Sambalpur: ସମ୍ବଲପୁରରେ ପହଞ୍ଚିଲେ ବିଜେପି କେନ୍ଦ୍ରୀୟ ଟିମ୍, ରାଜ୍ୟ ସରକାରଙ୍କ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ
Advertisement
Article Detail0/zeeodisha/odisha1677995

Sambalpur: ସମ୍ବଲପୁରରେ ପହଞ୍ଚିଲେ ବିଜେପି କେନ୍ଦ୍ରୀୟ ଟିମ୍, ରାଜ୍ୟ ସରକାରଙ୍କ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ

BJP Central Team: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦେଶକ୍ରମେ ଦଳ ପକ୍ଷରୁ ଏକ ଚାରି ଜଣିଆ ପ୍ରତିନିଧି ଦଳ ସ୍ବର୍ଗତ ଚନ୍ଦ୍ର ମିର୍ଧାଙ୍କ ଘର ଝାରମୁଡ଼ା ଆସିଥିଲେ। ସେମାନେ ମୃତକଙ୍କ ଗ୍ରାମକୁ ମଧ୍ୟ ଯାଇଥିଲେ। 

Sambalpur: ସମ୍ବଲପୁରରେ ପହଞ୍ଚିଲେ ବିଜେପି କେନ୍ଦ୍ରୀୟ ଟିମ୍, ରାଜ୍ୟ ସରକାରଙ୍କ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ

BJP Central Teams Sambalpur Visit: ସମ୍ବଲପୁର ସହରରେ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଏବଂ ହତ୍ୟାକାଣ୍ଡକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ଘଟଣାରେ  ମୃତକ ଚନ୍ଦ୍ର ମିର୍ଧା ଆଦିବାସୀ ବର୍ଗର ହୋଇଥିବାରୁ କିଛିଦିନ ତଳେ କେନ୍ଦ୍ରୀୟ ଆଦିବାସୀ କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ସମ୍ବଲପୁର ଜିଲ୍ଲାର ଝାରମୁଡ଼ା ଗ୍ରାମକୁ ଯାଇ ସ୍ଥିତି ସମୀକ୍ଷା କରିଥିଲା। ସେହି ଦିନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଆସୁଥିବା ରାଜ୍ୟ ବିଜେପି ପ୍ରତିନିଧିମଣ୍ଡଳୀକୁ ସମ୍ବଲପୁର ପୋଲିସ ଜିଲାରେ ପୂରାଇ ଦେଇନଥିଲା। ଜିଲ୍ଲାର ଠେଲକୁଲି ଥାନାରେ ବିଜେପି ପ୍ରତିନିଧିମଣ୍ଡଳୀକୁ ଦୀର୍ଘ ସମୟ ଅଟକ ରଖିଥିଲା ପୋଲିସ। 

ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦେଶକ୍ରମେ ଦଳ ପକ୍ଷରୁ ଏକ ଚାରି ଜଣିଆ ପ୍ରତିନିଧି ଦଳ ସ୍ବର୍ଗତ ଚନ୍ଦ୍ର ମିର୍ଧାଙ୍କ ଘର ଝାରମୁଡ଼ା ଆସିଥିଲେ। ବିଜେପି ପ୍ରତିନିଧି ଦଳରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ତଥା ପୂର୍ବତନ ପୋଲିସ ଡିଜି ବ୍ରିଜ ଲାଲ, ଝାଡଖଣ୍ଡର ଦୁଇ ରାଜ୍ୟସଭା ସାଂସଦ ସମୀର ଓରାଁଓ ଏବଂ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଆଦିତ୍ୟ ସିଂହ ମାହାତ୍ତୋ ଆସିଥିଲେ। ହେଲେ ସେମାନେ ଗ୍ରାମରେ ପହଞ୍ଚିଥିବା ବେଳେ ଘରେ ତାଲା ପଡ଼ିଥିଲା। ଏହା ପରେ ବିଜେପି ଟିମ ପାଖ ପଡ଼ୋଶୀଙ୍କ ଠାରୁ ସେମାନଙ୍କ ସମ୍ପର୍କରେ ବୁଝିବା ସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଥିଲେ। 

କେନ୍ଦ୍ର ଗୃହ ବିଭାଗ ପାର୍ଲିଆମେଣ୍ଟ କମିଟି ଚେୟାରମ୍ୟାନ ତଥା ପୂର୍ବତନ ଡିଜି ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ଆସିଥିବା ଟିମ ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଜୀହାଦି ନାରା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତଥାକଥିତ ଅଳ୍ପସଂଖ୍ୟକ ତୁଷ୍ଟିକରଣ ନୀତି କାରଣରୁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ବୋଲି କହିଛନ୍ତି କେନ୍ଦ୍ର ଗୃହ ବିଭାଗ ପାର୍ଲିଆମେଣ୍ଟାରୀ କମିଟି ଆଧକ୍ଷ। ଏଠାରେ ଜୀହାଦୀ ତତ୍ତ୍ୱ ରହୁଥିବାରୁ ସମ୍ବଲପୁର ସହରରେ ହୋଇଥିବା ଦଙ୍ଗା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଉ ବୋଲି କହିଛନ୍ତି ବିଜେପି ସାଂସଦ ବ୍ରିଜଲାଲ।

ଜିଲ୍ଲା ପୋଲିସ ସ୍ବର୍ଗତ ଚନ୍ଦ୍ର ମିର୍ଧାଙ୍କ ପରିବାରକୁ ହଠାତ ଗାଏବ କରିଦେବା ବିଡ଼ମ୍ବନାର ବିଷୟ ବୋଲି କହିବା ସହ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ପଶ୍ଚିମବଙ୍ଗ ସରକାରଙ୍କ ଅବିକଳ ନକଲ ବୋଲି କମିଟି ସଦସ୍ୟ କହିଛନ୍ତି। ଆବଶ୍ୟକ ପଡ଼ିଲେ ବିଧାନସଭା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି ବୋଲି ନିଷ୍ପତ୍ତି ନେଇପାରେ ବୋଲି କହିଛନ୍ତି କମିଟି ଅଧକ୍ଷ। ମୃତକ ଚନ୍ଦ୍ର ମିର୍ଧାର ପରିବାରକୁ ଗାଏବ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ରହିଛି ବୋଲି ମଧ୍ୟ କମିଟି ସଦସ୍ୟ ସେମାନଙ୍କ ମତ ରଖିଛନ୍ତି। ଓଡ଼ିଶା ପୋଲିସ ଉତ୍ତର ପ୍ରଦେଶ ପୋଲିସ ପାଖରୁ କିଛି ଶିଖୁ ବୋଲି ମଧ୍ୟ କହିଛନ୍ତି ଆଧକ୍ଷ। 

ମୃତକ ଚନ୍ଦ୍ର ମିର୍ଧାଙ୍କ ପରିବାରକୁ ଜାତି ହେବାପାଇଁ ସେମାନଙ୍କ ଗ୍ରାମକୁ ଛଡ଼ାଯାଉନଥିବା ଜଣାପଡ଼ିଛି ବୋଲି କମିଟି ଆଧକ୍ଷ ବ୍ରିଜଲାଲ କହିଛନ୍ତି।ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହତ୍ୟାର ସରଜମିନ ତଦନ୍ତ ପାଇଁ ରାଷ୍ଟ୍ରୀୟ ଆଧକ୍ଷ ଜେ ପି ନଡ୍ଡା ଗଠନ କରିଥିବା କମିଟି ମଙ୍ଗଳାବର ମୃତକ ଚନ୍ଦ୍ର ମିର୍ଧା ଘରକୁ ଯାଇ ଥିବାବେଳେ, ଏଭଳି ସ୍ଥିତି ଦେଖିଥିବା ସହ ଯଦି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଚନ୍ଦ୍ର ମିର୍ଦ୍ଧା ଙ୍କର ଦଶାହ କାର୍ଯ୍ୟ କରି ପାରୁନାହାନ୍ତି ତା ହେଲେ ସାରା ଦେଶରୁ ଜନଜାତି ସମ୍ପ୍ରଦାୟର ଲୋକ ଆସି ଏହି କାର୍ଯ୍ୟ ପୂରଣ କରିବେ ବୋଲି କହିଛି କମିଟି। ମୃତକ ଚନ୍ଦ୍ର ମିର୍ଦ୍ଧାଙ୍କ ଗାଁ ଲୋକେ ମଧ୍ୟ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି,  ଗୋଟିଏ ଧଳା ଗାଡି ଆସେ ଏବଂ ଚନ୍ଦ୍ର ମିର୍ଧାଙ୍କ ପରିବାର ଲୋକଙ୍କୁ ନେଇ ଯାଏ ଏବଂ କିଛି ଦିନ ପରେ ପୁଣି ଆଣି ଛାଡି ଦିଏ।