Ayodhya Ram Mandir: ଅଯୋଧ୍ୟାରେ ରାମ ମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2292047

Ayodhya Ram Mandir: ଅଯୋଧ୍ୟାରେ ରାମ ମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଜାଣନ୍ତୁ କାରଣ

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଥିଲା ଅଯୋଧ୍ୟାକୁ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇ ୬୦ରୁ ୮୦ ହଜାର ମଧ୍ୟରେ ପହଞ୍ଚିଛି ।

Ayodhya Ram Mandir: ଅଯୋଧ୍ୟାରେ ରାମ ମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଜାଣନ୍ତୁ କାରଣ

Ayodhya Ram Mandir: ରାମନଗରୀ ଅଯୋଧ୍ୟାକୁ କମିବାରେ ଲାଗିଛି ଭକ୍ତଙ୍କ ସଂଖ୍ୟା । ତେବେ ଏହାର କାରଣ ଅଧିକ ତାପମାତ୍ରା ନା ଅନ୍ୟ କିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଥିଲା ଅଯୋଧ୍ୟାକୁ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇ ୬୦ରୁ ୮୦ ହଜାର ମଧ୍ୟରେ ପହଞ୍ଚିଛି ।

ଦାନ ମଧ୍ୟ ହ୍ରାସ ପାଇଛି
କ୍ରମାଗତ ଭାବରେ ଭକ୍ତଙ୍କ ସଂଖ୍ୟା ହ୍ରାସ କାରଣରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଦାନ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । କାରଣ ସାଧାରଣତଃ ରାମ ମନ୍ଦିରରେ ପ୍ରତି ମାସରେ ୧.୫୦ କୋଟି ଟଙ୍କା ପାଖାପାଖି ଦାନ ଟଙ୍କା ସଂଗ୍ରହ କରାଯାଉଥିଲା । କିନ୍ତୁ ମେ ମାସ ସୁଦ୍ଧା ମିଳିଥିବା ଦାନରେ ବହୁତ ହ୍ରାସ ଘଟିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦାନ ପାଣ୍ଠିରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘଟିଛି । ମେ ମାସରେ ବିଭିନ୍ନ ମାଧ୍ୟମରେ ପ୍ରାୟ ୮୪ ଲକ୍ଷ ଟଙ୍କା ଦାନ ସଂଗ୍ରହ ହୋଇଛି । 

ଦାନ ଏହି ଉପାୟରେ ମିଳିଥାଏ
ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନଗଦ, ଚେକ୍, ଆରଟିଏସ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ମାଧ୍ୟମରେ ଦାନ ଟଙ୍କା ଆସିଥାଏ । ଟ୍ରଷ୍ଟର ସୂତ୍ର ଅନୁଯାୟୀ, ପ୍ରତି ମାସରେ ଶ୍ରୀରାମଙ୍କ ଦାନ ବାକ୍ସରେ ଭକ୍ତମାନେ ପ୍ରାୟ ୬୦ରୁ ୭୦ ଲକ୍ଷ ଟଙ୍କା ନଗଦ ଦାନ କରୁଥିଲେ । ଏଥି ସହିତ, ରାମ ମନ୍ଦିରକୁ ପ୍ରାୟ ସମାନ ପରିମାଣର ଅର୍ଥ ଅନ୍ୟ ଉପାୟରେ ମଧ୍ୟ ଦାନ ମିଳୁଥିଲା । କିନ୍ତୁ ଗତ ମାସରେ ସମସ୍ତ ମାଧ୍ୟମରୁ ମିଳିଥିବା ଦାନର ପରିମାଣ ହ୍ରାସ ହୋଇଛି ।

କାର୍ଯ୍ୟାଳୟର ଦାୟିତ୍ୱ
ଶ୍ରୀ ରାମ ଜନମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତାଙ୍କ କହିବାନୁଯାୟୀ, ଯେତେ ଅଧିକ ଭକ୍ତ ଦର୍ଶନ ପାଇଁ ଆସନ୍ତି, ସେତେ ଅଧିକ ଦାନ ମନ୍ଦିରକୁ ମିଳିଥାଏ । ପ୍ରବଳ ଉତ୍ତାପ କାରଣରୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଥାଇପାରେ ।

ସୂଚନା ମୁତାବକ, ଶନିବାର ଦିନ ରାମ ମନ୍ଦିରକୁ ଆସିଥିବା ଭକ୍ତଙ୍କ ସଂଖ୍ୟା ୮୬ ହଜାର ଥିଲା । ରବିବାର ଦିନ ସଂଖ୍ୟା ହ୍ରାସ ହୋଇ ୬୮ ହଜାରରେ ପହଞ୍ଚିଥିଲା । ସେହିପରି ସୋମବାର ଦିନ ସଂଖ୍ୟା ଆହୁରୀ କମି ୬୩ ହଜାରରେ ପହଞ୍ଚିଥିବା ସମୟରେ ମଙ୍ଗଳବାର ଦିନ ସାମାନ୍ୟ ବୃଦ୍ଧି ପାଇ ୮୩ ହଜାରରେ ପହଞ୍ଚିଥିଲା ।

Also Read- Top 10 News Today: ସବୁ ସ୍କୁଲ୍‍ରୁ ଉଠିବ ୫-ଟି ରୂପାନ୍ତରଣ ବୋର୍ଡ ସହ ରାଜ୍ୟର ୧୦ ପ୍ରମୁଖ ଖବର

Also Read- LokSabha Speaker Election: କିଏ ହେବେ ଲୋକସଭା ବାଚସ୍ପତି? ଜୁନ ୨୬ରେ ନିର୍ବାଚନ