Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1892392

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଆଜି ବିଶ୍ୱ ହୃଦରୋଗ ଦିବସ: World Heart Day: ହୃତ୍‌ପିଣ୍ଡର ଯତ୍ନ ଏଥିରେ ଆସିବାକୁ ଥିବା ସମସ୍ୟା ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଲାଗି ଆଜି ବିଶ୍ୱବ୍ୟାପୀ ‘ହୃଦୟ ଦିବସ’ ପାଳନ କରାଯାଉଛି। ମାନବ ସମାଜରେ ଆକସ୍ମିକ ମୃତ୍ୟୁର ଏହା ଏକ ପ୍ରମୁଖ କାରଣ ଭାବେ ପରିଗଣିତ ହୁଏ। ଆଧୁନିକ ଯୁଗରେ ଖାଦ୍ୟ, ଚାଲିଚଳନ ଏଥିପାଇଁ ଅଧିକ ଦାୟୀ। ଏଣୁ ସୁଷମ ଖାଦ୍ୟ, ବ୍ୟାୟାମ ଏବଂ ଚିନ୍ତାମୁକ୍ତ ଜୀବନ ଲୋକଙ୍କୁ ହୃଦ୍‍ ସମସ୍ୟାରୁ ମୁକୁଳାଇ ବାରେ ସକ୍ଷମ ହେବ। ଅପରପକ୍ଷେ ନିୟମିତ ହୃତ୍‌ପିଣ୍ଡ ସମ୍ବନ୍ଧରେ ଯାଞ୍ଚ ଓ ଚିକିତ୍ସା ମଧ୍ୟ ଆବଶ୍ୟକ। 

2.ଲଘଚାପ ବର୍ଷା ( Rain Alert in Odisha): ପୂର୍ବ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗାପସାଗରରେ ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବ। ଏହା ଆସନ୍ତା ୫ ଦିନ ଯାଏ ଜାରି ରହିବ। ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

3.ଅଧା ଜିଲ୍ଲା ଭୂକମ୍ପ ପ୍ରବଣ (15 district are prone to Earthquake): ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୁରଭଞ୍ଜ ପ୍ରଭୃତି ୧୫ଟି ଜିଲ୍ଲା ଭୂକମ୍ପ ପ୍ରବଣ। ଏଗୁଡ଼ିକ ଜାତୀୟ ବିପର୍ଯ୍ୟୟ ପ୍ରାଧୀକରଣ ଦ୍ୱାରା ପ୍ରସ୍ତୁତ ବିପଜ୍ଜନକ ଜୋନ୍‍ ମାନଚିତ୍ରରେ ସ୍ଥାନ ପାଇଛି। ଏସବୁ ଜିଲ୍ଲାକୁ ଜୋନ୍‍ -୩ ଭୂକମ୍ପ ପ୍ରବଣ ବୋଲି ଏଥିରେ ଦର୍ଶାଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ତି କହିଛନ୍ତି। 

4.୧୬ହଜାର ୩୭୨ ଜଣଙ୍କ ମୃତ୍ୟୁ (Death by Natural Disasters):  ପ୍ରତିବର୍ତଷ ପ୍ରାକୃତିମ ବିପର୍ଯ୍ୟୟକୁ ମୁକାବିଲା କରୁଥିବା ରାଜ୍ୟ ଓଡିଶାରେ ଯଦିଓ ବାତ୍ୟାଜନିତ ମୃତ୍ୟୁକୁ ନିୟନ୍ତ୍ରଣ କରାଯାଇ ପାରିଛି କିନ୍ତୁ ଅନ୍ୟ ବିପର୍ଯ୍ୟୟରେ ଆକସ୍ମିକ ମୃତ୍ୟୁ ଘଟି ଚାଲିଛି। ବିଗତ ୫ ବର୍ଷ ଅର୍ଥାତ୍‍ ୨୦୧୮ ରୁ ୨୦୧୩ ମଧ୍ୟରେ ରାଜ୍ୟରେ ୧୬ ହଜାର ୩୭୨ ଜଣଙ୍କ ମୃତ୍ୟୁ ଘଟିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି। ଏଥିରୁ ସର୍ବାଧିକ ମୃତ୍ୟୁ ହୋଇଛି ନଦୀରେ ବୁଡ଼ି କାରଣରୁ। ନଦୀରେ ବୁଡ଼ି ବା ଭାସିଯାଇ ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସାପ କାମୁଡ଼ାରେ ୫୨୧୯, ବଜ୍ରପାତରେ ୨୦୫୮, ଅଗ୍ନିକାଣ୍ଡରେ ୭୫୯, ବାତ୍ୟାରେ ୧୪୦, ଡଙ୍ଗା ବୁଡ଼ିରେ ୪୬, ବନ୍ୟାରେ ୭୩, ଗ୍ରୀଷ୍ମ ପ୍ରବାହରେ ୧୪୧, ବଜ୍ରପାତରେ ୩୧ ଓ ପ୍ରବଳ ବର୍ଷାହେତୁ ୩୧ ଜଣଙ୍କ ମୃତ୍ୟୁ ଘଟିଛି।  

5.୨୬ ନୂଆ ଜିଲ୍ଲା ( Odisha Demands 26 new Districts): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ପଦ୍ମପୁର ଉପ ନିର୍ବାଚନ ସମୟରେ ନୂଆ ଜିଲ୍ଲା ଗଠନ ଲାଗି ପ୍ରତିଶୃତି ଦେଇଥିଲେ। ଏହାପରେ ଏକ କମିଟି ଗଠନ କରାଯାଇଛି। ତେବେ ଏହା ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସରକାରଙ୍କ ପାଖକୁ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ଆସିଛି। ଏଥିରୁ ଗଞ୍ଜାମ ଜିଲ୍ଲାକୁ ବିଭକ୍ତ କରି ସର୍ବାଧିକ ୪ଟି ଜିଲ୍ଲା  ଗଠନ ପାଇଁ ଦାବି ପତ୍ର ଆସିଥିବାବେଳେ ମୟୂରଭଞ୍ଜ ଓ  ଅନୁଗୁଳ ଜିଲ୍ଲାକୁ ୩ ଭାଗରେ ବାଣ୍ଟି  ଜିଲ୍ଲା ଗଠନ ପାଇଁ ଦାବିପତ୍ର ଆସିଛି।  ଏ ବିଷୟରେ ବିଧାନସଭାକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ତି। 

6.ଭୀମ ପୃଷ୍ଟିଙ୍କୁ ସାରଳା ସମ୍ମାନ ( Sarala Award): ପୂର୍ବରୁ ଅନେକ ପୁରସ୍କାର ଅଧିକାରୀ ହୋଇଥିବା ଓଡ଼ିଶାର ବିଶିଷ୍ଟ ଲେଖକଭୀମ ପୃଷ୍ଟିଙ୍କୁ ସାରଳା ସମ୍ମାନ ପ୍ରଦାନ କରାଯିବ । ଭୀମ ପୃଷ୍ଟି ହେଉଛନ୍ତି ସାଂପ୍ରତିକ ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଈର୍ଷଣୀୟ ପ୍ରତିଭା । ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅଖିଳମୋହନ କଥା ସମ୍ମାନ, କହ୍ନେଇ କଥା ସମ୍ମାନ, ଓଡ଼ିଶା ଯୁବଲେଖକ ସମ୍ମାନ, ବିବର୍ତ୍ତନ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ଭୁବନେଶ୍ୱର ବେହେରା କଥା ସମ୍ମାନ, ପଶ୍ଚିମା ଉପନ୍ୟାସ ସମ୍ମାନ, ଗୋପବନ୍ଧୁ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

7.ସ୍କୁଲ୍‍ ରେ ସାଇବର ସୁରକ୍ଷା ଶିକ୍ଷା ( Cyber Education): ସୁଲ୍‍ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ସୁରକ୍ଷା ଶିକ୍ଷା ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡ଼ିଶା ପୁଲିସ ସରକାରଙ୍କୁ ପ୍ରସ୍ତାବ ଦେବ। ଯେହେତୁ ବର୍ତ୍ତମାନ ସମାଜରେ ସାଇବର ସିକ୍ୟୁରିଟି ପ୍ରସଙ୍ଗ ସବୁଠାରୁ ଅଧିକ ଆବଶ୍ୟକ ଭାବେ ଗ୍ରହଣ କରାଯାଉଛି ଏଣୁ ଯୁବା ପିଢ଼ି ଏ ସମ୍ବନ୍ଧରେ ଜାଣିଲେ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ଏବେ ପୁଲିସ ପକ୍ଷରୁ ବିଭିନ୍ନ ଅନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। 

8.୨ ବିଜେପି ବିଧାୟକ ସସ୍ପେଣ୍ଡ (2 MLAs Suspended): ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଦୁଇଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଶେଷ ଯାଏ ସେମାନଙ୍କୁ ଗୃହ କାର୍ଯ୍ୟରୁ ବାରଣ କରାଯାଇଛି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀମତୀ ମଲ୍ଲିକଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ହେଉଛନ୍ତି ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ। ସେମାନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ ପୋଡିୟମ୍‍ ଉପରକୁ ଡାଲି ଫୋପାଡ଼ିବାର ଅଭିଯୋଗ ରହିଛି। 

9. ଦୋଷ ନଥାଇ ଦଣ୍ଡ ( I’m not guilty): ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝି। ସେ କହିଛନ୍ତି ବାଚସ୍ପତି ବିଧାନସଭାର ଫୁଟେଜ୍‍ ଦେଖନ୍ତୁ। ସେ କେବେ ଡାଲି ଫୋପାଡ଼ି ନାହାନ୍ତି। ଅର୍ଥାତ୍‍ ତାଙ୍କୁ ବିନା ଦୋଷରେ ଦଣ୍ଡ ମିଳିଛି। ଅପରପକ୍ଷେ ବାଚସ୍ପତି କହିଛନ୍ତି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

10.ସବୁ ଠିକ୍‍ ଚାଲିଛି (All is well said Naveen): ରାଜ୍ୟରେ  ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‍ ରହିଛି। ବିରୋଧୀ କିଛି ଅପରାଧକୁ କେନ୍ଦ୍ର କରି ନିଜର ନ୍ୟସ୍ତ ସ୍ୱାର୍ଥ ହାସଲ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ପୀଡ଼ିତ ଏବଂ ପୁଲିସ ଉପରେ ଚାପ ବଢ଼ୁଛି ବୋଲି  ସେ କହିବା ସହ ରାଜ୍ୟବାସୀ ଏହାକୁ ଦେଖୁଛନ୍ତି ବୋଲି କହିଛନ୍ତି। ଯେଉଁମାନେ ଲୋକଙ୍କ ପାଇଁ କାମ କରିଛନ୍ତି ସେମାନେ ଏ ଗୃହକୁ ପୁଣିଥରେ ନିର୍ବାଚିତ ହୋଇ ଆସିଥାଆନ୍ତି। କିନ୍ତୁ ଯେଉଁମାନେ ବିକାଶକୁ ପଥରୋଧ କରନ୍ତି, ଅପରାଧକୁ ନେଇ ରାଜନୀତି କରନ୍ତି ସେମାନେ ଏହି ଗୃହକୁ ଫେରି ନାହାନ୍ତି। ଏହାକହି ନବୀନ ଆସନ୍ତା ନିର୍ବାଚନ ଲାଗି ନିଜର ଆତ୍ମବିଶ୍ୱାସକୁ ଗୃହରେ ଜାହିର କରିଛନ୍ତି।