Rajdahani Express: ଚଳନ୍ତା ଟ୍ରେନରୁ ସେନା ଯବାନଙ୍କୁ ଠେଲି ଦେଲେ TTE, ଚକା ତଳେ ପଡି କଟି ଗଲା ଗୋଡ
Advertisement
Article Detail0/zeeodisha/odisha1446818

Rajdahani Express: ଚଳନ୍ତା ଟ୍ରେନରୁ ସେନା ଯବାନଙ୍କୁ ଠେଲି ଦେଲେ TTE, ଚକା ତଳେ ପଡି କଟି ଗଲା ଗୋଡ

Rajdahani Express: ରେଳ ଅଧିକାରୀଙ୍କ ଅନୁଯାୟୀ, ଟିକେଟ୍ ନେଇ ଟିଟିଇ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କୁହାଯାଉଛି ଯେ କ୍ରୋଧିତ ହୋଇ ଟିଟିଇ ସେନା କର୍ମଚାରୀଙ୍କୁ ଠେଲି ଦେଇଥିଲେ ଓ ସେ ଟ୍ରେନ୍ ତଳେ ପଡିଯାଇଥିଲେ ।

ସୌ: ସୋସିଆଲ ମିଡିଆ

Bareli Railway Station: ଦିବ୍ରୁଗଡରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ (Rajdahani Express) (ଟ୍ରେନ ନମ୍ବର-୨୦୫୦୩) ଯେତେବେଳେ ବରେଲି ଜଙ୍କସନର (Bareilly Junction) ପ୍ଲାଟଫର୍ମ ନମ୍ବର ୨ ରେ ପହଞ୍ଚିଥିଲା, ସେଠାରେ ଏକ TTE ଜଣେ ସେନା କର୍ମଚାରୀଙ୍କୁ ଟ୍ରେନରୁ ତଳକୁ ଠେଲି ଦେଇଥିଲେ । ଏହି ଘଟଣା ପରେ ଟ୍ରେନ୍‌ରେ ପୋଷ୍ଟ କରାଯାଇଥିବା ଟିଟିଇ (ଟିକେଟ ଯାଞ୍ଚକାରି) ମୋବାଇଲ୍‌ ସ୍ଵିଚ ଅଫ କରି ପଳାଇ ଯାଇଥିଲା । ଅନ୍ୟପକ୍ଷରେ, ସେଠାରେ ସେନାର ଯବାନମାନେ ହଙ୍ଗାମା କରି ଟ୍ରେନ୍କୁ ଅଟକାଇଥିଲେ । ଏହି ଘଟଣାରେ ଆହତ ହୋଇଥିବା ଯବାନଙ୍କୁ ତାଙ୍କ ସହକର୍ମୀମାନେ ଆର୍ମି ହସ୍ପିଟାଲରେ (Army Hospital) ଭର୍ତ୍ତି କରିଛନ୍ତି ।

ଅଧିକାରୀମାନେ କହିଛନ୍ତି, ଜଣେ ସେନା ଯବାନ ଏକ ଟିକେଟ୍ ଯାଞ୍ଚକାରୀଙ୍କ (TTE) ସହ ଯୁକ୍ତିତର୍କ ପରେ ଗୁରୁବାର ଦିନ ନିଜ ଗୋଡ ହରାଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ପୀଡିତଙ୍କ ନାମ ସୋନୁ ବୋଲି କୁହାଯାଉଛି । ପୀଡିତ ସୋନୁଙ୍କୁ ସକାଳେ ବରେଲି ଜଙ୍କସନ ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି । ଟ୍ରାଭେଲିଂ ଟିକେଟ୍ ଇନିସ୍ପେକ୍ଟର (TTE) ସୁପାନ୍ ବୋରଙ୍କ ବିରୋଧରେ ହତ୍ୟା ଉଦ୍ୟମର ଅଭିଯୋଗ ହୋଇଛି । ଏହି ଘଟଣା ପରଠାରୁ ଟିଟିଇ ଫେରାର ଅଛନ୍ତି ।

ଉତ୍ତର ରେଳବାଇର ମୋରାଦାବାଦ ବିଭାଗର ବରିଷ୍ଠ ଅର୍ଥ ପରିଚାଳକ ସୁଧୀର ସିଂ କହିଛନ୍ତି ଯେ ଆମେ ସିସିଟିଭି ଫୁଟେଜକୁ ଦେଖୁଛୁ । ରେଳ ଅଧିକାରୀଙ୍କ ଅନୁଯାୟୀ, ଟିକେଟ୍ ନେଇ ଟିଟିଇ ଓ ସୋନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ରାଗରେ ସେ ସେନା ଯବାନଙ୍କୁ ଠେଲି ଦେଇଥିଲେ ଓ ସେ ଟ୍ରେନ୍ ତଳେ ପଡ଼ିଯାଇଥିବା ଅଭିଯୋଗ ହୋଇଛି । ଜଣେ ଅଧିକାରୀ କହିଛନ୍ତି, "ତାଙ୍କୁ ସେନା ହସ୍ପିଟାଲ ନିଆଯାଇଥିଲା । ସେ ଗୋଡ ହରାଇଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ରହିଛି ।"

ଷ୍ଟେସନ ହାଉସ ଅଧିକାରୀ ଅଜିତ ପ୍ରତାପ ସିଂ କହିଛନ୍ତି, "ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ଟିଟିଇଙ୍କ ବିରୋଧରେ ମାମଲା ବୁକ୍ କରାଯାଇଛି । ସେ ଫେରାର ଅଛନ୍ତି ଓ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।" ଖବର ଅନୁଯାୟୀ, କିଛି ସହ-ଯାତ୍ରୀ ମଧ୍ୟ ଏହି ଘଟଣା ପରେ TTE କୁ ମାଡ଼ ମାରିଥିଲେ ।

ଏହା ବି ପଢ଼ନ୍ତୁ: Relationship Tips: ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

ଏହା ବି ପଢ଼ନ୍ତୁ: Hate Story: ପ୍ରେମିକକୁ ଭରସା କରି ସ୍ୱାମୀକୁ ଛାଡ଼ିଲେ, ଏବେ ଏ କୂଳର ନା' ସେ କୂଳର ହେଲେ

ଏହା ବି ପଢ଼ନ୍ତୁ: UP News: ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା