Nabarangpur News: ଅଣ୍ଟାରେ ବଳ ନଥିବାରୁ ଚୌକି ଧରି ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ସ, SBIକୁ ଟୁଇଟ୍ କରି ବର୍ଷିଲେ ସୀତାରମଣ...
Advertisement
Article Detail0/zeeodisha/odisha1662497

Nabarangpur News: ଅଣ୍ଟାରେ ବଳ ନଥିବାରୁ ଚୌକି ଧରି ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ସ, SBIକୁ ଟୁଇଟ୍ କରି ବର୍ଷିଲେ ସୀତାରମଣ...

Nabarangpur News In Odia: ବୃଦ୍ଧାଙ୍କ ଦୁଃଖ ବୁଝିଲେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman)। ବୁଢୀ ମାଉସୀକୁ ଆଉ ଖରାରେ ଯିବାକୁ ପଡିବନି ବ୍ୟାଙ୍କକୁ (bank) ପେନସନ୍ ଟଙ୍କା ପାଇଁ । କାହିଁକିନା ବୁଢି ମାଆ ଦୁଃଖ ଶୁଣିଛନ୍ତି ଖୋଦ୍ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Nabarangpur News In Odia: ବୃଦ୍ଧାଙ୍କ ଦୁଃଖ ବୁଝିଲେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman)। ବୁଢୀ ମାଉସୀକୁ ଆଉ ଖରାରେ ଯିବାକୁ ପଡିବନି ବ୍ୟାଙ୍କକୁ (bank) ପେନସନ୍ ଟଙ୍କା ପାଇଁ । କାହିଁକିନା ବୁଢି ମାଆ ଦୁଃଖ ଶୁଣିଛନ୍ତି ଖୋଦ୍ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman)। ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗାଁର ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ( Surya Harijan)ଘରେ ଆଜି ପହଞ୍ଚିଛି ବ୍ୟାଙ୍କ ଟିମ୍ (SBI Team)। ନବରଙ୍ଗପୁର ଏସ୍‌ବିଆଇର ଚିଫ୍ ମ୍ୟାନେଜରଙ୍କ( Nabarangpur Sbi chief Manager) ସହ ଏକ ଟିମ୍ ସୂର୍ଯ୍ୟାଙ୍କ ଘରକୁ ଆସିପ୍ରତି ମାସରେ ତାଙ୍କ ଘରେ ପେନସନ୍ ଟଙ୍କା (pension)ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। 

ସୂର୍ଯ୍ୟା ହରିଜନ ପେନସନ୍‌ (pension) ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ରାସ୍ତାରେ ଯାଉଥିବାର ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେବା ପରେ ଭିଡିଓଟିକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ ପ୍ରକାଶ କରିଥିଲେ। ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି? ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ (Nirmala Sitharaman)। ତେବେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଯେ, ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କ ପେନସନ ଟଙ୍କା (pension) ପଇଠ କରାଯାଇଛି। ଆସନ୍ତା ମାସରୁ ତାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। 

 

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Also Read: Mamita Meher Murder Case: ମମିତାଙ୍କ ପରିବାର ଲୋକେ ପାଇବେ ଏତିକି ଲକ୍ଷର ସହାୟତା ରାଶି

ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏ-ହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ(Nabarangpur Sbi Authority)।  ନିକଟରେ ପେନସନ ଆଣିବା ପାଇଁ ପ୍ଲାଷ୍ଟିକ୍ ଚୌକିକୁ ଆଶା ବାଡ଼ି ପରି ସାହାରା କରି କୋଷେ ବାଟ ପାଦରେ ଚାଲି ଚାଲି ଝରିଗାଁ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କକୁ ଯାଇଥିଲେ ସୂର୍ଯ୍ୟା ହରିଜନ। ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ଅବସ୍ଥା ଦେଖି ତୁରନ୍ତ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ।