Open Toilet: ଶାଢୀ କରୁଛି କାନ୍ଥର କାମ, ଖୋଲା ଆକାଶ ତଳେ ଶୌଚାଳୟ
Advertisement
Article Detail0/zeeodisha/odisha1485199

Open Toilet: ଶାଢୀ କରୁଛି କାନ୍ଥର କାମ, ଖୋଲା ଆକାଶ ତଳେ ଶୌଚାଳୟ

Open Toilet: ଆଜିବି ଅବହେଳିତ ସରକାରୀ ସ୍କୁଲର ବ୍ୟବସ୍ଥା । କେଉଁଠି ଶ୍ରେଣୀ ଗୃହ ଫାଠି ଆଁ କରିଛି ତ ଆଉ କେଉଁଠି ସ୍କୁଲର ଛାତ ନାହିଁ। ତ ଆଉ କେଉଁଠି ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ନ ଥିବାରୁ ଖୋଲା ପଡିଆରେ ପିଲାମାନେ ଟଏଲେଟ ଯାଇଛନ୍ତି । ଆପଣ ଭାବୁଥିବେ ଆମେ ଓଡିଶା ରାଜ୍ୟ ବିଷୟରେ ଏକଥା କହୁଛୁ । କିନ୍ତୁ ନାଁ କର୍ଣ୍ଣାଟକର ସାଗର ସହର ଠାରୁ ୬୦ କିମି ଦୂର ବାରୁଭେ ଗାଁରେ ଥିବା ସରକାରୀ ସ୍କୁଲର ଅବସ୍ଥା କଥା କହୁଛୁ ।

ସୌଜନ୍ୟ : ସୋସିଆଲ ମିଡିଆ

Open Toilet : ଆଜିବି ଅବହେଳିତ ସରକାରୀ ସ୍କୁଲର ବ୍ୟବସ୍ଥା । କେଉଁଠି ଶ୍ରେଣୀ ଗୃହ ଫାଠି ଆଁ କରିଛି ତ ଆଉ କେଉଁଠି ସ୍କୁଲର ଛାତ ନାହିଁ। ତ ଆଉ କେଉଁଠି ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ନ ଥିବାରୁ ଖୋଲା ପଡିଆରେ ପିଲାମାନେ ଟଏଲେଟ ଯାଇଛନ୍ତି । ଆପଣ ଭାବୁଥିବେ ଆମେ ଓଡିଶା ରାଜ୍ୟ ବିଷୟରେ ଏକଥା କହୁଛୁ । କିନ୍ତୁ ନାଁ  କର୍ଣ୍ଣାଟକର ସାଗର ସହର ଠାରୁ ୬୦ କିମି ଦୂର ବାରୁଭେ ଗାଁରେ ଥିବା ସରକାରୀ ସ୍କୁଲର ଅବସ୍ଥା କଥା କହୁଛୁ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି ଯେ, ସରକାରୀ ସ୍କୁଲରେ ପାଠପଢୁଥିବା ପିଲାମାନେ କିଭଳି ଦହଗଞ୍ଜ ହେଉଛନ୍ତି ।

 

ଏବଂ ଶୌଚାଳୟ ନ ଥିବାରୁ ଖୋଲା ଆକାଶ ତଳେ ଏକ ଶାଢି ବାନ୍ଧି ଶୌଚାଳୟ ବନାଇଛନ୍ତି । ଆଉ ତାହାରି ମଧ୍ୟରେ ଝାଡା ପରିଶ୍ରା ମଧ୍ୟ କରୁଛନ୍ତି । ସରକାରୀ ସ୍କୁଲର ଏ ବାସ୍ତବ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଜଣାପଡିବା ପରେ  ପରମେଶ୍ୱରପ୍ପା ଶିବାମୋଗାସ୍ଥିତ ପବ୍ଲିକ୍ ଇନଷ୍ଚକଟର ଡେପୁଟି ଡାଇରେକ୍ଟର (Deputy Director of Public Instructions in Shivamogga, Parameshwarappa ) କହିଛନ୍ତି ଯେ ବିଦ୍ୟାଳୟର ଅବସ୍ଥା ସମ୍ପର୍କରେ ଜିଲ୍ଲା ଅଧିକାରୀମାନେ ରିପୋର୍ଟ ଦାଖଲ କରିବା ପରେ ବିଦ୍ୟାଳୟକୁ ସୁବିଧା ଯୋଗାଇ ଦିଆଯିବ।

ବର୍ଷ ବର୍ଷ ଧରି ନଷ୍ଟ ହୋଇ ପଡିଥିବା  ସ୍କୁଲ ଘର ଓ ଶୌଚାଳୟ କୋଠା ମରାମତି ହୋଇ ନ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ "ଖୋଲା ଶୌଚାଳୟ" ବ୍ୟବହାର କରିବାକୁ କହିଛନ୍ତି। ସେପଟେ, ଏ-ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଲୋକେ । ସେମାନେ କହିଛନ୍ତି ଯେ,  ଏ-ସମସ୍ୟା ନେଇ ବାରମ୍ବାର ଦାବି ଉଠିଛି । ଏବଂ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସମ୍ମୁଖରେ ଏହି ପ୍ରସଙ୍ଗ ଅନେକ ଥର ଉଠିଛି, କିନ୍ତୁ କୌଣସି ପରିବର୍ତ୍ତନ ଏପର୍ଯ୍ୟନ୍ତ ହୋଇ ନାହିଁ । 

 ଏହାବି ପଢନ୍ତୁ : South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ

 ଏହାବି ପଢନ୍ତୁ : Bareilly News: ନିଶାରେ ଚୁର ହୋଇ ମଦ୍ୟପ କୁକୁର ସହ କଲେ ଏମିତି କାଣ୍ତ , ଘଟଣା ଜାଣିଲେ ଆପଣଙ୍କର ଉଡିଯିବ ହୋସ୍

 ଏହାବି ପଢନ୍ତୁ : Money Laundering Case: ଇଡି ଫାସରେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା, ଜାରି ହେଲା ସମନ

ଏହାବି ପଢନ୍ତୁ : Alia Bhatt: ମାଆ ହେବା ପରେ ଆଲିଙ୍କୁ ଇନଭାଇଟ୍ କଲେ ବଲିଉଡର ଏହି ସୁପର ମମ୍, ଜାଣନ୍ତୁ କଣ ରହିଛ ଏହା ପଛର କାରଣ ?

ଏହାବି ପଢନ୍ତୁ : Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...