୍ତା ଓ ରାତିରେ ଦର ସାମାନ୍ୟ ମହଙ୍ଗା ରହିବ । ଅର୍ଥାତ୍ ଦିନରେ ବିଦ୍ୟୁତ୍ ଦର ୨୦ ପ୍ରତିଶତ କମ୍ ରହିବ । ଅନ୍ୟପଟେ ରାତିରେ ଏହି ଦର ୨୦ ପ୍ରତିଶତ ଅଧିକ ରହିବ । ଏହି ନିୟମ ଲାଗୁ ହେବା ପରେ ଉଭୟ ଉପଭୋକ୍ତା ଓ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ  ଏହା ଲାଭଜନକ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଶୁଳ୍କ ଦେୟ ବ୍ୟବସ୍ଥାରେ ୨ଟି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ବିଦ୍ୟୁତ୍ ୨୦୨୦ରେ ସଂଶୋଧନ କରାଯାଇ ନୂଆ ବ୍ୟବସ୍ଥା ଅଣାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହା ସର୍ବାଧିକ ୧୦ କିଲୋୱାଟ୍ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋଙ୍କ ପାଇଁ ଲାଗୁ ହେବ । ଗୋଟିଏ ଦିନର ସବୁ ସମୟ ପାଇଁ ସମାନ ଦରର ବିଦ୍ୟୁତ ଶୁଳ୍କ ପୈଠ କରିବା ପରିବର୍ତ୍ତେ ଦିନରେ ଭିନ୍ନ ଭିନ୍ନ ସମୟ ଲାଗି ଭିନ୍ନ ଭିନ୍ନ ଦରରେ ବିଦ୍ୟୁତ ଶୁଳ୍କ ପଇଠ କରିବା ଲାଗି ଉପଭୋକ୍ତାଙ୍କୁ ସୁବିଧା ମିଳିବ । ସେହିପରି ଟିଏଡ଼ି ଟାରିଫ ବ୍ୟବସ୍ଥା ଅଧୀନରେ ସୋଲାର ଆୱାର୍ସରେ (solar hours) ବିଦ୍ୟୁତ୍ ଶୁଳ୍କ ଦର ସ୍ବାଭାବିକ ଶୁଳ୍କଠାରୁ ୧୦-୨୦ ପ୍ରତିଶତ କମ ରହିବ । ଅନ୍ୟପଟେ ଅଧିକ ଚାହିଦା ଥିବା ସମୟରେ ବିଦ୍ୟୁତ ଶୁଳ୍କ ୧୦-୨୦ ପ୍ରତିଶତ ଅଧିକ ରହିବ । ଅଧିକ ଚାହିଦା ଥିବା ସମୟ, ସୋଲାର ଆୱାର୍ସ (solar hours ) ଓ ସ୍ବାଭାବିକ ସମୟ ଲାଗି ଅଲଗା ଅଲଗା ଶୁଳ୍କ ଦର ନିର୍ଦ୍ଧାରଣ କରିବା ଲାଗି ଟିଓଡ଼ି ଟାରିଫରେ ବ୍ୟବସ୍ଥା ରହିଛି । ଏହା ଉପଭୋକ୍ତାମାନଙ୍କୁ ଶୁଳ୍କ ଦର ଅନୁଯାୟୀ ବିଦ୍ୟୁତ୍ ବ୍ୟବହାର କରିବା ଲାଗି ସତର୍କ ବାର୍ତ୍ତା ଦେବ । ସଚେତନତା ଓ ଟିଓଡ଼ି ଶୁଳ୍କ ବ୍ୟବସ୍ଥାରେ ପ୍ରଭାବୀ ଉପଯୋଗ ଦ୍ବାରା ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ ।

Also Read- Shocking News: କୁଡ଼ିଆରେ ଜଳୁଥିଲା ୨ଟି ବଲବ, କିନ୍ତୁ ବିଲ୍ ଆସିଲା…

ପ୍ରକାଶ ଥାଉ କି, ୨୦୨୪ ମସିହା ଏପ୍ରିଲ ୧ ଠାରୁ ସର୍ବାଧିକ ୧୦ କିଲୋୱାଟ୍ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଓ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତା ଛାଡ଼ି ଅନ୍ୟ ଉପଭୋକ୍ତା ପାଇଁ  ଟିଓଡ଼ି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ । ସ୍ମାର୍ଟ ମିଟର ଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର (smart meter) ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍ ଅଫ ଡ଼େ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।